କୋଲକାତାର ଦମଦମ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ

ନିଆଁ ପ୍ରଥମେ କେଉଁଠୁ ଲାଗିଲା ଓ ବ୍ୟାପିଲା ତାହା ଏଯାଏ ଜଣାପଡ଼ିନାହିଁ।

କୋଲକାତାର ଦମଦମ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ

କୋଲକାତାର ଦମଦମ ବସ୍ତି ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି। ତେବେ କିଛି ଲୋକ ଆହତ ହୋଇଥିବା କୁହାଯାଉଛି। ୧୨ରୁ ଅଧିକ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ କରୁଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପ୍ରଶାସନିକ ସ୍ତରରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସହାୟତା ଦିଆଯାଉଛି।

ନିଆଁ ପ୍ରଥମେ କେଉଁଠୁ ଲାଗିଲା ଓ ବ୍ୟାପିଲା ତାହା ଏଯାଏ ଜଣାପଡ଼ିନାହିଁ। ଦମଦମ ଅଞ୍ଚଳର ସାଂସଦ ସୁଜନ ଚକ୍ରବର୍ତ୍ତୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସାହାଯ୍ୟ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପାଇଁ ସରକାରଙ୍କ ନିକଟରେ ଅପିଲ କରିଛନ୍ତି।