ଟେନ୍‌ସନ୍‌ରେ BCCI ! କିଏ ହେବ ୩ ଭେଟେରାନଙ୍କ ବିକଳ୍ପ ? ୬ ପ୍ଲେୟର ଦାବିଦାର୍‌…

ନୂଆଦିଲ୍ଲୀ ୧୨।୦୭: କ୍ରିକେଟର ଛୋଟ ଫର୍ମାଟରେ ଆଉ ଦେଖିବାକୁ ମିଳିବନି ରୋହିତ, କୋହଲି ଏବଂ ଜାଡେଜା । ବିଶ୍ବକପ୍‌ ଶେଷ ହେବା ପରେ ପରେ ହିଁ ଟି-୨୦ ଫର୍ମାଟରୁ ନେଇଥିଲେ ସନ୍ୟାସ । ୨୪ ଘଣ୍ଟା ମଧ୍ୟରେ ଏହି ୩ ଭେଟେରାନ୍ ନେଇଥିଲେ କ୍ରିକେଟରରୁ ଅବସର । ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏମାନଙ୍କ ସ୍ଥାନ ନେବ କିଏ ?  ହିଟ୍‌ମ୍ୟାନ୍‌ ଓ କିଙ୍ଗ୍‌ କୋହଲି ଟିମ୍‌ର ଷ୍ଟ୍ରେନ୍ଥ । କିନ୍ତୁ ଏମାନଙ୍କ ଅନୁପସ୍ଥିତି ଟିମ୍‌ ପାଇଁ ଚିନ୍ତାର ବିଷୟ । କିନ୍ତୁ ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କରୁଥିବାରୁ ଦଳରେ ଓପନର୍‌ଙ୍କ ସଂଖ୍ୟା କମ୍‌ ନାହିଁ  । ଏବେ ୩ ଯୁବ ଖେଳାଳି ଦମଦାର ଫର୍ମରେ ରହିଥିବା ବେଳେ ଏମାନେ ସ୍ଥାୟୀ ତଥା ଲମ୍ବା ସମୟ ଧରି ଟିମ୍‌ରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବଦଳରେ ଦଳରେ ୩ ଜଣ ଓପନର ସାମିଲ ହୋଇପାରନ୍ତି । ଆଉ ସେମାନଙ୍କ ମଧ୍ୟରେ ରେସ୍‌ରେ ସବା ଆଗରେ ରଛନ୍ତି ଯୁବ କ୍ରିକେଟର ଯଶସ୍ବୀ ଜୟସ୍ବାଲ, ଯିଏକି ବିଶ୍ବକପ୍‌ ଟିମ୍‌ରେ ସଦସ୍ୟ ଥିଲେ । ସେହିଭଳି ଅନ୍ୟ ଓପନର ହେଉଛି ଶୁବମନ ଗିଲ୍‌, ଯିଏ କି ଟି୨୦ ବିଶ୍ବକପ୍‌ରେ ଭାରତର ରିଜର୍ଭ ଖେଳାଳି ଭାବେ ସାମିଲ ଥିଲେ । ଏହି ଦୁହିଁଙ୍କ ବ୍ୟତିତ ଋତୁରାଜ ଗାଏକ୍ବାଡ୍‌ ଟିମ୍ ଇଣ୍ଡିଆରେ ସାମିଲ ହୋଇପାରନ୍ତି । ଓପନର ଭାବେ ଆଉ ଦୁଇ ଜଣଙ୍କ ନାଁ ବି ଚର୍ଚ୍ଚା ହେଉଛି । ଅଭିଜ୍ଞ ଲୋକେସ ରାହୁଲ ଓ ଇଶାନ

ଟେନ୍‌ସନ୍‌ରେ BCCI ! କିଏ ହେବ ୩ ଭେଟେରାନଙ୍କ ବିକଳ୍ପ ? ୬ ପ୍ଲେୟର ଦାବିଦାର୍‌…

ନୂଆଦିଲ୍ଲୀ ୧୨।୦୭: କ୍ରିକେଟର ଛୋଟ ଫର୍ମାଟରେ ଆଉ ଦେଖିବାକୁ ମିଳିବନି ରୋହିତ, କୋହଲି ଏବଂ ଜାଡେଜା । ବିଶ୍ବକପ୍‌ ଶେଷ ହେବା ପରେ ପରେ ହିଁ ଟି-୨୦ ଫର୍ମାଟରୁ ନେଇଥିଲେ ସନ୍ୟାସ । ୨୪ ଘଣ୍ଟା ମଧ୍ୟରେ ଏହି ୩ ଭେଟେରାନ୍ ନେଇଥିଲେ କ୍ରିକେଟରରୁ ଅବସର । ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏମାନଙ୍କ ସ୍ଥାନ ନେବ କିଏ ?  

