କ୍ଷୁଧା ମେଣ୍ଟାଇବାକୁ ଗାଜାବାସୀଙ୍କ ସଂଘର୍ଷ, ପ୍ରତି ଘଣ୍ଟାରେ ଯାଉଛି ୬ ଶିଶୁଙ୍କ ଜୀବନ

ଗାଜା ଷ୍ଟ୍ରିପ୍‌ ୨୫/୦୪:  ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣକୁ ମଙ୍ଗଳବାର ୨ ଶହ ଦିନ ପୂରିଯାଇଛି । ଏହାର ଜବାବରେ ଇସ୍ରାଏଲ ପ୍ରତି ଆକ୍ରମଣ ଜାରି ରଖିଛି । ଇସ୍ରାଏଲର ସ୍ଥଳସେନା ଗାଜାରେ ପଶି ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି । ତେବେ ଆକ୍ରମଣରେ କେବଳ ହମାସ୍‌ ଆତଙ୍କୀ ନୁହଁନ୍ତି, ବହୁସଂଖ୍ୟାରେ ସାଧାରଣ ଜନତା ମଧ୍ୟ ନିହତ ହୋଇଛନ୍ତି । ଅଦ୍ୟାବଧି ଇସ୍ରାଏଲ ଆକ୍ରମଣରେ ୩୪,୧୮୩ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ପାଲେଷ୍ଟାଇନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ମୃତ୍ୟୁସଂଖ୍ୟାରେ ଚିନ୍ତାଜନକ ହେଉଛି ଶିଶୁଙ୍କ ମୃତ୍ୟୁ । କାରଣ ମୃତକଙ୍କ ମଧ୍ୟରେ ସର୍ବାଧିକ ଛୋଟ ପିଲା ରହିଛନ୍ତି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଆକ୍ରମଣରେ ୧୪,୫୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଲାଣି । ତେବେ ଆକ୍ରମଣ ଭୟ ଅପେକ୍ଷା ଗାଜାବାସୀଙ୍କୁ ଏବେ ଭୋକର ଭୟ ଅଧିକ । ଗାଜାର ପ୍ରାୟ ୨୩ ଲକ୍ଷରୁ ଊଦ୍ଧ୍ୱର୍ ନାଗରିକ ପ୍ରତ୍ୟେକ ଦିନ ଖାଦ୍ୟ ପାଇଁ ଡହଳବିକଳ । ଇସ୍ରାଏଲର ଆକ୍ରମଣ ଯୋଗୁ ସେଠାକୁ ମାନବୀୟ ସହାୟତା ତଥା ଖାଦ୍ୟପାନୀୟ ଯୋଗାଣରେ ବାଧା ଉପୁଜୁଥିବାରୁ ଗାଜାବାସୀଙ୍କୁ ଯଥେଷ୍ଟ ଖାଦ୍ୟ ମିଳିପାରୁନାହିଁ । ସବୁଠୁ ଦୟନୀୟ ସ୍ଥିତି ଯୁଦ୍ଧ ଭିତରେ ଜନ୍ମିତ ଶିଶୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଖାଦ୍ୟ ତଥା ପୋଷଣ ଅଭାବ ଯୋଗୁ ଶିଶୁଙ୍କୁ ବଞ୍ଚାଇ ରଖିବା ସେମାନଙ୍କ ଅଭିଭାବକଙ୍କ ପାଇଁ କାଠିକର ପାଠ ହୋଇଛି ।

କ୍ଷୁଧା ମେଣ୍ଟାଇବାକୁ ଗାଜାବାସୀଙ୍କ ସଂଘର୍ଷ, ପ୍ରତି ଘଣ୍ଟାରେ ଯାଉଛି ୬ ଶିଶୁଙ୍କ ଜୀବନ

ଗାଜା ଷ୍ଟ୍ରିପ୍‌ ୨୫/୦୪:  ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣକୁ ମଙ୍ଗଳବାର ୨ ଶହ ଦିନ ପୂରିଯାଇଛି । ଏହାର ଜବାବରେ ଇସ୍ରାଏଲ ପ୍ରତି ଆକ୍ରମଣ ଜାରି ରଖିଛି । ଇସ୍ରାଏଲର ସ୍ଥଳସେନା ଗାଜାରେ ପଶି ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି । ତେବେ ଆକ୍ରମଣରେ କେବଳ ହମାସ୍‌ ଆତଙ୍କୀ ନୁହଁନ୍ତି, ବହୁସଂଖ୍ୟାରେ ସାଧାରଣ ଜନତା ମଧ୍ୟ ନିହତ ହୋଇଛନ୍ତି । 

