ବରଯାତ୍ରୀଙ୍କୁ ଧରି ଫେରୁଥିବାବେଳେ ବ୍ରେକ୍‌ ଫେଲ ହେଲା ବସ୍‌

ଗଜପତି,୩।୩: ବରଯାତ୍ରୀଙ୍କୁ ଧରି ଫେରୁଥିଲେ ବେଳେ ବ୍ରେକ ଫେଲ ହେଲା ବସ। ଭାରସାମ୍ୟ ହରାଇ ବସ ରାସ୍ତା ପାର୍ଶ୍ୱରେ ଥିବା ବିରାଟକାୟ ପଥରରେ ପିଟି ହୋଇଯାଇଛି। ଗଞ୍ଜାମ ତପ୍ତପାଣି ଘାଟିରେ ଏହି ବସ ଦୁର୍ଘଟଣା ଘଟିଛି। ଆହତ ହୋଇଥିବା ୭ ଜଣ ବରଯାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ସକାଳେ ଦିଗପହଣ୍ଡି ବ୍ଲକ ମେଘଦୋଳି ଗାଁରୁ ବରଯାତ୍ରୀଙ୍କୁ ଗଜପତି ଜିଲା ଚାନ୍ଦିପୁଟକୁ ଯାଉଥିଲା ଏକ ବସ। ବାହାଘର ପରେ ଭୋଜି ଖାଇ ଅପରାହ୍ନରେ ବରଯାତ୍ରୀଙ୍କୁ […] The post ବରଯାତ୍ରୀଙ୍କୁ ଧରି ଫେରୁଥିବାବେଳେ ବ୍ରେକ୍‌ ଫେଲ ହେଲା ବସ୍‌ appeared first on Dharitri Odia News.

ବରଯାତ୍ରୀଙ୍କୁ ଧରି ଫେରୁଥିବାବେଳେ ବ୍ରେକ୍‌ ଫେଲ ହେଲା ବସ୍‌

ଗଜପତି,୩।୩: ବରଯାତ୍ରୀଙ୍କୁ ଧରି ଫେରୁଥିଲେ ବେଳେ ବ୍ରେକ ଫେଲ ହେଲା ବସ। ଭାରସାମ୍ୟ ହରାଇ ବସ ରାସ୍ତା ପାର୍ଶ୍ୱରେ ଥିବା ବିରାଟକାୟ ପଥରରେ ପିଟି ହୋଇଯାଇଛି। ଗଞ୍ଜାମ ତପ୍ତପାଣି ଘାଟିରେ ଏହି ବସ ଦୁର୍ଘଟଣା ଘଟିଛି। ଆହତ ହୋଇଥିବା ୭ ଜଣ ବରଯାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ରବିବାର ସକାଳେ ଦିଗପହଣ୍ଡି ବ୍ଲକ ମେଘଦୋଳି ଗାଁରୁ ବରଯାତ୍ରୀଙ୍କୁ ଗଜପତି ଜିଲା ଚାନ୍ଦିପୁଟକୁ ଯାଉଥିଲା ଏକ ବସ। ବାହାଘର ପରେ ଭୋଜି ଖାଇ ଅପରାହ୍ନରେ ବରଯାତ୍ରୀଙ୍କୁ ଧରି ବସ ଫେରୁଥିଲା। ତେବେ ତପ୍ତପାଣି ଘାଟିର ଆଶ୍ରମ ସ୍କୁଲ ନିକଟରେ ବସ ବ୍ରେକ ଫେଲ ହୋଇଥିଲା। ବସ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ବିରାଟକାୟ ପଥରରେ ପିଟି ହୋଇଯାଇଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସାନଖେମୁଣ୍ଡି ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ବସ ଭିତରୁ ଗୁରୁତର ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ପାଟପୁର ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି।

 

The post ବରଯାତ୍ରୀଙ୍କୁ ଧରି ଫେରୁଥିବାବେଳେ ବ୍ରେକ୍‌ ଫେଲ ହେଲା ବସ୍‌ appeared first on Dharitri Odia News.