ରାହୁଲଙ୍କ ହରିୟାଣା ପ୍ଲାନ, ଶତ୍ରୁ ସହ ବନ୍ଧୁତା କରି ଭାଜପାକୁ ହରାଇବାକୁ ପ୍ରସ୍ତୁତି!
ନୂଆଦିଲ୍ଲୀ,୩।୯: ସୋମବାର ସାରେ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଯୋଗ ଦେଇଥିବା ରାହୁଲ ଗାନ୍ଧୀ ପୁରୁଣା ‘ଶତ୍ରୁ’ ସହିତ ହାତ ମିଳାଇବାର ସମ୍ଭାବନା ଉପରେ ହରିୟାଣା କଂଗ୍ରେସ ନେତାଙ୍କ ମନକୁ ଛୁଇଁବାକୁ ଚେଷ୍ଟା କରିଥିଲେ। ସୂଚନାନୁସାରେ, ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି ଯେ ସେ ଇଣ୍ଡିଆ ଆଲାଇନ୍ସ ଦଳ ସହ ହରିୟାଣାରେ ନିର୍ବାଚନ ଲଢିପାରିବେ କି। ସିଇସି ବୈଠକରେ ରାହୁଲ ଗାନ୍ଧୀ […] The post ରାହୁଲଙ୍କ ହରିୟାଣା ପ୍ଲାନ, ଶତ୍ରୁ ସହ ବନ୍ଧୁତା କରି ଭାଜପାକୁ ହରାଇବାକୁ ପ୍ରସ୍ତୁତି! appeared first on Dharitri Odia News.
ନୂଆଦିଲ୍ଲୀ,୩।୯: ସୋମବାର ସାରେ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଯୋଗ ଦେଇଥିବା ରାହୁଲ ଗାନ୍ଧୀ ପୁରୁଣା ‘ଶତ୍ରୁ’ ସହିତ ହାତ ମିଳାଇବାର ସମ୍ଭାବନା ଉପରେ ହରିୟାଣା କଂଗ୍ରେସ ନେତାଙ୍କ ମନକୁ ଛୁଇଁବାକୁ ଚେଷ୍ଟା କରିଥିଲେ। ସୂଚନାନୁସାରେ, ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି ଯେ ସେ ଇଣ୍ଡିଆ ଆଲାଇନ୍ସ ଦଳ ସହ ହରିୟାଣାରେ ନିର୍ବାଚନ ଲଢିପାରିବେ କି।
ସିଇସି ବୈଠକରେ ରାହୁଲ ଗାନ୍ଧୀ ପଚାରିଥିଲେ, ଏକେଲା ହରିୟାଣା ନିର୍ବାଚନ ଲଢିଲେ କଂଗ୍ରେସ କ୍ଷତିଗ୍ରସ୍ତ ହେବ ନାହିଁ କି? କଂଗ୍ରେସ ଏବଂ ଏଏପି ମଧ୍ୟରେ ମେଣ୍ଟ ହେବାର କୌଣସି ସମ୍ଭାବନା ଅଛି କି?
ଏହା ଉପରେ ଭୁପେନ୍ଦ୍ର ସିଂ ହୁଡା କହିଛନ୍ତି ଯେ ଆମ ଆଦମୀ ପାର୍ଟି ବହୁତ ସିଟ ମାଗୁଛି। ତିନିରୁ ଚାରିଟି ଆସନ ଦିଆଯାଇପାରେ, କିନ୍ତୁ ସେମାନଙ୍କର ଇଚ୍ଛା ବଡ଼, ତେଣୁ ମେଣ୍ଟ ଗଠନ କରିବା କଷ୍ଟକର। ରାହୁଲ ଗାନ୍ଧୀ ତଥାପି କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ଭୋଟ ଯେପରି ବିଭାଜିତ ନହୁଏ ସେଥିପାଇଁ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍। ତୁମେମାନେ ଯାହା ସମ୍ଭବ ତାହା ଦେଖ।
The post ରାହୁଲଙ୍କ ହରିୟାଣା ପ୍ଲାନ, ଶତ୍ରୁ ସହ ବନ୍ଧୁତା କରି ଭାଜପାକୁ ହରାଇବାକୁ ପ୍ରସ୍ତୁତି! appeared first on Dharitri Odia News.