କୋହଲିଙ୍କ ପାଖରେ ଏବେ ମାତ୍ର ୨ ମାସ ବାକି…

ନୂଆଦିଲ୍ଲୀ,୧୨।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତର ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଏହାକୁ ନେଇ ଦଳ ତଥା ପ୍ରଶଂସକ ନିରାଶ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ଟାର୍ଗେଟ ମଧ୍ୟ କରାଯାଉଛି। ଏବେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ବିରାଟଙ୍କ ବିନା ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ ଖେଳିବା ଲାଗି ଇଂଲଣ୍ଡ ଗସ୍ତ କରିପାରେ। ହେଲେ ଏବେ ଯାଏ ସେ […] The post କୋହଲିଙ୍କ ପାଖରେ ଏବେ ମାତ୍ର ୨ ମାସ ବାକି… appeared first on Dharitri Odia News.

କୋହଲିଙ୍କ ପାଖରେ ଏବେ ମାତ୍ର ୨ ମାସ ବାକି…

ନୂଆଦିଲ୍ଲୀ,୧୨।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତର ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଏହାକୁ ନେଇ ଦଳ ତଥା ପ୍ରଶଂସକ ନିରାଶ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ଟାର୍ଗେଟ ମଧ୍ୟ କରାଯାଉଛି। ଏବେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ବିରାଟଙ୍କ ବିନା ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ ଖେଳିବା ଲାଗି ଇଂଲଣ୍ଡ ଗସ୍ତ କରିପାରେ। ହେଲେ ଏବେ ଯାଏ ସେ ନେଇ ନିଷ୍ପତ୍ତି ହୋଇନାହିଁ। ଏଭଳି ଏଥିଲାଗି କାରଣ ବିରାଟ କୋହଲିଙ୍କ ଲାଗି ଆସନ୍ତା ୨ ମାସ ଗୁରୁତ୍ୱପୂର୍ଣ୍ଣ। କୁହାଯାଉଛି ଯେ ଟିମ୍‌ ଇଣ୍ଡିଆରେ କୋହଲିଙ୍କ ଭବିଷ୍ୟତର ଚିତ୍ର ଚାମ୍ପିଅନ୍ସ ଟ୍ରଫି ଉପରେ ନିର୍ଭର କରିବ। ଏହାପରେ ହିଁ ବିସିସିଆଇ ବଡ଼ ନିଷ୍ପତ୍ତି ନେବ।

ପିଟିଆଇ ରିପୋର୍ଟ ମୁତାବକ, ବିସିସିଆଇ ଶନିବାର ହୋଇଥିବା ବୈଠକରେ ରୋହିତ ଏବଂ କୋହଲିଙ୍କ ବିଷୟରେ ଚର୍ଚ୍ଚା କରିଥିଲା। ହେଲେ ସେମାନଙ୍କୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ବୋର୍ଡ ଚାମ୍ପିଅନ୍ସ ଟ୍ରଫିରେ ଉଭୟଙ୍କ ପ୍ରଦର୍ଶନ ଦେଖିବାକୁ ଚାହୁଁଛି। ଏହାପରେ ସେମାନଙ୍କ କ୍ୟାରିୟର ଉପରେ ନିଷ୍ପତ୍ତି ନିଆଯିବ। ଯଦି ଚାମ୍ପିଅନ୍ସ ଟ୍ରଫିରେ ଉଭୟଙ୍କ ପ୍ରଦର୍ଶନ ଖରାପ ରୁହେ ତେବେ ଉଭୟଙ୍କ ଉପରେ ନିଷ୍ପତ୍ତି ନିଆଯିବ।

ଟିମ୍‌ ଇଣ୍ଡିଆ ଫେବୃଆରୀ ଏବଂ ମାର୍ଚ୍ଚରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଖେଳିବ। ଏହାପରେ ଭାରତୀୟ ଟିମ୍‌ ଇଲଂଣ୍ଡ ଗସ୍ତ କରିବ। ଇଂଲଣ୍ଡରେ ଉଭୟ ଟିମ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳାଯିବ। ଏଥିରେ ବିରାଟ ଖେଳିବେ ବୋଲି ଆଶା ରହିଛି।

The post କୋହଲିଙ୍କ ପାଖରେ ଏବେ ମାତ୍ର ୨ ମାସ ବାକି… appeared first on Dharitri Odia News.