ଖରସ୍ରୋତା ନଦୀକୁ ଡେଇଁ ଯୁବକ ନିଖୋଜ , ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି
ଯାଜପୁର: ଯାଜପୁର ରୋଡ଼ ଥାନା ଯୋକଡିଆ ପୁରୁଣା ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଯୁବକ ନିଖୋଜ । ଯୁବକ ଜଣକ ସ୍ଥାନୀୟ ରାଛିପୁର ଗ୍ରାମର ମାନସ ରଞ୍ଜନ ବିଶ୍ୱାଳଙ୍କ ଏକମାତ୍ର ପୁଅ କୈବଲ୍ୟ ବିଶ୍ୱାଳ (୨୨) ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଯୁବକ ଜଣକ ଏହି ବ୍ରିଜ ଉପର କୁ ଆସି ଡେଇଁ ବା ପାଇଁ ଉଦ୍ୟମ କରିଥିଲେ । ସେଠାରେ […] The post ଖରସ୍ରୋତା ନଦୀକୁ ଡେଇଁ ଯୁବକ ନିଖୋଜ , ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି appeared first on KNews Odisha.

ଯାଜପୁର: ଯାଜପୁର ରୋଡ଼ ଥାନା ଯୋକଡିଆ ପୁରୁଣା ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଯୁବକ ନିଖୋଜ । ଯୁବକ ଜଣକ ସ୍ଥାନୀୟ ରାଛିପୁର ଗ୍ରାମର ମାନସ ରଞ୍ଜନ ବିଶ୍ୱାଳଙ୍କ ଏକମାତ୍ର ପୁଅ କୈବଲ୍ୟ ବିଶ୍ୱାଳ (୨୨) ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଯୁବକ ଜଣକ ଏହି ବ୍ରିଜ ଉପର କୁ ଆସି ଡେଇଁ ବା ପାଇଁ ଉଦ୍ୟମ କରିଥିଲେ । ସେଠାରେ କିଛି ମତ୍ସ୍ୟଜୀବୀ ଏହାକୁ ଦେଖି ଯୁବକଙ୍କୁ ଉଦ୍ଧାର କରି ତାଙ୍କ ବାପା ଙ୍କୁ ଜଣାଇଥିଲେ । କିଛି ସମୟ ପରେ ତାଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ପୁଅକୁ ବୁଝାସୁଝା କରି ଘରକୁ ନେଇଥିଲେ । ମାତ୍ର ଆଜି ୨/୩ ଟା ଭିତରେ ଉକ୍ତ ଯୁବକ ଜଣକ ପୁନର୍ବାର ପୁରୁଣା ବ୍ରିଜ ଉପରକୁ ଆସି ନଈକୁ ଡେଇଁ ନିଖୋଜ ହୋଇଛନ୍ତି ।
Also read:କାର ସହ ବାଇକ୍ ମୁହାମୁହିଁ ଧକ୍କା, ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ
The post ଖରସ୍ରୋତା ନଦୀକୁ ଡେଇଁ ଯୁବକ ନିଖୋଜ , ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି appeared first on KNews Odisha.