ପ୍ରବଳ ବର୍ଷାରେ ମୁମ୍ବାଇ ଜଳବନ୍ଦୀ; ଗତିପଥ ବଦଳାଇଲେ ବିମାନ
ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଂଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ପାଣିର ସୁଅ ଛୁଟିବାରୁ ଯାନବାହନ ଅତି ମନ୍ଥର ଗତିରେ ଗଡ଼ିଥିଲା ଏବଂ ଏଥିଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ କିଛି ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ସ୍ପାଇସ ଜେଟ୍, ଇଣ୍ଡିଗୋ ଏବଂ ଭିସ୍ତାରା ପକ୍ଷରୁ ଏକ୍ସରେ ପୋଷ୍ଟ୍ କରି ବିମାନର ଦିଗ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି। ଭିସ୍ତାରା କହିଛି ହାଇଦ୍ରାବାଦରୁ ମୁମ୍ବାଇ ଯାଉଥିବା ଫ୍ଲାଇଟ୍ ନମ୍ବର […]

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଂଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ପାଣିର ସୁଅ ଛୁଟିବାରୁ ଯାନବାହନ ଅତି ମନ୍ଥର ଗତିରେ ଗଡ଼ିଥିଲା ଏବଂ ଏଥିଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ କିଛି ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ସ୍ପାଇସ ଜେଟ୍, ଇଣ୍ଡିଗୋ ଏବଂ ଭିସ୍ତାରା ପକ୍ଷରୁ ଏକ୍ସରେ ପୋଷ୍ଟ୍ କରି ବିମାନର ଦିଗ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି। ଭିସ୍ତାରା କହିଛି ହାଇଦ୍ରାବାଦରୁ ମୁମ୍ବାଇ ଯାଉଥିବା ଫ୍ଲାଇଟ୍ ନମ୍ବର ୟୁକେ-୫୩୪ ମୁମ୍ବାଇ ବିମାନବନ୍ଦରରେ ଖରାପ୍ ପାଗ ଯୋଗୁଁ ହାଇଦ୍ରାବାଦ ଫେରି ଆସିଛି। ସ୍ପାଇସ ଜେଟ୍ ମଧ୍ୟ କହିଛି ଯେ ମୁମ୍ବାଇରେ ଖରାପ୍ ପାଗ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଇଏମ୍ଡି ପକ୍ଷରୁ ମୁମ୍ବାଇ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଆଗାମୀ ଦିନେ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି।