କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର

ଭୁବନେଶ୍ୱର,୯।୩: ଦି କନ୍‌ଫେଡେରେଶନ ଅଫ୍‌ ରିଅଲ ଇଷ୍ଟେଟ ଡେଭେଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ସିଆର୍‌ଇଡିଏଆଇ ବା କେଡ୍ରାଇ)ର ଓଡ଼ିଶା ଶାଖା ବା କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର ‘କ୍ରେଡାଇ ବାଲେଶ୍ୱର ସିଟି ଚାପ୍ଟର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଡି.ଏସ୍‌. ତ୍ରିପାଠୀ, ସଭାପତି ସ୍ବଦେଶ କୁମାର ରାଉତରାୟ, ସମ୍ପାଦକ ଅନୀଲ କୁମାର ଅଗ୍ରଓ୍ବାଲ, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ କ୍ରେଡାଇ ଭୁବନେଶ୍ୱର ଚାପ୍ଟର ସମ୍ପାଦକ ଜଗତ କୁମାର କର ପ୍ରମୁଖ ସମ୍ମାନିତ ଅତିଥି […] The post କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର appeared first on Dharitri Odia News.

କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର

ଭୁବନେଶ୍ୱର,୯।୩: ଦି କନ୍‌ଫେଡେରେଶନ ଅଫ୍‌ ରିଅଲ ଇଷ୍ଟେଟ ଡେଭେଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ସିଆର୍‌ଇଡିଏଆଇ ବା କେଡ୍ରାଇ)ର ଓଡ଼ିଶା ଶାଖା ବା କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର ‘କ୍ରେଡାଇ ବାଲେଶ୍ୱର ସିଟି ଚାପ୍ଟର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଡି.ଏସ୍‌. ତ୍ରିପାଠୀ, ସଭାପତି ସ୍ବଦେଶ କୁମାର ରାଉତରାୟ, ସମ୍ପାଦକ ଅନୀଲ କୁମାର ଅଗ୍ରଓ୍ବାଲ, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ କ୍ରେଡାଇ ଭୁବନେଶ୍ୱର ଚାପ୍ଟର ସମ୍ପାଦକ ଜଗତ କୁମାର କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଉଲ୍ଲେଖଯୋଗ୍ୟ, କ୍ରେଡାଇ ବାଲେଶ୍ୱର ସିଟି ଚାପ୍ଟର ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାର ବିଲ୍‌ଡର ଓ ଡେଭଲପର୍ସମାନଙ୍କୁ ନେଇ ଏହି ନୂଆ ଚାପ୍ଟର ଗଠିତ ହୋଇଛି। ଏପରିକି ବର୍ଷ ୨୦୨୪-୨୬ ପାଇଁ ଏହି ଚାପ୍ଟରର ଅଧ୍ୟକ୍ଷ ଭାବେ ରାଜ କୁମାର ଖଣ୍ଡେଲଓ୍ବାଲା ନିର୍ବାଚିତ ହୋଇଛନ୍ତି। ସେହିଭଳି ବିଭୁ ଚନ୍ଦନ ଜେନା ଚାପ୍ଟରର ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ପ୍ରକାଶ କିଶୋର ନାୟକ ଏବଂ ଦିଲୀପ ଅଗ୍ରଓ୍ବାଲ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସଂଗ୍ରାମ ପଣ୍ଡା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ମନୋଜ ଜେନା ଯୁଗ୍ମ ସମ୍ପାଦକ ଏବଂ ସୁଶୀଲ ରଞ୍ଜନ ମହାନ୍ତି କୋଷାଧ୍ୟକ୍ଷ ଓ ଜ୍ୟୋତିର୍ମୟ ଦାସ ଚାପ୍ଟରର ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି।

The post କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର appeared first on Dharitri Odia News.