ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ, ଉତ୍ତମ ମଣିଷ ହେବାକୁ ପରାମର୍ଶ

କର୍ଲାମୁଣ୍ଡା:୧୬।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋର ପଦର ପଞ୍ଚାୟତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁବାଷ ସାହୁ,ମୁଖ୍ୟ ବକ୍ତା ଭାବେ ରେଙ୍ଗାଲୀ ସିଆରସିସି ଉଜ୍ଜ୍ୱଳ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ମିଥିଲା ସାହୁ,ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷ ଇନ୍ଦୁମତି ବାରିକ,ମୋ ସ୍କୁଲ ଅଭିଯାନର ସଭାପତି ସୁଦାମ ଚରଣ ବାରିକ ପ୍ରମୁଖ ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ […] The post ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ, ଉତ୍ତମ ମଣିଷ ହେବାକୁ ପରାମର୍ଶ appeared first on Dharitri Odia News.

ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ, ଉତ୍ତମ ମଣିଷ ହେବାକୁ ପରାମର୍ଶ

କର୍ଲାମୁଣ୍ଡା:୧୬।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋର ପଦର ପଞ୍ଚାୟତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁବାଷ ସାହୁ,ମୁଖ୍ୟ ବକ୍ତା ଭାବେ ରେଙ୍ଗାଲୀ ସିଆରସିସି ଉଜ୍ଜ୍ୱଳ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ମିଥିଲା ସାହୁ,ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷ ଇନ୍ଦୁମତି ବାରିକ,ମୋ ସ୍କୁଲ ଅଭିଯାନର ସଭାପତି ସୁଦାମ ଚରଣ ବାରିକ ପ୍ରମୁଖ ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ ଉତ୍ତମ ମଣିଷ ହେବା ପାଇଁ ଅଭିଭାବିକା-ଅଭିଭାବକଙ୍କ ମଧ୍ୟ ସମାନ ଦାୟିତ୍ୱ ରହିଛି ବୋଲି ମତ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମକାନ୍ତ ନାଏକ,ସହକାରୀ ଶିକ୍ଷକ ଏକାନ୍ତ ବେହେରା,ଶିକ୍ଷକ ସୁନୀଲ କୁମାର ସାହୁ, ରବୀନ୍ଦ୍ର ନାଥ ସାହୁ,ଥବିର ଭୋଇ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବିକା ଅଭିଭାବକମାନେ ସହଯୋଗ କରିଥିଲେ।

The post ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ, ଉତ୍ତମ ମଣିଷ ହେବାକୁ ପରାମର୍ଶ appeared first on Dharitri Odia News.