କ୍ୟାବିନେଟ୍ରେ ଉପସ୍ଥାପନ ହେବ ତଦନ୍ତ କମିଶନ ରିପୋର୍ଟ
କଟକ,୬ା୩(କାର୍ତ୍ତିକ ସାହୁ)ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବା ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ କ୍ୟାବିନେଟ୍ରେ ଉପସ୍ଥାପନ ହେବ। ଏଥିପାଇଁ ହାଇକୋର୍ଟ ସମୟ ଦେବାକୁ ସତ୍ୟପାଠରେ ରାଜ୍ୟ ସରକାର ଆବେଦନ କରିଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଓ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଆସନ୍ତା ୧୨ ତାରିଖରେ […] The post କ୍ୟାବିନେଟ୍ରେ ଉପସ୍ଥାପନ ହେବ ତଦନ୍ତ କମିଶନ ରିପୋର୍ଟ appeared first on Dharitri Odia News.
କଟକ,୬ା୩(କାର୍ତ୍ତିକ ସାହୁ)ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବା ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ କ୍ୟାବିନେଟ୍ରେ ଉପସ୍ଥାପନ ହେବ। ଏଥିପାଇଁ ହାଇକୋର୍ଟ ସମୟ ଦେବାକୁ ସତ୍ୟପାଠରେ ରାଜ୍ୟ ସରକାର ଆବେଦନ କରିଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଓ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଆସନ୍ତା ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି। ମାମଲାର ବିବରଣୀ ଅନୁସାରେ, ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରୁଥିଲେ ଜଷ୍ଟିସ୍ ରଘୁବର ଦାସ କମିଶନ। କମିଶନ ତାଙ୍କର ତଦନ୍ତ ଶେଷକରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିସାରିଛନ୍ତି। ତେବେ ରତ୍ନଭଣ୍ଡାର ଚାବି ହଜିବା ଘଟଣା ରିପୋର୍ଟ ସାର୍ବଜନୀନ କରିବା ନିମନ୍ତେ ପୁରୀର ଦିଲୀପ ବରାଳ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ, ଚାବି ହଜିବା ପରେ ପୁଣି ଚାବି କିପରି ମିଳିଲା, ଏନେଇ ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ରହିଛି କି ନାହିଁ ସେସବୁ ବିଷୟରେ ଜାଣିବା ରାଜ୍ୟବାସୀଙ୍କର ହକ୍ ରହିଛି। ତେଣୁ ରାଜ୍ୟ ସରକାର ରଘୁବର ଦାସ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ନିମନ୍ତେ ହାଇକୋର୍ଟ ଆଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ।
The post କ୍ୟାବିନେଟ୍ରେ ଉପସ୍ଥାପନ ହେବ ତଦନ୍ତ କମିଶନ ରିପୋର୍ଟ appeared first on Dharitri Odia News.