ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ କମଲ ନାଥଙ୍କ ପୁଅ ନକୁଲ ନାଥ

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ତଥା କଂଗ୍ରେସ ଏମ୍‌ପି ନକୁଲ ନାଥ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୭୧୭ କୋଟି ଟଙ୍କା ସମ୍ପତ୍ତିର ସବୁଠାରୁ ଧନୀ ପ୍ରାର୍ଥୀ ଅଟନ୍ତି। ଆସୋସିଏଶନ ଅଫ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଦ୍ୱାରା ଏହି ସୂଚନା ଦିଆଯାଇଛି। କିଛି ମାସ ପୂର୍ବେ କଂଗ୍ରେସ ନେତୃତ୍ୱ ଏକ ଦ୍ୱନ୍ଦ୍ୱରେ ଥିଲେ ଏବଂ ଉଭୟ କମଲ ନାଥ ଏବଂ ତାଙ୍କ ପୁଅ ନକୁଲ ନାଥ ଭାଜପାରେ ଯୋଗ ଦେଇପାରନ୍ତି ବୋଲି […] The post ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ କମଲ ନାଥଙ୍କ ପୁଅ ନକୁଲ ନାଥ appeared first on Dharitri Odia News.

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ କମଲ ନାଥଙ୍କ ପୁଅ ନକୁଲ ନାଥ

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ତଥା କଂଗ୍ରେସ ଏମ୍‌ପି ନକୁଲ ନାଥ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୭୧୭ କୋଟି ଟଙ୍କା ସମ୍ପତ୍ତିର ସବୁଠାରୁ ଧନୀ ପ୍ରାର୍ଥୀ ଅଟନ୍ତି। ଆସୋସିଏଶନ ଅଫ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଦ୍ୱାରା ଏହି ସୂଚନା ଦିଆଯାଇଛି। କିଛି ମାସ ପୂର୍ବେ କଂଗ୍ରେସ ନେତୃତ୍ୱ ଏକ ଦ୍ୱନ୍ଦ୍ୱରେ ଥିଲେ ଏବଂ ଉଭୟ କମଲ ନାଥ ଏବଂ ତାଙ୍କ ପୁଅ ନକୁଲ ନାଥ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା।

ନକୁଲ ନାଥ ଚିନ୍ଦୱାରା ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ତାମିଲନାଡୁର ଏରୋଡରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏଆଇଏଡିଏମକେର ଅଶୋକ କୁମାରଙ୍କ ବିପକ୍ଷରେ ସେ ନିର୍ବାଚନ ଲଢିବେ। ଯାହାଙ୍କ ନିକଟରେ ୬୬୨ କୋଟି ଟଙ୍କାର ସଂପତ୍ତି ଅଛି। ସେହିପରି ସିଭାଗଙ୍ଗା ଭାଜପା ପ୍ରାର୍ଥୀ ଧବନାଥନ ଯାଦବ ଟିଙ୍କର ସମ୍ପତ୍ତି ୩୦୪ କୋଟି ଟଙ୍କା ବୋଲି ସୂଚନା ରହିଛି।

The post ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ କମଲ ନାଥଙ୍କ ପୁଅ ନକୁଲ ନାଥ appeared first on Dharitri Odia News.