କୋଲକାତାରେ ବାତିଲ ହେଲା ଡୁରଣ୍ଡକପ୍ ରବିବାର ଫୁଟବଲ ମ୍ୟାଚ୍, ବିକ୍ଷୋଭ ପ୍ରଦର୍ଶନ ଯୋଗୁ ନିଆଗଲା ନିଷ୍ପତ୍ତି

କୋଲକାତା : ଡାକ୍ତର ଦୁଷ୍କର୍ମ ଓ ହତ୍ୟାକୁ ବିରୋଧ କରି କୋଲକାତାରେ ବିକ୍ଷୋଭ ତେଜିବାରେ ଲାଗିଛି। ସହରର ପରିସ୍ଥିତି ଏବେ ଠିକ୍ ନାହିଁ। ଏଣୁ ରବିବାର ସହରରେ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ ମ୍ୟାଚ୍ ରଦ୍ଦ କରିଦିଆଯାଇଛି। କୋଲକାତାରେ ଏବେ ଡୁରଣ୍ଡ କପ ୨୦୨୪ ଅନୁଷ୍ଠିତ ହେଉଛି। ଟୁର୍ଣ୍ଣାମେଣ୍ଟରେ ୧୮ ଅଗଷ୍ଟ ରବିବାର ସନ୍ଧ୍ୟା ୭ଟାରେ ମୋହନବାଗାନ ସୁପର ଜାଏଣ୍ଟସ ଓ ଇମାମୀ ଇଷ୍ଟବେଙ୍ଗଲ ମଧ୍ୟରେ ମ୍ୟାଚ୍ ଖେଳାଯିବାର ଥିଲା। ତେବେ ଏହାକୁ ବାତିଲ କରିଦିଆଯାଇଛି। ସହରରେ ମହିଳା ଡାକ୍ତରଙ୍କ ହତ୍ୟାକୁ ନେଇ ଉପୁଜିଥିବା ଜନ ଅସନ୍ତୋଷରେ ଟୁର୍ଣ୍ଣାମେଣ୍ଟ ଆୟୋଜକ ଏହି ନିଷ୍ପତ୍ତି ନେଇଛନ୍ତି। ଟୁର୍ଣ୍ଣାମେଣ୍ଟ ବାତିଲ ହେବା ପରେ ଉଭୟ ଟିମକୁ ଗୋଟିଏ ଲେଖାଏଁ ପଏଣ୍ଟ ଦିଆଯିବ। ଏହା ଗ୍ରୁପ-ଏର ଶେଷ ମ୍ୟାଚ୍ ଥିଲା। ଏଣୁ ମ୍ୟାଚ୍‌ରେ ଫ୍ୟାନସ୍‌ ଙ୍କ ଭିଡର ଅନୁମାନ କରାଯାଉଥିଲା। ତେବେ ସହରର ଅସ୍ୱଭାବିକ ପରିସ୍ଥିତିକୁ ଦେଖି ମ୍ୟାଚ୍ କୁ ବାତିଲ କରାଯାଇଛି। ଡୁରଣ୍ଡ କପ ସୋସିଆଲ ମିଡିଆ ମାଧ୍ୟମରେ ମ୍ୟାଚ୍ ବାତିଲ ହେବାର ଖବର ଦେଇଛି। ???? ???????????????????????????????????? ???????????????????????? ????#IndianOilDurandCup #PoweredByCoalIndia #DurandCup2024 #133rdEditionofDurandCup #ManyChampionsOneLegacy #IndianFootball pic.twitter.com/kWPwPwkD4d— Durand Cup (@thedurandcup) August

କୋଲକାତାରେ ବାତିଲ ହେଲା ଡୁରଣ୍ଡକପ୍ ରବିବାର ଫୁଟବଲ ମ୍ୟାଚ୍, ବିକ୍ଷୋଭ ପ୍ରଦର୍ଶନ ଯୋଗୁ ନିଆଗଲା ନିଷ୍ପତ୍ତି

କୋଲକାତା : ଡାକ୍ତର ଦୁଷ୍କର୍ମ ଓ ହତ୍ୟାକୁ ବିରୋଧ କରି କୋଲକାତାରେ ବିକ୍ଷୋଭ ତେଜିବାରେ ଲାଗିଛି। ସହରର ପରିସ୍ଥିତି ଏବେ ଠିକ୍ ନାହିଁ। ଏଣୁ ରବିବାର ସହରରେ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ ମ୍ୟାଚ୍ ରଦ୍ଦ କରିଦିଆଯାଇଛି। କୋଲକାତାରେ ଏବେ ଡୁରଣ୍ଡ କପ ୨୦୨୪ ଅନୁଷ୍ଠିତ ହେଉଛି। ଟୁର୍ଣ୍ଣାମେଣ୍ଟରେ ୧୮ ଅଗଷ୍ଟ ରବିବାର ସନ୍ଧ୍ୟା ୭ଟାରେ ମୋହନବାଗାନ ସୁପର ଜାଏଣ୍ଟସ ଓ ଇମାମୀ ଇଷ୍ଟବେଙ୍ଗଲ ମଧ୍ୟରେ ମ୍ୟାଚ୍ ଖେଳାଯିବାର ଥିଲା। ତେବେ ଏହାକୁ ବାତିଲ କରିଦିଆଯାଇଛି। 

