କ୍ରିକେଟ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର
ଗୋପ : ପୁରୀ ଜିଲ୍ଲା ନିମାପଡ଼ାର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ଆୟୋଜିତ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଚାଲିଥିବା ସମୟରେ ପଡ଼ିଆରେ ଟଳି ପଡିଲେ ଦ୍ଵିତୀୟ ବର୍ଷ ପିଜି ଛାତ୍ର । ଅନ୍ୟ ଛାତ୍ରମାନଙ୍କ ସହାୟତାରେ ଅସୁସ୍ଥ ଛାତ୍ରଙ୍କୁ ନିମାପଡ଼ା ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଓ କିଛି ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁ ଛାତ୍ରଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ଆଣିଛନ୍ତି ଅନ୍ୟ ଛାତ୍ରମାନେ । ସୂଚନା ଅନୁଯାୟୀ, ନିମାପଡ଼ା ବ୍ଲକ୍ […] The post କ୍ରିକେଟ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର appeared first on KNews Odisha.

ଗୋପ : ପୁରୀ ଜିଲ୍ଲା ନିମାପଡ଼ାର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ଆୟୋଜିତ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଚାଲିଥିବା ସମୟରେ ପଡ଼ିଆରେ ଟଳି ପଡିଲେ ଦ୍ଵିତୀୟ ବର୍ଷ ପିଜି ଛାତ୍ର । ଅନ୍ୟ ଛାତ୍ରମାନଙ୍କ ସହାୟତାରେ ଅସୁସ୍ଥ ଛାତ୍ରଙ୍କୁ ନିମାପଡ଼ା ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଓ କିଛି ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁ ଛାତ୍ରଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ଆଣିଛନ୍ତି ଅନ୍ୟ ଛାତ୍ରମାନେ ।
ସୂଚନା ଅନୁଯାୟୀ, ନିମାପଡ଼ା ବ୍ଲକ୍ ଭିଲିଗ୍ରାମ ପଞ୍ଚାୟତ ବିଷ୍ଟୁପୁର ପଡ଼ିଆରେ ଛାତ୍ରମାନଙ୍କ ଦ୍ଵାରା ଆୟୋଜିତ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଚାଲିଥିବା ସମୟରେ ବ୍ରହ୍ମଗିରି ଯଦୁପୁର ଅଞ୍ଚଳର ଓମ୍ ପ୍ରକାଶ ଜେନା ନାମକ ଛାତ୍ର ପଡ଼ିଆରେ କୌଣସି କାରଣ ବଶତଃ ହଠାତ୍ ଟଳି ପଡ଼ିଥିଲେ । ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନେ ତୁରନ୍ତ ଓମ୍ ପ୍ରକାଶଙ୍କୁ ନିମାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର କହିଛନ୍ତି ଯେ ମେଡ଼ିକାଲକୁ ଆଣିବା ପୂର୍ବରୁ ଛାତ୍ର ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଏପଟେ ଘଟଣା ସ୍ଥଳରେ ନିମାପଡ଼ା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।
The post କ୍ରିକେଟ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର appeared first on KNews Odisha.