କ୍ୟାପଟେନ୍ ରୋହିତ ଶର୍ମାଙ୍କ ଖାମ୍‌ଖିଆଲି ମନୋଭାବ, ଟସ୍‌ ବେଳେ ଭୁଲିଗଲେ କଏନ୍

ନୂଆଦିଲ୍ଳୀ ୧୦/୦୬: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସବୁଠୁ ବଡ଼ ମ୍ୟାଚ୍‌ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୯ ଜୁନ୍ ରେ ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଖେଳାଯାଇଥିଲା । ବର୍ଷା ମ୍ୟାଚ୍‌ରେ ବାଧକ ସାଜିଥିଲା । ପାଗ  ଭଲ ହେବା ପରେ ଟସ୍‌ ପଡ଼ିଥିଲା । ରୋହିତ ଶର୍ମା ଓ ବାବର ଆଜାମ ଟସ୍‌ ପକାଇବା ନେଇ  କ୍ରିଜ ପାଖରେ ଛିଡ଼ା ହୋଇଥାନ୍ତି । ରୋହିତ  କଏନ ପକାଇବେ । କିନ୍ତୁ କଏନ କାହିଁ? କିଛି  ସମୟ ଖୋଜା ଖୋଜି ପରେ ପରେ ଶେଷରେ ରୋହିତ ନିଜ ପକେଟରୁ କଏନ ବାହାର କରିଥିଲେ । ପରସ୍ପରକୁ ଅନାଇ ସମସ୍ତେ  ହସି ଥିଲେ । Rohit Sharma says where is the coin? Coin is inside his pocket. ????????- A typical Rohit moment! pic.twitter.com/KsTsmCPsKj— Mufaddal Vohra (@mufaddal_vohra) June 9, 2024ସୂଚନା ଥାଉକି, ଟସ୍ ପଡିବା ପୂର୍ବରୁ ରବି ଶାସ୍ତ୍ରୀ ବହୁତ ଉଚ୍ଚ ସ୍ୱରରେ କହି ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହ ବଢାଇବାକୁ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ପକେଟରେ କଏନ୍ ରଖି ରୋହିତ ଶର୍ମା ଭୁଲି ଯାଇଥିଲେ ବାହାର କରିବାକୁ । ରୋହିତ ପ୍ରଥମେ ମ୍ୟାଚ୍ ରେଫରିଙ୍କ ଆଡକୁ ହାତ ବୁଲାଇ କହିଥିଲେ ଯେ ସେ ଏହି ମୁଦ୍ରା ତାଙ୍କୁ ଦେବାକୁ, କିନ୍ତୁ ପ୍ରକୃତରେ ଏହି ମୁଦ୍ରା ରୋହିତ ଶର୍ମାଙ୍କ ଡାହାଣ ପକେଟରେ ରଖାଯାଇଥିଲା। ପରେ ରୋହିତ ପକେଟରୁ ବାହାର କରିବା ପରେ ନିଜେ ହସିବାକୁ ଲାଗିଲେ, ଏହି ସମସ୍ତ

କ୍ୟାପଟେନ୍ ରୋହିତ ଶର୍ମାଙ୍କ ଖାମ୍‌ଖିଆଲି ମନୋଭାବ, ଟସ୍‌ ବେଳେ ଭୁଲିଗଲେ କଏନ୍

ନୂଆଦିଲ୍ଳୀ ୧୦/୦୬: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସବୁଠୁ ବଡ଼ ମ୍ୟାଚ୍‌ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୯ ଜୁନ୍ ରେ ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଖେଳାଯାଇଥିଲା । ବର୍ଷା ମ୍ୟାଚ୍‌ରେ ବାଧକ ସାଜିଥିଲା । ପାଗ  ଭଲ ହେବା ପରେ ଟସ୍‌ ପଡ଼ିଥିଲା । ରୋହିତ ଶର୍ମା ଓ ବାବର ଆଜାମ ଟସ୍‌ ପକାଇବା ନେଇ  କ୍ରିଜ ପାଖରେ ଛିଡ଼ା ହୋଇଥାନ୍ତି । ରୋହିତ  କଏନ ପକାଇବେ । କିନ୍ତୁ କଏନ କାହିଁ? କିଛି  ସମୟ ଖୋଜା ଖୋଜି ପରେ ପରେ ଶେଷରେ ରୋହିତ ନିଜ ପକେଟରୁ କଏନ ବାହାର କରିଥିଲେ । ପରସ୍ପରକୁ ଅନାଇ ସମସ୍ତେ  ହସି ଥିଲେ । 

ସୂଚନା ଥାଉକି, ଟସ୍ ପଡିବା ପୂର୍ବରୁ ରବି ଶାସ୍ତ୍ରୀ ବହୁତ ଉଚ୍ଚ ସ୍ୱରରେ କହି ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହ ବଢାଇବାକୁ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ପକେଟରେ କଏନ୍ ରଖି ରୋହିତ ଶର୍ମା ଭୁଲି ଯାଇଥିଲେ ବାହାର କରିବାକୁ । ରୋହିତ ପ୍ରଥମେ ମ୍ୟାଚ୍ ରେଫରିଙ୍କ ଆଡକୁ ହାତ ବୁଲାଇ କହିଥିଲେ ଯେ ସେ ଏହି ମୁଦ୍ରା ତାଙ୍କୁ ଦେବାକୁ, କିନ୍ତୁ ପ୍ରକୃତରେ ଏହି ମୁଦ୍ରା ରୋହିତ ଶର୍ମାଙ୍କ ଡାହାଣ ପକେଟରେ ରଖାଯାଇଥିଲା। 

ପରେ ରୋହିତ ପକେଟରୁ ବାହାର କରିବା ପରେ ନିଜେ ହସିବାକୁ ଲାଗିଲେ, ଏହି ସମସ୍ତ ପାକିସ୍ତାନୀ ଅଧିନାୟକ ବାବର ଆଜମ ମଧ୍ୟ ହସିବାକୁ ଲାଗିଲେ।