ବିହାରରେ ଶିକ୍ଷକଙ୍କୁ ଅଭିଭାବକଙ୍କ ମାଡ଼: ଛାତ୍ରଙ୍କୁ ଚାପୁଡ଼ା ମାରିବା ପଡ଼ିଲା ମହଙ୍ଗା
ଗୟା,୬।୭: ବିହାରର ଗୟା ଜିଲ୍ଲାରେ ଏକ ବିଦ୍ୟାଳୟରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ରାଗିଯାଇଥିବା ଅଭିଭାବକମାନେ ଜଣେ ଶିକ୍ଷକଙ୍କୁ ନିର୍ମମ ଭାବେ ପ୍ରହାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶିକ୍ଷକ ରାକେଶ ରଞ୍ଜନ ଶ୍ରୀବାସ୍ତବ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିଥିବା କାରଣରୁ ଏହି ଘଟଣା ଘଟିଛି। ଘଟଣା ଅନୁସାରେ, ପଞ୍ଚମ ଶ୍ରେଣୀର ଦୁଇ ଛାତ୍ର ନିଜ ମଧ୍ୟରେ ଝଗଡ଼ା କରୁଥିବା ବେଳେ ଅନ୍ୟ ଜଣେ ଛାତ୍ର ଏହାର ଅଭିଯୋଗ ଶିକ୍ଷକଙ୍କ ନିକଟରେ କରିଥିଲେ। ଶ୍ରୀବାସ୍ତବ ଶ୍ରେଣୀକୁ ଯାଇ ଦୁଇ […] The post ବିହାରରେ ଶିକ୍ଷକଙ୍କୁ ଅଭିଭାବକଙ୍କ ମାଡ଼: ଛାତ୍ରଙ୍କୁ ଚାପୁଡ଼ା ମାରିବା ପଡ଼ିଲା ମହଙ୍ଗା appeared first on Dharitri Odia News.
ଗୟା,୬।୭: ବିହାରର ଗୟା ଜିଲ୍ଲାରେ ଏକ ବିଦ୍ୟାଳୟରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ରାଗିଯାଇଥିବା ଅଭିଭାବକମାନେ ଜଣେ ଶିକ୍ଷକଙ୍କୁ ନିର୍ମମ ଭାବେ ପ୍ରହାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶିକ୍ଷକ ରାକେଶ ରଞ୍ଜନ ଶ୍ରୀବାସ୍ତବ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିଥିବା କାରଣରୁ ଏହି ଘଟଣା ଘଟିଛି।
ଘଟଣା ଅନୁସାରେ, ପଞ୍ଚମ ଶ୍ରେଣୀର ଦୁଇ ଛାତ୍ର ନିଜ ମଧ୍ୟରେ ଝଗଡ଼ା କରୁଥିବା ବେଳେ ଅନ୍ୟ ଜଣେ ଛାତ୍ର ଏହାର ଅଭିଯୋଗ ଶିକ୍ଷକଙ୍କ ନିକଟରେ କରିଥିଲେ। ଶ୍ରୀବାସ୍ତବ ଶ୍ରେଣୀକୁ ଯାଇ ଦୁଇ ଛାତ୍ରଙ୍କ ଝଗଡ଼ାକୁ ରୋକିଥିଲେ ଏବଂ ଉଭୟଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ଦୁଇ ଛାତ୍ର କିଛି ସମୟ ପାଇଁ ଶାନ୍ତ ହୋଇଥିଲେ, କିନ୍ତୁ ଜଣେ ଛାତ୍ର ବିଦ୍ୟାଳୟରୁ ପଳାଇ ଘରେ ପହଞ୍ଚି ଶିକ୍ଷକଙ୍କ ଦ୍ୱାରା ଚାପୁଡ଼ା ମାରିବାର ଅଭିଯୋଗ କରିଥିଲେ।
ଏହି ସମୟରେ ଛାତ୍ରଙ୍କ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ହଙ୍ଗାମା ସୃଷ୍ଟି କରିଥିଲେ। ଶ୍ରୀବାସ୍ତବଙ୍କୁ ଖୋଜି ବାହାର କରି ଅଭିଭାବକମାନେ ତାଙ୍କୁ ଚାପୁଡ଼ା, ମୁକ୍କା ଏବଂ ବାଡ଼ିରେ ପ୍ରହାର କରିଥିଲେ। ମଧ୍ୟସ୍ଥି କରିବାକୁ ଚେଷ୍ଟା କରୁଥିବା ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ପ୍ରହାର କରାଯାଇଥିଲା। ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ଅନୁରୋଧ ସୁଦ୍ଧା ଅଭିଭାବକମାନେ ଶୁଣି ନଥିଲେ। ଏହି ଘଟଣା ବିଦ୍ୟାଳୟ ପରିସରରେ ଆତଙ୍କ ସୃଷ୍ଟି କରିଥିଲା, ଯାହାଫଳରେ ଛାତ୍ରଛାତ୍ରୀମାନେ ନିରାପଦ ସ୍ଥାନକୁ ଦୌଡ଼ି ଲୁଚିବାକୁ ବାଧ୍ୟ ହୋଇଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଆହତ ଶିକ୍ଷକ ରାକେଶ ରଞ୍ଜନ ଶ୍ରୀବାସ୍ତବ ଏବଂ ଅନ୍ୟ ଜଣେ ଶିକ୍ଷକ ଧର୍ମେନ୍ଦ୍ର କୁମାରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ରୀବାସ୍ତବଙ୍କ ହାତ ଓ ଅଣ୍ଟିରେ ଆଘାତ ଲାଗିଥିବା ଜଣାପଡ଼ିଛି।
ଶିକ୍ଷକଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଙ୍କଜ କୁମାର ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଏବଂ ଏହାକୁ ଶିକ୍ଷା ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଶିକ୍ଷକମାନଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ, ଏବଂ ଦୋଷୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
The post ବିହାରରେ ଶିକ୍ଷକଙ୍କୁ ଅଭିଭାବକଙ୍କ ମାଡ଼: ଛାତ୍ରଙ୍କୁ ଚାପୁଡ଼ା ମାରିବା ପଡ଼ିଲା ମହଙ୍ଗା appeared first on Dharitri Odia News.