କୋହଲି-ରୋହିତ ୨୦୨୫ ଚାମ୍ପିୟନ୍‌ ଟ୍ରଫି ଖେଳିବେ କି? ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଚାମ୍ପିଅନ ହୋଇଛି। ଏହା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ଏହି ତାଲିକାରେ ରବିନ୍ଦ୍ର ଜାଡେଜା ମଧ୍ୟ ଯୋଗ ଦେଇଥିଲେ। ବର୍ତ୍ତମାନ ଭାରତକୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପ୍ରସ୍ତୁତ ହେବାକୁ ପଡିବ। ବିସିସିଆଇ ସଚିବ ଜୟ ଶାହା ବିରାଟ ଏବଂ ରୋହିତ ଏଥିରେ ଖେଳିବେ କି ନାହିଁ ସେନେଇ ଜବାବ ଦେଇଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଟି-୨୦ ବିଶ୍ୱକପ ଭଳି ଏକ […] The post କୋହଲି-ରୋହିତ ୨୦୨୫ ଚାମ୍ପିୟନ୍‌ ଟ୍ରଫି ଖେଳିବେ କି? ଜୟ ଶାହା କଲେ ଖୁଲାସା appeared first on Dharitri Odia News.

କୋହଲି-ରୋହିତ ୨୦୨୫ ଚାମ୍ପିୟନ୍‌ ଟ୍ରଫି ଖେଳିବେ କି? ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଚାମ୍ପିଅନ ହୋଇଛି। ଏହା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ଏହି ତାଲିକାରେ ରବିନ୍ଦ୍ର ଜାଡେଜା ମଧ୍ୟ ଯୋଗ ଦେଇଥିଲେ। ବର୍ତ୍ତମାନ ଭାରତକୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପ୍ରସ୍ତୁତ ହେବାକୁ ପଡିବ। ବିସିସିଆଇ ସଚିବ ଜୟ ଶାହା ବିରାଟ ଏବଂ ରୋହିତ ଏଥିରେ ଖେଳିବେ କି ନାହିଁ ସେନେଇ ଜବାବ ଦେଇଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଟି-୨୦ ବିଶ୍ୱକପ ଭଳି ଏକ ଦଳ ଗଠନ ହେବ ବୋଲି ଜୟ ଶାହା କହିଛନ୍ତି। ରୋହିତ ଏବଂ ବିରାଟ ମଧ୍ୟ ଏଥିରେ ରହିବେ।
ଫେବୃଆରୀରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। ଏହା ଦିନିକିଆ ଫର୍ମାଟରେ ହେବ। ଟିମ ଇଣ୍ଡିଆର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଏହି ଆଇସିସି ଟାଇଟଲ। ଏଥିରେ ବିରାଟ ଏବଂ ରୋହିତ ମଧ୍ୟ ଖେଳିବେ। ଜୟ ଶାହା କହିଛନ୍ତି, ମୁଁ ଚାହୁଁଛି ଟିମ ଇଣ୍ଡିଆ ସମସ୍ତ ଟାଇଟଲ ଜିତିବ। ଆମର ସବୁଠୁ ବଡ ବେଞ୍ଚ ଅଛି। ଏହି ଦଳର କେବଳ ତିନିଜଣ ଖେଳାଳି ଜିମ୍ବାୱେ ବିପକ୍ଷରେ ଖେଳିବାକୁ ଯାଉଛନ୍ତି। ଆମ ଦଳ ଯେଉଁଭଳି ଭାବରେ ଅଗ୍ରଗତି କରୁଛି, ପରବର୍ତ୍ତୀ ଲକ୍ଷ୍ୟ ହେଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଏବଂ ଚାମ୍ପିଅନ୍ସ ଟ୍ରଫି। ଏଥିରେ ଏକ ସମାନ ଦଳ ଗଠନ କରାଯିବ। ବରିଷ୍ଠ ଖେଳାଳିମାନେ ମଧ୍ୟ ଏଥିରେ ଖେଳିବେ।
ବିରାଟ ଏବଂ ରୋହିତ ଅବସର ଘୋଷଣା କରିଛନ୍ତି। ଏହି ଦୁଇ ଖେଳାଳି ଆଉ ଅନ୍ତର୍ଜାତୀୟ ଟି-୨୦ ଖେଳିବେ ନାହିଁ। କୋହଲି ଏବଂ ରୋହିତ ବର୍ତ୍ତମାନ ଦିନିକିଆ ଏବଂ ଟେଷ୍ଟ ଫର୍ମାଟ ଉପରେ ଧ୍ୟାନ ଦେବେ। ଟିମ ଇଣ୍ଡିଆ ବର୍ତ୍ତମାନ ଟି-୨୦ ବିଶ୍ୱକପ ପରେ ଜିମ୍ବାୱେ ବିପକ୍ଷରେ ଏକ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ ଅଧିକାଂଶ ଯୁବ ଖେଳାଳିଙ୍କୁ ଚୟନ କରିଛି।

The post କୋହଲି-ରୋହିତ ୨୦୨୫ ଚାମ୍ପିୟନ୍‌ ଟ୍ରଫି ଖେଳିବେ କି? ଜୟ ଶାହା କଲେ ଖୁଲାସା appeared first on Dharitri Odia News.