ହିଟ୍‌ମ୍ୟାନ୍‌ ଓ କିଙ୍ଗ୍‌ କୋହଲି ଟିମ୍‌ର ଷ୍ଟ୍ରେନ୍ଥ । କିନ୍ତୁ ଏମାନଙ୍କ ଅନୁପସ୍ଥିତି ଟିମ୍‌ ପାଇଁ ଚିନ୍ତାର ବିଷୟ । କିନ୍ତୁ ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କରୁଥିବାରୁ ଦଳରେ ଓପନର୍‌ଙ୍କ ସଂଖ୍ୟା କମ୍‌ ନାହିଁ  । ଏବେ ୩ ଯୁବ ଖେଳାଳି ଦମଦାର ଫର୍ମରେ ରହିଥିବା ବେଳେ ଏମାନେ ସ୍ଥାୟୀ ତଥା ଲମ୍ବା ସମୟ ଧରି ଟିମ୍‌ରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । 

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବଦଳରେ ଦଳରେ ୩ ଜଣ ଓପନର ସାମିଲ ହୋଇପାରନ୍ତି । ଆଉ ସେମାନଙ୍କ ମଧ୍ୟରେ ରେସ୍‌ରେ ସବା ଆଗରେ ରଛନ୍ତି ଯୁବ କ୍ରିକେଟର ଯଶସ୍ବୀ ଜୟସ୍ବାଲ, ଯିଏକି ବିଶ୍ବକପ୍‌ ଟିମ୍‌ରେ ସଦସ୍ୟ ଥିଲେ । ସେହିଭଳି ଅନ୍ୟ ଓପନର ହେଉଛି ଶୁବମନ ଗିଲ୍‌, ଯିଏ କି ଟି୨୦ ବିଶ୍ବକପ୍‌ରେ ଭାରତର ରିଜର୍ଭ ଖେଳାଳି ଭାବେ ସାମିଲ ଥିଲେ । ଏହି ଦୁହିଁଙ୍କ ବ୍ୟତିତ ଋତୁରାଜ ଗାଏକ୍ବାଡ୍‌ ଟିମ୍ ଇଣ୍ଡିଆରେ ସାମିଲ ହୋଇପାରନ୍ତି । 

ଓପନର ଭାବେ ଆଉ ଦୁଇ ଜଣଙ୍କ ନାଁ ବି ଚର୍ଚ୍ଚା ହେଉଛି । ଅଭିଜ୍ଞ ଲୋକେସ ରାହୁଲ ଓ ଇଶାନ କିସାନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇପାରେ । ଏମାନେ ଟ୍ବେଣ୍ଟି ଟ୍ବେଣ୍ଟି ସ୍ପେସାଲିଷ୍ଟ ହୋଇଥିବାରୁ ଦଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି । ଅଭିଷେକ ଶର୍ମାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ସେହିଭଳି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସ୍ଥାନ କିଏ ନେବେ ସେ ନେଇ ବି ଲାଗି ରହିଛି କଳ୍ପନାଜଳ୍ପନା । ଦଳରେ ଜାଡେଜାଙ୍କ ସ୍ଥାନ ନେବା ପାଇଁ ୩ ଜଣ ଦାବିଦାର ରହିଛନ୍ତି । ଅଲରାଉଣ୍ଡର ଭାବେ ଜାଡେଜାଙ୍କ ସ୍ଥାନ ନେବାକୁ ସବା ଆଗରେ ଅଛନ୍ତି ଅକ୍ଷର ପଟେଲ । ବିଶ୍ବକପ୍‌ ଫାଇନାଲରେ ଜଲଓ୍ବା ଦେଖାଇଥିଲେ ଅକ୍ଷର ପଟେଲ । ତେଣୁ ଜାଡେଜାଙ୍କ ସ୍ଥାନରେ ଦୀର୍ଘ ସମୟ ପାଇଁ ଅକ୍ଷର ପଟେଲ ଟିମ୍‌ରେ ରହିବାର ସମ୍ଭାବନା ପ୍ରାୟ ନିଶ୍ଚିତ ।

 ସେହିଭଳି ସେହବାଜ ଅହମଦ ଏବଂ ଅଭିଷେକ ଶର୍ମା ମଧ୍ୟ ଜାଡେଜାଙ୍କ ସ୍ଥାନ ନେବାକୁ ଚାହିଁ ରହିଛନ୍ତି । ବଡ କଥା ହେଉଛି ଜିମ୍ବାଓ୍ବେ ସିରିଜ୍‌ ପାଇଁ ମଧ୍ୟ ଅଭିଷେକ ଶର୍ମାଙ୍କ ନାଁ ଘୋଷଣା କରିଥିଲା ବିସିସିଆଇ । ଆଉ ସେଠାରୁ ଦମ୍ ଦେଖାଉଛନ୍ତି ଅଭିଷେକ ଶର୍ମା । ତେବେ ଆଗକୁ ଦେଖିବାକୁ ବାକି ରହିଲା କିଏ ହେବ ଏହି ଭେଟେରାନ୍‌ଙ୍କ ବିକଳ୍ପ ।