ଅଦ୍ୟାବଧି ଇସ୍ରାଏଲ ଆକ୍ରମଣରେ ୩୪,୧୮୩ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ପାଲେଷ୍ଟାଇନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ମୃତ୍ୟୁସଂଖ୍ୟାରେ ଚିନ୍ତାଜନକ ହେଉଛି ଶିଶୁଙ୍କ ମୃତ୍ୟୁ । କାରଣ ମୃତକଙ୍କ ମଧ୍ୟରେ ସର୍ବାଧିକ ଛୋଟ ପିଲା ରହିଛନ୍ତି । 

ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଆକ୍ରମଣରେ ୧୪,୫୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଲାଣି । ତେବେ ଆକ୍ରମଣ ଭୟ ଅପେକ୍ଷା ଗାଜାବାସୀଙ୍କୁ ଏବେ ଭୋକର ଭୟ ଅଧିକ । ଗାଜାର ପ୍ରାୟ ୨୩ ଲକ୍ଷରୁ ଊଦ୍ଧ୍ୱର୍ ନାଗରିକ ପ୍ରତ୍ୟେକ ଦିନ ଖାଦ୍ୟ ପାଇଁ ଡହଳବିକଳ । ଇସ୍ରାଏଲର ଆକ୍ରମଣ ଯୋଗୁ ସେଠାକୁ ମାନବୀୟ ସହାୟତା ତଥା ଖାଦ୍ୟପାନୀୟ ଯୋଗାଣରେ ବାଧା ଉପୁଜୁଥିବାରୁ ଗାଜାବାସୀଙ୍କୁ ଯଥେଷ୍ଟ ଖାଦ୍ୟ ମିଳିପାରୁନାହିଁ । 

ସବୁଠୁ ଦୟନୀୟ ସ୍ଥିତି ଯୁଦ୍ଧ ଭିତରେ ଜନ୍ମିତ ଶିଶୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଖାଦ୍ୟ ତଥା ପୋଷଣ ଅଭାବ ଯୋଗୁ ଶିଶୁଙ୍କୁ ବଞ୍ଚାଇ ରଖିବା ସେମାନଙ୍କ ଅଭିଭାବକଙ୍କ ପାଇଁ କାଠିକର ପାଠ ହୋଇଛି । ପୋଷଣ ଅଭାବରୁ କେବଳ ଗାଜା ହସ୍ପିଟାଲରେ ଏପ୍ରିଲ ୧ରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିଲା । 

ସେମାନଙ୍କ ମଧ୍ୟରେ ୨୮ ଶିଶୁ ରହିଥିବାବେଳେ ମାସେରୁ କମ୍‌ ବୟସର ୧୨ ଶିଶୁ ଥିଲେ । ଏକ ରିପୋର୍ଟ ଅନୁସାରେ, ଗାଜାରେ ପ୍ରତି ଘଣ୍ଟାରେ ୧୫ ଲୋକଙ୍କ ମୃତ୍ୟୁ ଘଟୁଥିବାବେଳେ ସେମାନଙ୍କ ୬ ଶିଶୁ ରହିଛନ୍ତି । ଗାଜା ଷ୍ଟ୍ରିପ୍‌ ବାହାରେ ପୂରା ଗାଜାବାସୀଙ୍କୁ ଖାଦ୍ୟ ଯୋଗାଇବା ଲାଗି ଯଥେଷ୍ଟ ଖାଦ୍ୟ ରହିଥିବା ୱାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମ(ଡବ୍ଲ୍ୟୁଏଫ୍‌ପି)ର ଜରୁରିକାଳୀନ ନିର୍ଦ୍ଦେଶକ ସମୀର ଅବଦେଲଜାବେର କହିଛନ୍ତି । କିନ୍ତୁ ଗାଜା ଭିତରକୁ ଏହି ସହାୟତା ପହଞ୍ଚାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି । 

