ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା, ଯାତ୍ରା କମିଟି ସଦସ୍ୟ ଓ ପୁଲିସ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର : ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ମାଘ ସପ୍ତମୀରୁ ଆରମ୍ଭ ହେବାକୁ ଥିବା ଏହି ମେଳା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆଉ ଖଣ୍ଡଗିରି କୁମ୍ଭମେଳାର ମୁଖ୍ୟ ଆକର୍ଷଣ ଯାତ୍ରା ପାଇଁ ମଧ୍ୟ ଏକ ପ୍ରକାର ସବୁ ପ୍ରସ୍ତୁତି ହୋଇଗଲାଣି। ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ୧୨ଟି ଯାତ୍ରା ପାର୍ଟି ମଇଦାନକୁ ଓହ୍ଲାଇବେ। ନୂଆ ନୂଆ କାହାଣୀ, ଦମ୍‌ଦାର ସଂଳାପକୁ ନେଇ ପ୍ରସ୍ତୁତ ହୋଇଥିବା ୧୨ ଯାତ୍ରାଦଳଙ୍କୁ କମିଟି ମାନଙ୍କ ପକ୍ଷରୁ ବଇନା ଦିଆଯାଇ ସାରିଲାଣି। […]

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା, ଯାତ୍ରା କମିଟି ସଦସ୍ୟ ଓ ପୁଲିସ ବୈଠକରେ ନିଷ୍ପତ୍ତି
Ban on obscene dance during Khandagiri jatra

ଭୁବନେଶ୍ବର : ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ମାଘ ସପ୍ତମୀରୁ ଆରମ୍ଭ ହେବାକୁ ଥିବା ଏହି ମେଳା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆଉ ଖଣ୍ଡଗିରି କୁମ୍ଭମେଳାର ମୁଖ୍ୟ ଆକର୍ଷଣ ଯାତ୍ରା ପାଇଁ ମଧ୍ୟ ଏକ ପ୍ରକାର ସବୁ ପ୍ରସ୍ତୁତି ହୋଇଗଲାଣି। ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ୧୨ଟି ଯାତ୍ରା ପାର୍ଟି ମଇଦାନକୁ ଓହ୍ଲାଇବେ। ନୂଆ ନୂଆ କାହାଣୀ, ଦମ୍‌ଦାର ସଂଳାପକୁ ନେଇ ପ୍ରସ୍ତୁତ ହୋଇଥିବା ୧୨ ଯାତ୍ରାଦଳଙ୍କୁ କମିଟି ମାନଙ୍କ ପକ୍ଷରୁ ବଇନା ଦିଆଯାଇ ସାରିଲାଣି। ଆଉ ଏହାରି ମଧ୍ୟରେ ସବୁଠୁ ବଡ଼ ଖବର ଆସିଛି ଯେ ଏଥର ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ସମ୍ପୁର୍ଣ୍ଣ ବାରଣ କରଯାଇଛି। ଯାତ୍ରା କମିଟି ସଦସ୍ୟ ଓ ପୁଲିସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖଣ୍ଡଗିରିର ପବିତ୍ର ଭୂମିରେ ଏଥର କୌଣସି ଅଶ୍ଳିଳତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି।

ସେପଟେ ଚଳିତ ଥର ପୁରୁଣା ଦଳ ସହ ୩ଟି ନୂଆ ପାର୍ଟି ସାମିଲ ହେବାକୁ ଥିବାରୁ ନାଟକ ପୂର୍ବବର୍ଷ ଅପେକ୍ଷା ଅଧିକ ରୋମାଞ୍ଚକ ହେବ ବୋଲି ଆୟୋଜନ କମିଟି ଆଶା ରଖିଛନ୍ତି। ଯାତ୍ରା ଯାଜ୍ଞସେନୀ, ଯାତ୍ରା ବିଶ୍ବଦରବାର ଓ ଅପେରା ପୃଥ୍ବୀରାଜ ଏଥର ପ୍ରଥମ ଥର ପାଇଁ ଖଣ୍ଡଗିରିରେ ନିଜର ଭାଗ୍ୟ ପରୀକ୍ଷା କରିବେ। ପ୍ରଥମ ପର୍ଯ୍ୟାୟରେ ସୂର୍ଯ୍ୟମନ୍ଦିର, ଦୁର୍ଗା ମନ୍ଦିର, ଅପେରା ପୃଥ୍ବୀରାଜ, ଶିବାନୀ ଗଣନାଟ୍ୟ, ଯାତ୍ରା ବିଶ୍ବ ଦରବାର, ଯାତ୍ରା ଯାଜ୍ଞସେନୀ ଆସି ନାଟକ ପରିବେଷଣ କରିବେ। ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ କୋଣାର୍କ, ସ୍ବର୍ଣ୍ଣମହଲ, ତୁଳସୀ, ସିଂହବାହିନୀ, ସ୍ବପ୍ନମହଲ, ରଙ୍ଗମହଲ ସାମିଲ ହେବେ।