ଶୁଟ୍‌ ଆଉଟରେ ଜିତିଲା ସୋଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୩ା୩(ବିଜୟ ରଣା): ବିଶ୍ୱ ଜଳ ଦିବସ ପାଳନ ଅବସରରେ ୟୁନିସେଫ ଓ ୟୁଥ୍‌ ଫୋର ଓ୍ବାଟର ପ୍ଲସ୍‌ର ମଳିତ ସହଯୋଗରେ ଏକ ପ୍ରଦର୍ଶନୀ ମ୍ୟାଚ ଶୁକ୍ରବାର ସ୍ଥାନୀୟ ୟୁନିଟ୍‌-୧ ସ୍ଥିତ ଭୁବନେଶ୍ୱର ଫୁଟ୍‌ବଲ ଏକାଡେମୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସୋଆ ୟୁନିଭର୍ସିଟି ବନାମ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା। ଏଥିରେ ସୋଆ ୟୁନିଭର୍ସିଟି ୪-୨ ପେନାଲ୍‌ଟି ଶୁଟଆଉଟରେ ବିଜୟ ଲାଭ କରିଥିଲା। ଓଡ଼ିଶା ଏଫ୍‌ସି କ୍ଲବ ସଭାପତି ରାଜ ଅଥଓ୍ବାଲ ଇଭେଣ୍ଟର […] The post ଶୁଟ୍‌ ଆଉଟରେ ଜିତିଲା ସୋଆ ବିଶ୍ୱବିଦ୍ୟାଳୟ appeared first on Dharitri Odia News.

ଶୁଟ୍‌ ଆଉଟରେ ଜିତିଲା ସୋଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୩ା୩(ବିଜୟ ରଣା): ବିଶ୍ୱ ଜଳ ଦିବସ ପାଳନ ଅବସରରେ ୟୁନିସେଫ ଓ ୟୁଥ୍‌ ଫୋର ଓ୍ବାଟର ପ୍ଲସ୍‌ର ମଳିତ ସହଯୋଗରେ ଏକ ପ୍ରଦର୍ଶନୀ ମ୍ୟାଚ ଶୁକ୍ରବାର ସ୍ଥାନୀୟ ୟୁନିଟ୍‌-୧ ସ୍ଥିତ ଭୁବନେଶ୍ୱର ଫୁଟ୍‌ବଲ ଏକାଡେମୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସୋଆ ୟୁନିଭର୍ସିଟି ବନାମ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା। ଏଥିରେ ସୋଆ ୟୁନିଭର୍ସିଟି ୪-୨ ପେନାଲ୍‌ଟି ଶୁଟଆଉଟରେ ବିଜୟ ଲାଭ କରିଥିଲା।
ଓଡ଼ିଶା ଏଫ୍‌ସି କ୍ଲବ ସଭାପତି ରାଜ ଅଥଓ୍ବାଲ ଇଭେଣ୍ଟର ଉଦ୍‌ଘାଟନ କରିବା ସହ ତାଙ୍କ ଅଭିଭାଷଣ ରଖିଥିଲେ। ବିଶ୍ୱ ଜଳ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସେ ବଖାଣି ଥିଲେ। ଜଳ ସଂରକ୍ଷଣ ଓ ସ୍ଥିରତା ବଜାୟ ରଖିବା କ୍ଷେତ୍ରରେ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଇଭେଣ୍ଟ ଅବସରରେ ୟୁନିସେଫ୍‌ ଓଡ଼ିଶାର ଓ୍ବାଶ ସେସ୍‌ ସ୍ପେସାଲିଷ୍ଟ ସିପ୍ରା ସାକ୍‌ସେନା, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅଧୀନ ଆରଏମ୍‌ଏନ୍‌ଏଚ କାର୍ଯ୍ୟାଳୟ ମୁଖ୍ୟ ଡକ୍ଟର ଗୌରବ, ମ୍ୟାଙ୍ଗୋ ହେଟେଲ ନିର୍ଦ୍ଦେଶକ ଅମିତେଶ ଗୁଗ୍‌ନାନି, ଭୁବନେଶ୍ୱର ନାଇଟ୍ସ ରାଉଣ୍ଡ ଟେବୁଲ ୨୩୦ର ଚେୟାରପର୍ସନ ସର୍କଲର ଅଂଶୁ ଗୂପ୍ତାଙ୍କ ସମେତ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।

The post ଶୁଟ୍‌ ଆଉଟରେ ଜିତିଲା ସୋଆ ବିଶ୍ୱବିଦ୍ୟାଳୟ appeared first on Dharitri Odia News.