କୋଲକାତାରେ ଲକ୍ଷ୍ନୌର ନବାବଗିରି; କେକେଆର ସାମ୍ନାରେ ୨୩୯ ରନ୍‌ର ଟାର୍ଗେଟ୍

କୋଲକାତା: ଇଡେନ୍ସ ଗାର୍ଡେନରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ବ୍ୟାଟିଂ ବିସ୍ଫୋରଣ । ଇଡେନ୍ ମାର୍କରାମ ଓ ମିଚେଲ୍ ମାର୍ସଙ୍କ ପରେ ନିକୋଲାସ୍ ପୁରନଙ୍କ ଜବରଦସ୍ତ ପ୍ରହାର । କୋଲକାତା ନାଇଟ୍ ରାଇଡର୍ସକୁ ଘରୋଇ ମାଟିରେ ନିର୍ଦ୍ଧୁମ ଛେଚିଲେ ତିନି ପ୍ଲେୟାର । ନିର୍ଦ୍ଧାରିତ କୋଡିଏ ଓଭରରେ ୩ଟି ଓ୍ବିକେଟ୍ ହରାଇ ୨୩୮ ରନ୍‌ର ପାହାଡ ଛିଡା କରିଛି ଏଲଏସଜି । ଫଳରେ କେକେଆର୍ ସାମ୍ନାରେ ୨୩୯ ରନ୍‌ର ଟାର୍ଗେଟ୍ ରହିଛି । ଲକ୍ଷ୍ନୌ ପକ୍ଷରୁ ମାର୍ସ ଓ ପୁରନ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି । ଆଇପିଏଲ ୨୦୨୫ ସଂସ୍କରଣରେ ମଙ୍ଗଳବାର ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମୁହାଁମୁହିଁ ହୋଇଛନ୍ତି । ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା କେକେଆର । ଫଳରେ ପ୍ରଥମେ ବ୍ୟାଟିଂର ଫାଇଦା ଉଠାଇଥିଲା ଏଲଏସଜି । ୨୦ ଓଭରରେ ମାତ୍ର ୩ଟି ଓ୍ବିକେଟ୍ ହରାଇ କେକେଆରକୁ ୨୩୯ ରନର ବିଶାଳ ଟାର୍ଗେଟ୍ ଦେଇଛି ଦଳ । ଏହା ଆଇପିଏଲ ଇତିହାସରେ ଏଲଏସଜିର ଦ୍ୱିତୀୟ ସର୍ବାଧିକ ସ୍କୋର। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳ ଏକ ଦୃଢ଼ ଆରମ୍ଭ କରିଥିଲା । ମିଚେଲ ମାର୍ଶ ମାତ୍ର ୪୮ ବଲ୍ ରୁ ୮୧ ରନ୍ ଏବଂ ଇଡେନ ମାର୍କରାମ ୨୮ ବଲ୍ ରୁ ୪୭ ରନ୍ ସଂଗ୍ରହ କରି ପ୍ରଥମ ୱିକେଟରେ ୯୯ ରନ୍ ଯୋଡ଼ିଥିଲେ । ୧୧ତମ ଓଭରରେ ମାର୍କରାମଙ୍କୁ ହର୍ଷିତ ରାଣା ବୋଲ୍ଡ କରିଥିଲେ। ଏହାପରେ ନିକୋଲାସ ପୁରନଙ୍କ ବ୍ୟାଟିଂ ବିସ୍ଫୋରଣ ଆରମ୍ଭ ହୋଇଛି । ସେ

କୋଲକାତାରେ ଲକ୍ଷ୍ନୌର ନବାବଗିରି; କେକେଆର ସାମ୍ନାରେ ୨୩୯ ରନ୍‌ର ଟାର୍ଗେଟ୍

କୋଲକାତା: ଇଡେନ୍ସ ଗାର୍ଡେନରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ବ୍ୟାଟିଂ ବିସ୍ଫୋରଣ । ଇଡେନ୍ ମାର୍କରାମ ଓ ମିଚେଲ୍ ମାର୍ସଙ୍କ ପରେ ନିକୋଲାସ୍ ପୁରନଙ୍କ ଜବରଦସ୍ତ ପ୍ରହାର । କୋଲକାତା ନାଇଟ୍ ରାଇଡର୍ସକୁ ଘରୋଇ ମାଟିରେ ନିର୍ଦ୍ଧୁମ ଛେଚିଲେ ତିନି ପ୍ଲେୟାର । ନିର୍ଦ୍ଧାରିତ କୋଡିଏ ଓଭରରେ ୩ଟି ଓ୍ବିକେଟ୍ ହରାଇ ୨୩୮ ରନ୍‌ର ପାହାଡ ଛିଡା କରିଛି ଏଲଏସଜି । ଫଳରେ କେକେଆର୍ ସାମ୍ନାରେ ୨୩୯ ରନ୍‌ର ଟାର୍ଗେଟ୍ ରହିଛି । ଲକ୍ଷ୍ନୌ ପକ୍ଷରୁ ମାର୍ସ ଓ ପୁରନ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି । 

ଆଇପିଏଲ ୨୦୨୫ ସଂସ୍କରଣରେ ମଙ୍ଗଳବାର ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମୁହାଁମୁହିଁ ହୋଇଛନ୍ତି । ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା କେକେଆର । ଫଳରେ ପ୍ରଥମେ ବ୍ୟାଟିଂର ଫାଇଦା ଉଠାଇଥିଲା ଏଲଏସଜି । ୨୦ ଓଭରରେ ମାତ୍ର ୩ଟି ଓ୍ବିକେଟ୍ ହରାଇ କେକେଆରକୁ ୨୩୯ ରନର ବିଶାଳ ଟାର୍ଗେଟ୍ ଦେଇଛି ଦଳ । ଏହା ଆଇପିଏଲ ଇତିହାସରେ ଏଲଏସଜିର ଦ୍ୱିତୀୟ ସର୍ବାଧିକ ସ୍କୋର। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳ ଏକ ଦୃଢ଼ ଆରମ୍ଭ କରିଥିଲା । ମିଚେଲ ମାର୍ଶ ମାତ୍ର ୪୮ ବଲ୍ ରୁ ୮୧ ରନ୍ ଏବଂ ଇଡେନ ମାର୍କରାମ ୨୮ ବଲ୍ ରୁ ୪୭ ରନ୍ ସଂଗ୍ରହ କରି ପ୍ରଥମ ୱିକେଟରେ ୯୯ ରନ୍ ଯୋଡ଼ିଥିଲେ । ୧୧ତମ ଓଭରରେ ମାର୍କରାମଙ୍କୁ ହର୍ଷିତ ରାଣା ବୋଲ୍ଡ କରିଥିଲେ। ଏହାପରେ ନିକୋଲାସ ପୁରନଙ୍କ ବ୍ୟାଟିଂ ବିସ୍ଫୋରଣ ଆରମ୍ଭ ହୋଇଛି । ସେ ମାର୍ସଙ୍କୁ ସାଥ୍ ଦେଇ ମାତ୍ର ୩୬ ବଲରୁ ୮୭ ରନ୍ ଅପରାଜିତ ରହିଥିଲେ । ଏଥିରେ ୭ଟି ଚୌକା ଏବଂ ୮ଟି ଛକା ରହିଛି । କୋଲକାତା ପକ୍ଷରୁ ହର୍ଷିତ୍ ରାଣା ସର୍ବାଧିକ ଦୁଇଟି ଓ୍ବିକେଟ୍ ନେଇଛନ୍ତି ।