କ୍ଷତିରେ ଚାଲିଛି ରାଜ୍ୟ ସରକାରଙ୍କ ବସ୍ ବେପାର । ମୋ ବସରେ ଆୟକୁ ବଳିଯାଇଛି ବ୍ୟୟ, ୫ବର୍ଷରେ ୧୦୦ କୋଟି କ୍ଷତି

କନକ ବ୍ୟୁରୋ :  ରାସ୍ତାରେ ଗଡୁଛି ଶହ ଶହ ମୋ ବସ ।  ଅନେକଙ୍କ ପ୍ରଥମ ପସନ୍ଦ ପାଲଟିଛି ମୋ ବସ ।  ବସ ସେବା ନାଁରେ ସାଧାରଣ ଲୋକଙ୍କୁ ସେବା ଯୋଗାଉଥିବା କ୍ରୁଟ ଭଲ ଲାଭ କମାଉଥିବା ବୋଲି ଅନେକ ଭାବୁଥିବେ ।  କିନ୍ତୁ ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟ କହୁଛି ସରକାର ଭଡା ବାବଦକୁ ଯେତିକି ଟଙ୍କା ଆୟ କରୁଛନ୍ତି ତାଠାରୁ ଯଥେଷ୍ଟ ଅଧିକ ଟଙ୍କା ଘରୋଇ ସଂସ୍ଥାକୁ ଦେଉଛନ୍ତି । ତଥ୍ୟ ଅନୁସାରେ ଦେଖନ୍ତୁ ୨୦୨୦ରୁ ୨୦୨୪ ସେପେଟମ୍ବର ଯାଏଁ ମୋ ବସରେ କେତେ ଭଡା ଆଦାୟ ହୋଇଛି ଓ କେତେ ପରିଚଳାନା ସଂସ୍ଥାକୁ ପୈଠ କରାଯାଇଛି । ବର୍ଷ                              ଭଡାରୁ ଆୟ                      ପରିଚାଳନା ସଂସ୍ଥାକୁ ପୈଠ୨୦୨୦-୨୧               ୧୩ କୋଟି ୯୫ଲକ୍ଷ ୧୦୦         ୩୧ କୋଟି ୬୦ ଲକ୍ଷ ଟଙ୍କା ୮୬ହଜାର ୨୯୯୨୦୨୧-୨୨               ୩୨କୋଟି ୫୫ ଲକ୍ଷ ୧୨ହଜାର      ୫୯ କୋଟି ୬୬ ଲକ୍ଷ ୩୫ ହଜାର ୬୮୧୨୦୨୨-୨୩     ୭୪ କୋଟି ୧୬ଲକ୍ଷ ୮୨ହଜାର୫୭୫            ୧୦୯ କୋଟି ୩୭ଲକ୍ଷ୧୮ହଜାର ୪୫୬୨୦୨୩-୨୪   ୧୦୪କୋଟି୧୩ଲକ୍ଷ ୬୪ହଜାର୧୨୩           ୧୭୩ କୋଟି ୬୫ଲକ୍ଷ ୭୫ହଜାର୬ଟଙ୍କା୨୦୨୪(ସେପ୍ଟେମ୍ୱର ଯାଏ) ୫୮କୋଟି ୫୩ଲକ୍ଷ ୩୩ହଜାର ୫୭୭    ୯୭କୋଟି ୮୮ଲକ୍ଷ୧୨ହଜାର ୯୭୧ ଚୁକ୍ତିମୁତାବକ ରାଜ୍ୟ ସରକାର ନର୍ବଦା ଟ୍ରାଭେଲ୍ସ ପ୍ରାଇଭେଟ ଲିମିଟେଡ,ଟ୍ରାଭେଲ ଟିମା କାର ରେଣ୍ଟାଲ ପ୍ରାଇଭେଟ ଲିମିଟେଡ, ଜଗନ୍ନାଥ ଜୀ

କ୍ଷତିରେ ଚାଲିଛି ରାଜ୍ୟ ସରକାରଙ୍କ ବସ୍ ବେପାର । ମୋ ବସରେ ଆୟକୁ ବଳିଯାଇଛି ବ୍ୟୟ, ୫ବର୍ଷରେ ୧୦୦ କୋଟି କ୍ଷତି

