ଭୁଶୁଡିଲା ବିଜେଡି ଗଡ଼: ରାରାରାତି ପଦ୍ମ ଧରିଲେ ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
ପୁରୁଷୋତ୍ତମପୁର,୩।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଏକଦା ବିଜେଡିର ଗଡ଼ କୁହାଯାଉଥିବା ପୁରୁଷୋତ୍ତମପୁର ଏନଏସି ଭୁଶୁଡ଼ି ପଡିଛି । ଏନ୍ଏସିର ବିଜେଡିର ଉପାଧ୍ୟକ୍ଷ, ୬ଜଣ କାଉନସିଲର ଓ ୨ ସ୍ବାଧୀନ କାଉନସିଲର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ବିରୋଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣି ଜିଲାପାଳଙ୍କୁ ସୋମବାର ଦାବିପତ୍ର ପ୍ରଦାନ କରିଥିଲେ। ରାତାରାତି ଭୁବନେଶ୍ବର ଭାଜପା କାର୍ଯ୍ୟାଳୟକୁ ଯାଇ ସେଠାରେ ପଦ୍ମ ଧରିଛନ୍ତି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ, ଉପ ସଭାପତି ବିରଞ୍ଚି ତ୍ରିପାଠୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, […] The post ଭୁଶୁଡିଲା ବିଜେଡି ଗଡ଼: ରାରାରାତି ପଦ୍ମ ଧରିଲେ ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର appeared first on Dharitri Odia News.
ପୁରୁଷୋତ୍ତମପୁର,୩।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଏକଦା ବିଜେଡିର ଗଡ଼ କୁହାଯାଉଥିବା ପୁରୁଷୋତ୍ତମପୁର ଏନଏସି ଭୁଶୁଡ଼ି ପଡିଛି । ଏନ୍ଏସିର ବିଜେଡିର ଉପାଧ୍ୟକ୍ଷ, ୬ଜଣ କାଉନସିଲର ଓ ୨ ସ୍ବାଧୀନ କାଉନସିଲର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ବିରୋଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣି ଜିଲାପାଳଙ୍କୁ ସୋମବାର ଦାବିପତ୍ର ପ୍ରଦାନ କରିଥିଲେ।
ରାତାରାତି ଭୁବନେଶ୍ବର ଭାଜପା କାର୍ଯ୍ୟାଳୟକୁ ଯାଇ ସେଠାରେ ପଦ୍ମ ଧରିଛନ୍ତି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ, ଉପ ସଭାପତି ବିରଞ୍ଚି ତ୍ରିପାଠୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଘୁମୁସର ଜିଲା ସମ୍ପାଦକ ଅନିଲକୁମାର ପଣ୍ଡା, ସଂଯୋଜକ ଜୟନାରାୟଣ ଦାଶ ଓ ଯୁବନେତା ସୀତାରାମ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବରିଷ୍ଟ ବିଜେଡି ନେତା ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ରଙ୍କ ସମେତ ଉପାଧକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କାଉନସିଲର ଭାସ୍କର ବେହେରା, ଲିଙ୍ଗରାଜ ବେହେରା, ଅର୍ଚ୍ଚନା ପଣ୍ଡା, ସୁଜାତା ବେହେରା, ଗିରିଜା ବେହେରା, ଜମୁନା ବେହେରା ଓ ସ୍ବାଧୀନ କାଉନସିଲର ଭବାନୀଶଙ୍କର ନାହାକ, ପ୍ରମୋଦକୁମାର ଆଚାରୀ ଭାଜପାରେ ଯୋଗ ଦେଇଛନ୍ତି। ଏହି ଘଟଣା ବର୍ତ୍ତମାନ ରାଜନୈତିକ ମୋଡ ନେଉଛି।
The post ଭୁଶୁଡିଲା ବିଜେଡି ଗଡ଼: ରାରାରାତି ପଦ୍ମ ଧରିଲେ ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର appeared first on Dharitri Odia News.