କ୍ଷେପଣାସ୍ତ୍ର ଆକ୍ରମଣ ଭୟରେ ମୋଦିଙ୍କୁ ଫୋନ୍‌ କରିଥିଲେ ଇମ୍ରାନ୍‌

ନୂଆଦିଲ୍ଲୀ,୯।୧: ୨୦୧୯ ଫେବୃଆରୀ ୨୭ରେ କ୍ଷେପଣାସ୍ତ୍ର ଆକ୍ରମଣ ଭୟରେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରାତି ଅଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରିଥିଲେ। ପରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ମୁକ୍ତ କରାଗଲା ବୋଲି ଇମ୍ରାନ୍‌ ଘୋଷଣା କରିଥିଲେ। ପାକିସ୍ତାନରେ ଅବସ୍ଥାପିତ ଭାରତର ପୂର୍ବତନ ଉଚ୍ଚାୟୁକ୍ତ ଅଜୟ ବିସରିଆ ତାଙ୍କର ଆଗାମୀ ପୁସ୍ତକ ‘ଦି ଆଙ୍ଗର ମ୍ୟାନେଜମେଣ୍ଟ: ଦି ଟ୍ରୁବଲ୍ଡ ଡିପ୍ଲୋମାଟିକ୍‌ ରିଲେଶନ ବିଟୁଇନ୍‌ ଇଣ୍ଡିଆ ଆଣ୍ଡ ପାକିସ୍ତାନ’ରେ ଏହା ଉଲ୍ଲେଖ […] The post କ୍ଷେପଣାସ୍ତ୍ର ଆକ୍ରମଣ ଭୟରେ ମୋଦିଙ୍କୁ ଫୋନ୍‌ କରିଥିଲେ ଇମ୍ରାନ୍‌ appeared first on Dharitri Odia News.

କ୍ଷେପଣାସ୍ତ୍ର ଆକ୍ରମଣ ଭୟରେ ମୋଦିଙ୍କୁ ଫୋନ୍‌ କରିଥିଲେ ଇମ୍ରାନ୍‌

ନୂଆଦିଲ୍ଲୀ,୯।୧: ୨୦୧୯ ଫେବୃଆରୀ ୨୭ରେ କ୍ଷେପଣାସ୍ତ୍ର ଆକ୍ରମଣ ଭୟରେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରାତି ଅଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରିଥିଲେ। ପରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ମୁକ୍ତ କରାଗଲା ବୋଲି ଇମ୍ରାନ୍‌ ଘୋଷଣା କରିଥିଲେ। ପାକିସ୍ତାନରେ ଅବସ୍ଥାପିତ ଭାରତର ପୂର୍ବତନ ଉଚ୍ଚାୟୁକ୍ତ ଅଜୟ ବିସରିଆ ତାଙ୍କର ଆଗାମୀ ପୁସ୍ତକ ‘ଦି ଆଙ୍ଗର ମ୍ୟାନେଜମେଣ୍ଟ: ଦି ଟ୍ରୁବଲ୍ଡ ଡିପ୍ଲୋମାଟିକ୍‌ ରିଲେଶନ ବିଟୁଇନ୍‌ ଇଣ୍ଡିଆ ଆଣ୍ଡ ପାକିସ୍ତାନ’ରେ ଏହା ଉଲ୍ଲେଖ କରିଛନ୍ତି।

୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଜବାବରେ ବାୟୁସେନା ବାଲାକୋଟ୍‌ରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ପାକିସ୍ତାନକୁ ଟାର୍ଗେଟ କରି ଭାରତ ୯ଟି କ୍ଷେପଣାସ୍ତ୍ର ପ୍ରସ୍ତୁତ କରି ରଖିଛି ଓ ଯେକୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଏହାର ସୈନ୍ୟବାହିନୀ ତତ୍କାଳୀନ ପାକ୍‌ ବହିର୍ବ୍ୟାପାର ସଚିବ ତେହମିନା ଜଞ୍ଜୁଆଙ୍କୁ ଜଣାଇଥିଲା। ପାକ୍‌ ସରକାର ରାତି ଅଧରେ ତତ୍କାଳୀନ ଭାରତୀୟ ଉଚ୍ଚାୟୁକ୍ତ ବିସରିଆଙ୍କ ସହ ଯୋଗାଯୋଗ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଇମ୍ରାନ୍‌ଙ୍କୁ କଥାବାର୍ତ୍ତା କରାଇ ପରିସ୍ଥିତି ଶାନ୍ତ କରିବା ପାଇଁ ଅନୁରୋଧ କରିଥିଲେ। ପାକିସ୍ତାନ ଉତ୍ତେଜନା ହ୍ରାସ ପାଇଁ ପ୍ରସ୍ତୁତ ବୋଲି ସେହି ରାତିରେ ଦିଲ୍ଲୀରେ ଥିବା ଆମେରିକା ଓ ବ୍ରିଟେନ୍‌ ରାଷ୍ଟ୍ରଦୂତ ମଧ୍ୟ ଭାରତର ବହିର୍ବ୍ୟାପାର ସଚିବଙ୍କୁ ଜଣାଇଥିଲେ।

The post କ୍ଷେପଣାସ୍ତ୍ର ଆକ୍ରମଣ ଭୟରେ ମୋଦିଙ୍କୁ ଫୋନ୍‌ କରିଥିଲେ ଇମ୍ରାନ୍‌ appeared first on Dharitri Odia News.