ସହରରେ ମହିଳା ଡାକ୍ତରଙ୍କ ହତ୍ୟାକୁ ନେଇ ଉପୁଜିଥିବା ଜନ ଅସନ୍ତୋଷରେ ଟୁର୍ଣ୍ଣାମେଣ୍ଟ ଆୟୋଜକ ଏହି ନିଷ୍ପତ୍ତି ନେଇଛନ୍ତି। ଟୁର୍ଣ୍ଣାମେଣ୍ଟ ବାତିଲ ହେବା ପରେ ଉଭୟ ଟିମକୁ ଗୋଟିଏ ଲେଖାଏଁ ପଏଣ୍ଟ ଦିଆଯିବ। ଏହା ଗ୍ରୁପ-ଏର ଶେଷ ମ୍ୟାଚ୍ ଥିଲା। ଏଣୁ ମ୍ୟାଚ୍‌ରେ ଫ୍ୟାନସ୍‌ ଙ୍କ ଭିଡର ଅନୁମାନ କରାଯାଉଥିଲା। ତେବେ ସହରର ଅସ୍ୱଭାବିକ ପରିସ୍ଥିତିକୁ ଦେଖି ମ୍ୟାଚ୍ କୁ ବାତିଲ କରାଯାଇଛି। ଡୁରଣ୍ଡ କପ ସୋସିଆଲ ମିଡିଆ ମାଧ୍ୟମରେ ମ୍ୟାଚ୍ ବାତିଲ ହେବାର ଖବର ଦେଇଛି। 


ଏହା ଛଡା ଅନ୍ୟ ଏକ ଅପଡେଟ୍‌ରେ ଏହି ମ୍ୟାଚ୍‌ ଦେଖିବା ପାଇଁ ଅନଲାଇନ ଓ ଅଫଲାଇନରେ ଯେଉଁମାନେ ଟିକେଟ୍ କିଣିଛନ୍ତି ସବୁ ଦର୍ଶକଙ୍କୁ ସେମାନଙ୍କ ଟିକେଟ୍ ବାବଦ ପଇସା ଫେରସ୍ତ କରିଦିଆଯିବ ବୋଲି କୁହାଯାଇଛି। ତେବେ ଏଥିରେ କେତେକ ଗଣମାଧ୍ୟମ ସେମାନଙ୍କ ରିପୋର୍ଟରେ ଡୁରାଣ୍ଡ କପର କୋଲକାତା ମ୍ୟାଚ୍‌କୁ ଜାମସେଦପୁର ସିଫ୍ଟ କରାଯାଇ ପାରେ ବୋଲି ଆକଳନ କରିଛନ୍ତି। ଗ୍ରୁପ –ଏରେ ମୋହନବାଗାନ ସୁପରଜାଏଣ୍ଟସ୍ ଓ ଇମାମୀ ଇଷ୍ଟବେଙ୍ଗଲ ତାଙ୍କର ଦୁଇଟି ମ୍ୟାଚ୍ ଜିତି ଗ୍ରୁପ ପଏଣ୍ଟ ଟେବୁଲରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି। 


ଉଲ୍ଲେଖଯୋଗ୍ୟ ଯେ ଡୁରଣ୍ଡ କପ ଏସିୟାର ସବୁଠୁ ପୁରୁଣା ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏଥର ଟୁର୍ଣ୍ଣାମେଣ୍ଟର ୧୩୩ ତମ ସଂସ୍କରଣ ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୪ଟି ଟିମ୍‌ ଅଂଶଗ୍ରହଣ କରିଛନ୍ତି। ଏହି ଟିମ ଗୁଡିକୁ ମୋଟ ୬ଟି ଭାଗରେ ବଣ୍ଟାଯାଇଛି। ପ୍ରତ୍ୟେକ ଗ୍ରୁପରେ ୪ଟି ଟିମ୍‌ ରହିଛନ୍ତି। ମୋହନବାଗାନ ପ୍ରଥମ ମ୍ୟାଚ୍ ଡାଉନଟାଉନ ହିରୋଜ ଏଫସି ବିରୋଧରେ ଜିତିଥିଲା। ସେହିପରି ଇମାମୀ ଇଷ୍ଟବେଙ୍ଗଲ ପ୍ରଥମ ମ୍ୟାଚ୍‌ରେ ଇଣ୍ଡିଆନ ଏୟାରଫୋର୍ସ ଏଫସିକୁ ହରାଇଛି। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଡାଉନଟାଉନ ହିରୋଜକୁ ହରାଇଛି।