ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁର୍ନୀତିର ମୁଖ୍ୟ ମଧ୍ୟସ୍ଥ ପ୍ରସନ୍ନ କୁମାର ରୟ ଏବଂ ଦୁର୍ନୀତି ସହ ଜଡ଼ିତ ଥିବା ସଂସ୍ଥାଗୁଡ଼ିକର ୧୬୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିକୁ ଇଡି ଶନିବାର ବାଜ୍ୟାପ୍ତ କରିଛି। ସହକାରୀ ଶିକ୍ଷକ ନିଯୁକ୍ତି ଏବଂ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ […] The post ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି appeared first on Dharitri Odia News.

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁର୍ନୀତିର ମୁଖ୍ୟ ମଧ୍ୟସ୍ଥ ପ୍ରସନ୍ନ କୁମାର ରୟ ଏବଂ ଦୁର୍ନୀତି ସହ ଜଡ଼ିତ ଥିବା ସଂସ୍ଥାଗୁଡ଼ିକର ୧୬୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିକୁ ଇଡି ଶନିବାର ବାଜ୍ୟାପ୍ତ କରିଛି।

ସହକାରୀ ଶିକ୍ଷକ ନିଯୁକ୍ତି ଏବଂ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ପୂର୍ବରୁ ଯଥାକ୍ରମେ ୨୩୦.୬ କୋଟି ଏବଂ ୧୧୫ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା। ପିଏମ୍‌ଏଲ୍‌ଏର ବ୍ୟବସ୍ଥା ଅନୁଯାୟୀ ପ୍ରସନ୍ନଙ୍କର ୫ଟି ହୋଟେଲ ଏବଂ ରିସର୍ଟ, ୨୩୦ଟି ପ୍ଲଟ୍‌, ୧୭ଟି ଫ୍ଲାଟ୍‌ ଓ ଦୋକାନ, ତାଙ୍କ ନିୟନ୍ତ୍ରଣରେ ଥିବା ଶ୍ରୀଦୁର୍ଗା ଡିଲ୍‌ କମ୍‌ ପ୍ରା. ଲିଃ ନାମକ କମ୍ପାନୀକୁ ବାଜ୍ୟାପ୍ତ କରାଯାଇଛି।

The post ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି appeared first on Dharitri Odia News.