କ୍ରୀଡା ହିଁ ଶାରୀରିକ ଦକ୍ଷତାର ମୂଳମନ୍ତ୍ର, ଲଡୁଗାଁ କଲେଜର ବାର୍ଷିକ କ୍ରୀଡା ଉଦଯାପିତ
କୋକସରା,୧୭।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ କୋକସରା ବ୍ଲକ ଲଡୁଗାଁ ସ୍ଥିତ ହାୟର ସେକେଣ୍ଡରି ସ୍କୁଲର ୩୦ ତମ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଦୁଇ ଦିବସୀୟ କ୍ରୀଡା ଉତ୍ସବରେ ସୋମବାର କଲେଜର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ହନୁମାନ ମନ୍ଦିରରୁ ବାହାରିଥିବା ମଶାଲ ଶୋଭାଯାତ୍ରାକୁ ମିନି ଷ୍ଟାଡିୟମ ଖେଳ ପଡିଆରେ ସ୍ୱାଗତ କରିବା ପରେ ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତ୍ତୋଳନ ପରେ କ୍ରୀଡା ଉତ୍ସବ ଆରମ୍ଭ […] The post କ୍ରୀଡା ହିଁ ଶାରୀରିକ ଦକ୍ଷତାର ମୂଳମନ୍ତ୍ର, ଲଡୁଗାଁ କଲେଜର ବାର୍ଷିକ କ୍ରୀଡା ଉଦଯାପିତ appeared first on Dharitri Odia News.
କୋକସରା,୧୭।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ କୋକସରା ବ୍ଲକ ଲଡୁଗାଁ ସ୍ଥିତ ହାୟର ସେକେଣ୍ଡରି ସ୍କୁଲର ୩୦ ତମ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଦୁଇ ଦିବସୀୟ କ୍ରୀଡା ଉତ୍ସବରେ ସୋମବାର କଲେଜର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ହନୁମାନ ମନ୍ଦିରରୁ ବାହାରିଥିବା ମଶାଲ ଶୋଭାଯାତ୍ରାକୁ ମିନି ଷ୍ଟାଡିୟମ ଖେଳ ପଡିଆରେ ସ୍ୱାଗତ କରିବା ପରେ ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତ୍ତୋଳନ ପରେ କ୍ରୀଡା ଉତ୍ସବ ଆରମ୍ଭ ହୋଇଥିଲା।
ଏହି ଅଵସରରେ କଲେଜର କ୍ରୀଡା ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ ଓ କସ୍ତୁରବା ବିଦ୍ୟାଳୟ ଚିକିଗୁଡାର କ୍ରୀଡା ଶିକ୍ଷକ କିଶନ ଧଙ୍ଗଡା ମାଝୀଙ୍କ ନେତୃତ୍ୱରେ ୨୩ ଗୋଟି କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଚିତ୍ତ ରଞ୍ଜନ ଠାକୁର ଓ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀକାନ୍ତ ପାଢ଼ୀ ଯୋଗଦେଇ ଯୁବ କ୍ରୀଡା ପ୍ରତିଭା ବିକଶିତ ହେବାରେ ବିଦ୍ୟାଳୟରେ ଆୟୋଜିତ ବାର୍ଷିକ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମତ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ସହ ପୁରସ୍କୃତ କରିଥିଲେ। ଶ୍ରେଷ୍ଠ ବାଳିକା କ୍ରୀଡାବିତ୍ ଭାବେ ଲତା ମଞ୍ଜୁରୀ ନିଆଳ ଓ ବାଳକ ବିଭାଗରେ ମୁକେଶ ବଗର୍ତ୍ତିଙ୍କୁ ପୁରସ୍କୃତ କରାଯାଇଛି।
କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ କରିଥିବା ବେଳେ ପ୍ରାଧ୍ୟାପକ ପ୍ରେମାନନ୍ଦ ସାହା କ୍ରୀଡା ଉତ୍ସବର ଧାରା ବିବରଣୀ ପ୍ରଦାନ କରିଥିଲେ। ପ୍ରଶାନ୍ତ ଯୋଷୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅଧ୍ୟାପିକା କଲ୍ୟାଣି ମହାନ୍ତି, ଅଙ୍କିତା ଖୁରା, ଭାରତ ଭୂଷଣ ଠାକୁର, ଭାଗବତ କଟା, ଶଙ୍କର ସତନାମୀ, ବିଭୁଞ୍ଜନ ସାହୁ, ଶ୍ରୀକାନ୍ତ ଶର୍ମା, ଆଦିତ୍ୟ ଦାସ, ତୁଳସୀ ବାଗ, ଭାନୁମତି ମାଝୀ, ଦିବାକର ଦୁର୍ଗା, ସ୍ୱପ୍ନା ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପରିଶେଷରେ ପ୍ରାଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ।
The post କ୍ରୀଡା ହିଁ ଶାରୀରିକ ଦକ୍ଷତାର ମୂଳମନ୍ତ୍ର, ଲଡୁଗାଁ କଲେଜର ବାର୍ଷିକ କ୍ରୀଡା ଉଦଯାପିତ appeared first on Dharitri Odia News.