କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ସହ କାର୍‌ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୨୪ା୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସ୍‌ପି ସ୍ନେହଲତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା। ଉକ୍ତ ଟିମ୍‌ ଶନିବାର ସାନକୁଶସ୍ଥଳୀ ନିକଟରେ ଯାନବାହନ ଯାଞ୍ଚ କରିଥିଲା। ସେଠାରେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର୍‌କୁ ଅଟକାଇ ଯାଞ୍ଚ କରାଯାଇଥିଲା। ସେଥିରୁ ୧୨୦ କେଜି ଗଞ୍ଜେଇ ଜବତ ହୋଇଥିଲା। କାର୍‌ ଡ୍ରାଇଭର ସମେତ ତିନିଜଣଙ୍କୁ ଟିମ୍‌ […] The post କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ସହ କାର୍‌ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.

କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ସହ କାର୍‌ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୨୪ା୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସ୍‌ପି ସ୍ନେହଲତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା। ଉକ୍ତ ଟିମ୍‌ ଶନିବାର ସାନକୁଶସ୍ଥଳୀ ନିକଟରେ ଯାନବାହନ ଯାଞ୍ଚ କରିଥିଲା। ସେଠାରେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର୍‌କୁ ଅଟକାଇ ଯାଞ୍ଚ କରାଯାଇଥିଲା। ସେଥିରୁ ୧୨୦ କେଜି ଗଞ୍ଜେଇ ଜବତ ହୋଇଥିଲା। କାର୍‌ ଡ୍ରାଇଭର ସମେତ ତିନିଜଣଙ୍କୁ ଟିମ୍‌ ବାନ୍ଧିଥିଲା। ସେମାନେ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନାର ଚିରଞ୍ଜୀବକରାଢ଼ (୨୩), ବିକି କରାଢ଼(୧୯) ଓ ଅଢ଼ବା ଅଞ୍ଚଳର ଆୟବ ନାୟକ (୨୦)। ଜେରା ବେଳେ ସେମାନେ ଉକ୍ତ ଗଞ୍ଜେଇ ଗଜପତି ଜିଲାରୁ ବ୍ରହ୍ମପୁର ଆଣୁଥିଲେ ବୋଲି ଟିମ୍‌ ସମ୍ମୁଖରେ ସ୍ବୀକାର କରିଛନ୍ତି। ଜବତ ଗଞ୍ଜେସ୍‌, କାର୍‌ ଓ ବାଇକର ଆନୁମାନିକ ମୂଲ୍ୟ ପ୍ରାୟ ୧୮ ଲକ୍ଷ ହେବ ବୋଲି କୁହାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।
ଅବକାରୀ ଏକ ଟିମ୍‌ ଶନିବାର ସକାଳେ ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ବିଭିନ୍ନ ଛକରେ ନାକାବନ୍ଦୀ କରିଥିଲା। କାର୍‌ ଭିତରେ ଥିବା ଗୁପ୍ତ ବକ୍ସ(ସିକ୍ରେଟ ଚାମ୍ବର)ରେ ଗଞ୍ଜେଇ ରଖାଯାଇଥିଲା ବୋଲି ଟିମ୍‌ କହିଛି। ସେହିପରି ଉକ୍ତ କାର୍‌ ଆଗରେ ଏକ ବାଇକ୍‌ ସେମାନଙ୍କୁ ପାଇଲଟିଂ କରୁଥିଲା।

The post କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ସହ କାର୍‌ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.