ଗାଜାରେ ଏହି ସ୍ଥିତି ମେ’ ବେଳକୁ ଆହୁରି ଗମ୍ଭୀର ହେବ ବୋଲି ଜାତିସଂଘ ଆଶଙ୍କା କରିଛି । ଉତ୍ତରଗାଜାରେ ଏକାଧିକ ହସ୍ପିଟାଲରେ ଶତାଧିକ ଶିଶୁଙ୍କ ଏପରି ଅବସ୍ଥାରେ ଚିକିତ୍ସା ଚାଲିଛି । ଏଠାରେ ପ୍ରତ୍ୟେକ ବ୍ୟକ୍ତି ଦିନକୁ ହାରାହାରି ମାତ୍ର ୨୪୫ କ୍ୟାଲୋରୀ ଖାଦ୍ୟ ପାଇପାରୁଛନ୍ତି । ଦକ୍ଷିଣ ଗାଜାରେ ଉତ୍ତର ଗାଜା ଅପେକ୍ଷା ମାନବୀୟ ସହାୟତା ଅଧିକ ମାତ୍ରାରେ ପହଞ୍ଚୁଥିଲେ ହେଁ ସେଠାରେ ମଧ୍ୟ ସମାନ ସ୍ଥିତି । 

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଅନୁସାରେ, ଦକ୍ଷିଣ ଗାଜାରେ ୨ ବର୍ଷର କମ୍‌ ବୟସର ଶିଶୁଙ୍କ ମଧ୍ୟରେ ୫ ପ୍ରତିଶତ କୁପୋଷଣର ଶିକାର । ୟୁନିସେଫ୍‌ ଅନୁସାରେ, ୬ରୁ ୨୩ ମାସର ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୯୦ ପ୍ରତିଶତ ଦିନକୁ ବହୁ ସଂଘର୍ଷ କରି ବି ଗୋଟିଏ ଓଳି ଖାଇବାକୁ ପାଇପାରୁଛନ୍ତି । 

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗାଜାରେ ୬୦ ହଜାରରୁ ଊଦ୍ଧ୍ୱର୍ ଗର୍ଭବତୀ ମହିଳା କୁପୋଷଣ ଏବଂ ଶରୀରରେ ଜଳୀୟଅଂଶ ଅଭାବର ଶିକାର । ଗାଜାରେ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ, ଆବଶ୍ୟକ ଔଷଧ, ଗ୍ଲୁକୋଜ, ଓଆର୍‌ଏସ୍‌ ଭଳି ଇଲେକ୍ଟ୍ରୋଲାଇଟ, ଜରୁରି ଚିକିତ୍ସା ଉପକରଣ ଓ ସୁବିଧା ଅଭାବରୁ କୁପୋଷଣ ଏବଂ ଶରୀରରୁ ଜଳୀୟଅଂଶ ଅଭାବ ଜନିତ ସମସ୍ୟା ସହ ଲଢ଼ିବା କଷ୍ଟକର ହୋଇପଡ଼ିଛି । 

ଏକ ରିପୋର୍ଟ ଅନୁସାରେ, ୨୩ ଲକ୍ଷ ଗାଜାବାସୀଙ୍କ ମଧ୍ୟରୁ ୧୨ ଲକ୍ଷ ଲୋକ ଗମ୍ଭୀର ଖାଦ୍ୟ ଓ ପାନୀୟ ଅଭାବର ସାମ୍‌ନା କରୁଛନ୍ତି । ୮୦ ପ୍ରତିଶତ ଲୋକ ରିଲିଫ୍‌ ଏବଂ ମାନୀବୟ ସହାୟତା ଯୋଗାଣ ଉପରେ ନିର୍ଭରଶୀଳ ।