କନକ ବ୍ୟୁରୋ :  ରାସ୍ତାରେ ଗଡୁଛି ଶହ ଶହ ମୋ ବସ ।  ଅନେକଙ୍କ ପ୍ରଥମ ପସନ୍ଦ ପାଲଟିଛି ମୋ ବସ ।  ବସ ସେବା ନାଁରେ ସାଧାରଣ ଲୋକଙ୍କୁ ସେବା ଯୋଗାଉଥିବା କ୍ରୁଟ ଭଲ ଲାଭ କମାଉଥିବା ବୋଲି ଅନେକ ଭାବୁଥିବେ ।  କିନ୍ତୁ ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟ କହୁଛି ସରକାର ଭଡା ବାବଦକୁ ଯେତିକି ଟଙ୍କା ଆୟ କରୁଛନ୍ତି ତାଠାରୁ ଯଥେଷ୍ଟ ଅଧିକ ଟଙ୍କା ଘରୋଇ ସଂସ୍ଥାକୁ ଦେଉଛନ୍ତି । ତଥ୍ୟ ଅନୁସାରେ ଦେଖନ୍ତୁ ୨୦୨୦ରୁ ୨୦୨୪ ସେପେଟମ୍ବର ଯାଏଁ ମୋ ବସରେ କେତେ ଭଡା ଆଦାୟ ହୋଇଛି ଓ କେତେ ପରିଚଳାନା ସଂସ୍ଥାକୁ ପୈଠ କରାଯାଇଛି । 
ବର୍ଷ                              ଭଡାରୁ ଆୟ                      ପରିଚାଳନା ସଂସ୍ଥାକୁ ପୈଠ
୨୦୨୦-୨୧               ୧୩ କୋଟି ୯୫ଲକ୍ଷ ୧୦୦         ୩୧ କୋଟି ୬୦ ଲକ୍ଷ ଟଙ୍କା ୮୬ହଜାର ୨୯୯
୨୦୨୧-୨୨               ୩୨କୋଟି ୫୫ ଲକ୍ଷ ୧୨ହଜାର      ୫୯ କୋଟି ୬୬ ଲକ୍ଷ ୩୫ ହଜାର ୬୮୧
୨୦୨୨-୨୩     ୭୪ କୋଟି ୧୬ଲକ୍ଷ ୮୨ହଜାର୫୭୫            ୧୦୯ କୋଟି ୩୭ଲକ୍ଷ୧୮ହଜାର ୪୫୬
୨୦୨୩-୨୪   ୧୦୪କୋଟି୧୩ଲକ୍ଷ ୬୪ହଜାର୧୨୩           ୧୭୩ କୋଟି ୬୫ଲକ୍ଷ ୭୫ହଜାର୬ଟଙ୍କା
୨୦୨୪(ସେପ୍ଟେମ୍ୱର ଯାଏ) ୫୮କୋଟି ୫୩ଲକ୍ଷ ୩୩ହଜାର ୫୭୭    ୯୭କୋଟି ୮୮ଲକ୍ଷ୧୨ହଜାର ୯୭୧

ଚୁକ୍ତିମୁତାବକ ରାଜ୍ୟ ସରକାର ନର୍ବଦା ଟ୍ରାଭେଲ୍ସ ପ୍ରାଇଭେଟ ଲିମିଟେଡ,ଟ୍ରାଭେଲ ଟିମା କାର ରେଣ୍ଟାଲ ପ୍ରାଇଭେଟ ଲିମିଟେଡ, ଜଗନ୍ନାଥ ଜୀ ସିଟି ବସ ସର୍ଭିସେସ ଓ ହଂସ ବାହାନ ପ୍ରାଇଭେଟ ଲିମିଟେଡ ନାମକ ଘରୋଇ ସଂସ୍ଥାକୁ ଟଙ୍କା ଦେଇଚାଲିଛନ୍ତି । ଏବେ ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ଭଳି ପରିସ୍ଥିତି ହୋଇଯାଇଛି । ବିଜେଡି ସରକାର କରିଯାଇଥିବା ଭୁଲକୁ ବିଜେପି ସରକାର ସଂଶୋଧନ କରିବାକୁ  ନିବେଦନ କରିଛି ଘରୋଇ ବସ ମାଲିକ ସଂଘ ।