ଆକ୍ସନରେ ଶିବରାଜ ସିଂ, ୮ ରାଜ୍ୟର କୃଷି ମନ୍ତ୍ରୀଙ୍କ ସହ ଡାଲିରେ ‘ଆତ୍ମନିର୍ଭରତା’ ଉପରେ ଚର୍ଚ୍ଚା
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଶିବରାଜ ସିଂ ଚୌହାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କୃଷି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ମନ୍ତ୍ରୀ ପଦ ମିଳିବା ପରେ ଶିବରାଜ ସିଂ ଚୌହାନ ଆକ୍ସନ ମୋଡରେ ଆସିଛନ୍ତି । ଶିବରାଜ ସିଂ ଶୁକ୍ରବାର ୮ ରାଜ୍ୟର କୃଷି ମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର କୃଷି ଭବନରେ ୮ ରାଜ୍ୟର କୃଷି ମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏହି ବୈଠକର ମୁଖ୍ୟ ଏଜେଣ୍ଡା ଥିଲା ଦେଶରେ ଡାଲିକୁ ନେଇ ଆତ୍ମନିର୍ଭରତା । ଶିବରାଜ ରାଜ୍ୟର କୃଷି ମନ୍ତ୍ରୀଙ୍କ ସହ ଡାଲିକୁ ନେଇ ଆତ୍ମନିର୍ଭରତା ଉପରେ ଚର୍ଚ୍ଚା କରିଛନ୍ତି ।କୃଷି ଭବନରେ ହୋଇଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଖରିଫ ଋତୁ ଆରମ୍ଭ ହୋଇଛି । ଏହି ସମୟରେ ରାଜ୍ୟଗୁଡ଼ିକ ସହ ଚର୍ଚ୍ଚା ଏବଂ ଯୋଜନା କରିବାର ଅଛି । ଶିବରାଜ କହିଛନ୍ତି ଯେ ଆମର ସାମୂହିକ ଉଦ୍ୟମରେ ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭର ହେବାର ଅଛି । କେନ୍ଦ୍ର କୃଷି ମନ୍ତ୍ରୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସାମୂହିକ ଉଦ୍ୟମ ଉପରେ ଆଗାମୀ ଯୋଜନା ଉପରେ ବିସ୍ତୃତରେ ଚର୍ଚ୍ଚା କରିଛନ୍ତି । ଶିବରାଜ କହିଛନ୍ତି ଯେ ଯଦି ଆମେ ସମସ୍ତେ ମିଶି କାମ କରିବା ତେବେ ୨ ବର୍ଷରେ ଡାଲି ଆମଦାନୀ ଉପରେ ନିର୍ଭରତା
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଶିବରାଜ ସିଂ ଚୌହାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କୃଷି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ମନ୍ତ୍ରୀ ପଦ ମିଳିବା ପରେ ଶିବରାଜ ସିଂ ଚୌହାନ ଆକ୍ସନ ମୋଡରେ ଆସିଛନ୍ତି । ଶିବରାଜ ସିଂ ଶୁକ୍ରବାର ୮ ରାଜ୍ୟର କୃଷି ମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର କୃଷି ଭବନରେ ୮ ରାଜ୍ୟର କୃଷି ମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏହି ବୈଠକର ମୁଖ୍ୟ ଏଜେଣ୍ଡା ଥିଲା ଦେଶରେ ଡାଲିକୁ ନେଇ ଆତ୍ମନିର୍ଭରତା । ଶିବରାଜ ରାଜ୍ୟର କୃଷି ମନ୍ତ୍ରୀଙ୍କ ସହ ଡାଲିକୁ ନେଇ ଆତ୍ମନିର୍ଭରତା ଉପରେ ଚର୍ଚ୍ଚା କରିଛନ୍ତି ।
କୃଷି ଭବନରେ ହୋଇଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଖରିଫ ଋତୁ ଆରମ୍ଭ ହୋଇଛି । ଏହି ସମୟରେ ରାଜ୍ୟଗୁଡ଼ିକ ସହ ଚର୍ଚ୍ଚା ଏବଂ ଯୋଜନା କରିବାର ଅଛି । ଶିବରାଜ କହିଛନ୍ତି ଯେ ଆମର ସାମୂହିକ ଉଦ୍ୟମରେ ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭର ହେବାର ଅଛି । କେନ୍ଦ୍ର କୃଷି ମନ୍ତ୍ରୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସାମୂହିକ ଉଦ୍ୟମ ଉପରେ ଆଗାମୀ ଯୋଜନା ଉପରେ ବିସ୍ତୃତରେ ଚର୍ଚ୍ଚା କରିଛନ୍ତି । ଶିବରାଜ କହିଛନ୍ତି ଯେ ଯଦି ଆମେ ସମସ୍ତେ ମିଶି କାମ କରିବା ତେବେ ୨ ବର୍ଷରେ ଡାଲି ଆମଦାନୀ ଉପରେ ନିର୍ଭରତା ପୂରା ଶେଷ ହୋଇଯିବ । ଶିବରାଜ କହିଛନ୍ତି ଯେ ଆମେ ସମସ୍ତେ ଖରିଫର ତିନି ପ୍ରମୁଖ ଡାଲି ଫସଲ ଉପରେ ଜୋର ଦେବା ଦରକାର ।