କ୍ରିକେଟ୍ରେ ଓବିଏସ୍ ଆଉଟ୍ କ’ଣ? ଆଇପିଏଲ୍ ଇତିହାସରେ ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ଏମିତି ଆଉଟ୍
ଚେନ୍ନାଇ,୧୨।୫: ଆଇପିଏଲ ୨୦୨୪ର ୬୧ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଚେନ୍ନାଇ ଜିତିଥିଲା। ଏହି ମ୍ୟାଚ୍ରେ ଫିଲ୍ଡରେ ବାଧା ସୃଷ୍ଟି (Obstructing the field dismissals) ହେତୁ ସିଏସକେ ଅଲରାଉଣ୍ଡର ଖେଳାଳି ରବିନ୍ଦ୍ର ଜାଡେଜାଙ୍କୁ ଆଉଟ୍ ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ ସମୟରେ ଏହି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ଆବେଶ ଖାନ ଆରଆର ପାଇଁ ଇନିଂସର ୧୬ତମ ଓଭରରେ ବୋଲିଂ କରିଥିଲେ। […] The post କ୍ରିକେଟ୍ରେ ଓବିଏସ୍ ଆଉଟ୍ କ’ଣ? ଆଇପିଏଲ୍ ଇତିହାସରେ ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ଏମିତି ଆଉଟ୍ appeared first on Dharitri Odia News.
ଚେନ୍ନାଇ,୧୨।୫: ଆଇପିଏଲ ୨୦୨୪ର ୬୧ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଚେନ୍ନାଇ ଜିତିଥିଲା। ଏହି ମ୍ୟାଚ୍ରେ ଫିଲ୍ଡରେ ବାଧା ସୃଷ୍ଟି (Obstructing the field dismissals) ହେତୁ ସିଏସକେ ଅଲରାଉଣ୍ଡର ଖେଳାଳି ରବିନ୍ଦ୍ର ଜାଡେଜାଙ୍କୁ ଆଉଟ୍
ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ ସମୟରେ ଏହି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ଆବେଶ ଖାନ ଆରଆର ପାଇଁ ଇନିଂସର ୧୬ତମ ଓଭରରେ ବୋଲିଂ କରିଥିଲେ। ଜାଡେଜା ସହଜରେ ଓଭରର ପଞ୍ଚମ ବଲ ଖେଳି ଥାର୍ଡମ୍ୟାନ୍ ଆଡକୁ ହାଲୁକା ହାତରେ ଏକ ରନ ପୂରଣ କରିଥିଲେ। ଦ୍ୱିତୀୟ ରନ୍ ନେବାକୁ ଜାଡେଜା ଆଗ୍ରହୀ ମନେ ହେଉଥିଲେ ମଧ୍ୟ ଅନ୍ୟପକ୍ଷରେ ରିତୁରାଜ ଗାଇକ୍ୱାଡ ରନ ନେବାକୁ ମନା କରିଦେଇଥିଲେ।
ତେବେ ବିରୋଧୀ ବ୍ୟାଟ୍ସମ୍ୟାନ ମନା କରିବା ବେଳକୁ ଜାଡେଜା ଅଧା ପଡ଼ିଆରେ ପହଞ୍ଚି ସାରିଛନ୍ତି। କିନ୍ତୁ ସେ ପୁନର୍ବାର ଫେରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ସାମସନଙ୍କ ଥ୍ରୋ ମଧ୍ୟରେ ଆସିଥିଲେ, ଯେଉଁଥିପାଇଁ ତାଙ୍କୁ ଓବିଏସ୍ ଆଉଟ୍ ଦିଆଯାଇଥିଲା।
ଅମ୍ପାୟାରଙ୍କ ଦ୍ୱାରା ଓବିଏସ୍ ଆଉଟ୍ ଦିଆଯିବା ପରେ ଜାଡେଜା ବହୁତ ରାଗି ଯାଇଥିଲେ। ଦର୍ଶକଙ୍କ ମଧ୍ୟରେ ଉପସ୍ଥିତ ଥିବା ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ମଧ୍ୟ ଟିକେ ଆଶ୍ଚର୍ଯ୍ୟ ହୋଇଥିଲେ।
ଆଇପିଏଲ ଇତିହାସରେ ଓବିଏସ୍ ଆଉଟ୍ ହୋଇଛନ୍ତି
ୟୁସୁଫ ପଠାନ (କେକେଆର୍) – ପୁଣେ ୱାରିୟର୍ସ ଇଣ୍ଡିଆ – ରାଞ୍ଚି, ୨୦୧୩
ଅମିତ ମିଶ୍ର (ଡିସି) – ବନାମ ସନରାଇଜର୍ସ ହାଇଦ୍ରାବାଦ – ବିଶାଖାପାଟନମ, ୨୦୧୯
ରବିନ୍ଦ୍ର ଜାଡେଜା (ସିଏସ୍କେ) – ବନାମ ରାଜସ୍ଥାନ ରୟାଲ୍ସ – ଚେନ୍ନାଇ, ୨୦୨୪
Ravindra Jadeja given out obstructing the field.
– 3rd time happened in IPL history. pic.twitter.com/lJNolzBc1L
— Mufaddal Vohra (@mufaddal_vohra) May 12, 2024
The post କ୍ରିକେଟ୍ରେ ଓବିଏସ୍ ଆଉଟ୍ କ’ଣ? ଆଇପିଏଲ୍ ଇତିହାସରେ ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ଏମିତି ଆଉଟ୍ appeared first on Dharitri Odia News.