କ୍ୟାମେରାରେ କଏଦ ହେଲା ହତ୍ୟାକାରୀଙ୍କ ଭୟଙ୍କର ଚେହେରା

ବଲାଙ୍ଗୀର,୧୪ା୪(ସୁନୀଲ କୁମାର ମହାନ୍ତି): ରବିବାର ରାତିରେ ବଲାଙ୍ଗୀର ସହରର ବିଷ୍ଣୁମୁଣ୍ଡାଠାରେ ଜଣେ ବ୍ୟବସାୟୀ ମନୋଜ ନାଏକଙ୍କୁ ବୀଭତ୍ସ ଭାବରେ ହତ୍ୟାକରି ହତ୍ୟାକାରୀ ଜଣକ ଫେରାର ମାରିଥିଲେ। ହତ୍ୟାକାରୀ ଫେରାର ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ହତ୍ୟା କରିବା ପରେ ହାତରେ ଏକ ଟାଙ୍ଗିଆ ଧରି କାହାକୁ ଖାତିର ନକରି ଅନାୟସରେ ଚାଲି ଚାଲି ଯାଉଛନ୍ତି ହତ୍ୟାକାରୀ। ହତ୍ୟାକାରୀ ବିଷ୍ଣୁମୁଣ୍ଡା ଗାଁର ହୋଇଥିବା ଚର୍ଚ୍ଚା ହେଉଛି। ବଲାଙ୍ଗୀର ଆଦର୍ଶ ଟାଉନ ଥାନା ପୋଲିସ […] The post କ୍ୟାମେରାରେ କଏଦ ହେଲା ହତ୍ୟାକାରୀଙ୍କ ଭୟଙ୍କର ଚେହେରା appeared first on Dharitri Odia News.

କ୍ୟାମେରାରେ କଏଦ ହେଲା ହତ୍ୟାକାରୀଙ୍କ ଭୟଙ୍କର ଚେହେରା

ବଲାଙ୍ଗୀର,୧୪ା୪(ସୁନୀଲ କୁମାର ମହାନ୍ତି): ରବିବାର ରାତିରେ ବଲାଙ୍ଗୀର ସହରର ବିଷ୍ଣୁମୁଣ୍ଡାଠାରେ ଜଣେ ବ୍ୟବସାୟୀ ମନୋଜ ନାଏକଙ୍କୁ ବୀଭତ୍ସ ଭାବରେ ହତ୍ୟାକରି ହତ୍ୟାକାରୀ ଜଣକ ଫେରାର ମାରିଥିଲେ। ହତ୍ୟାକାରୀ ଫେରାର ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ହତ୍ୟା କରିବା ପରେ ହାତରେ ଏକ ଟାଙ୍ଗିଆ ଧରି କାହାକୁ ଖାତିର ନକରି ଅନାୟସରେ ଚାଲି ଚାଲି ଯାଉଛନ୍ତି ହତ୍ୟାକାରୀ। ହତ୍ୟାକାରୀ ବିଷ୍ଣୁମୁଣ୍ଡା ଗାଁର ହୋଇଥିବା ଚର୍ଚ୍ଚା ହେଉଛି। ବଲାଙ୍ଗୀର ଆଦର୍ଶ ଟାଉନ ଥାନା ପୋଲିସ ଛାନ୍‌ଭିନ୍‌ ଜାରି ରଖିଥିବା ବେଳେ ଗିରଫ ହୋଇନାହାନ୍ତି ହତ୍ୟାକାରୀ। ଅନ୍ୟପଟେ ସହର ଭିତରେ ଦୁଇଦିନରେ ଦୁଇଟି ହତ୍ୟା ଏବଂ ଜିଲାରେ ତିନିଦିନରେ ୪ ହତ୍ୟା ଘଟଣାକୁ ନେଇ ଜନସାଧାରଣ ଭୟଭୀତ ହୋଇପଡ଼ିଛନ୍ତି।

The post କ୍ୟାମେରାରେ କଏଦ ହେଲା ହତ୍ୟାକାରୀଙ୍କ ଭୟଙ୍କର ଚେହେରା appeared first on Dharitri Odia News.