କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗରେ ପହଞ୍ଚିଲେ ଧ୍ରୁବ ଜୁରେଲ
ନୂଆଦିଲ୍ଲୀ,୨୮।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ ଧ୍ରୁବ ଜୁରେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଇସିସି ଟେଷ୍ଟ ମାନ୍ୟତାରେ ଧ୍ରୁବ ଏଥିରୁ ଉପକୃତ ହୋଇଛନ୍ତି। ଧ୍ରୁବ ୩୧ଟି ସ୍ଥାନକୁ ଡେଇଁଛନ୍ତି। ସେ ନିଜ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର଼୍ୟାଙ୍କିଙ୍ଗରେ ପହଞ୍ଚିଛନ୍ତି । ର଼୍ୟାଙ୍କିଙ୍ଗରେ ବିରାଟ କୋହଲି କ୍ଷତି ସହିଛନ୍ତି। ସେ ବର୍ତ୍ତମାନ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ଇଂଲଣ୍ଡ ବିପକ୍ଷରେ ଶୁବମନ ଗିଲ ଭଲ ପ୍ରଦର୍ଶନ କରିଥିଲେ। […] The post କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗରେ ପହଞ୍ଚିଲେ ଧ୍ରୁବ ଜୁରେଲ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ ଧ୍ରୁବ ଜୁରେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଇସିସି ଟେଷ୍ଟ ମାନ୍ୟତାରେ ଧ୍ରୁବ ଏଥିରୁ ଉପକୃତ ହୋଇଛନ୍ତି। ଧ୍ରୁବ ୩୧ଟି ସ୍ଥାନକୁ ଡେଇଁଛନ୍ତି। ସେ ନିଜ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର଼୍ୟାଙ୍କିଙ୍ଗରେ ପହଞ୍ଚିଛନ୍ତି । ର଼୍ୟାଙ୍କିଙ୍ଗରେ ବିରାଟ କୋହଲି କ୍ଷତି ସହିଛନ୍ତି। ସେ ବର୍ତ୍ତମାନ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ଇଂଲଣ୍ଡ ବିପକ୍ଷରେ ଶୁବମନ ଗିଲ ଭଲ ପ୍ରଦର୍ଶନ କରିଥିଲେ। ସେ ୪ଟି ସ୍ଥାନ ହାସଲ କରିଛନ୍ତି।
ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟରେ ଧ୍ରୁଭ ଭଲ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଇନିଂସରେ ୧୪୯ ବଲ ସମ୍ମୁଖୀନ ହୋଇ ୯୦ ରନ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ଧ୍ରୁବ ୬ ଟି ଚୌକା ଓ ୪ ଛକା ମାରିଥିଲେ। ଦ୍ୱିତୀୟ ଇନିଂସରେ ୭୭ ବଲ ସମ୍ମୁଖୀନ ହୋଇ ସେ ଅପରାଜିତ ୩୯ ରନ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୨ଟି ଚୌକା ମାରିଥିଲେ। ର଼୍ୟାଙ୍କିଙ୍ଗରେ ଧ୍ରୁବ ଏଥିରୁ ଉପକୃତ ହୋଇଛନ୍ତି। ସେ ୩୧ଟି ସ୍ଥାନକୁ ଡେଇଁଛନ୍ତି। ଟେଷ୍ଟ ର଼୍ୟାଙ୍କିଙ୍ଗରେ ଧ୍ରୁବ ଜୁରେଲ ୬୯ ତମ ସ୍ଥାନରେ ପହଞ୍ଚିଛନ୍ତି।
ତେବେ ବିରାଟ କୋହଲି ୨ ସ୍ଥାନ ହରାଇଛନ୍ତି। ସେ ୯ ନମ୍ବରରେ ଆସିଛନ୍ତି। ଯଶସ୍ବୀ ଜୟସ୍ବାଲ ୩ ସ୍ଥାନ ହାସଲ କରିଛନ୍ତି। ସେ ୧୨ ନମ୍ବରରେ ପହଞ୍ଚିଛନ୍ତି। ରୋହିତ ଶର୍ମା ଗୋଟିଏ ସ୍ଥାନ ହରାଇ ୧୩ତମ ସ୍ଥାନକୁ ଖସି ଆସିଛନ୍ତି। ଶୁବମନ ୪ଟି ସ୍ଥାନ ହାସଲ କରିଛନ୍ତି। ସେ ୩୧ତମ ସ୍ଥାନରେ ଅଛନ୍ତି। ଟେଷ୍ଟ ମାନ୍ୟତାରେ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ବର୍ତ୍ତମାନ ଶୀର୍ଷରେ ଅଛନ୍ତି। ଅଷ୍ଟ୍ରେଲୀୟ ଖେଳାଳି ଷ୍ଟିଭ ସ୍ମିଥ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
The post କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗରେ ପହଞ୍ଚିଲେ ଧ୍ରୁବ ଜୁରେଲ appeared first on Dharitri Odia News.