ଖଲିସ୍ତାନ ବିଚ୍ଛିନ୍ନତାବାଦୀଙ୍କୁ ଟାର୍ଗେଟ୍ ପଛରେ ଶାହଙ୍କ ହାତ ! କାନାଡ଼ାର ଅଭିଯୋଗ ପରେ ଆମେରିକା କହିଲା...

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କାନାଡ଼ା ଆଣିଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ଦେଇଛି ଆମେରିକା। କାନାଡ଼ାର ଅଭିଯୋଗ ଚିନ୍ତାଜନକ। ଏନେଇ କାନାଡ଼ା ସରକାର ସହିତ ଆଲୋଚନା ଜାରି ରହିଛି ବୋଲି ବୁଧବାର ଆମେରିକା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ମାଥ୍ୟୁ ମିଲର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।   ନିକଟରେ କାନାଡ଼ା ଗୁଇନ୍ଦା ବିଭାଗରୁ ଖବର ନେଇ ଆମେରିକାର ଖବର କାଗଜ ୱାଶିଂଟନ ପୋଷ୍ଟ ଶାହାଙ୍କ ସମ୍ପୃକ୍ତି ନେଇ ଖବର ଛାପିଥିଲା। କାନାଡ଼ାରେ ଖଲିସ୍ତାନୀ ବିଛିନ୍ନତବାଦୀଙ୍କୁ ଟାର୍ଗେଟ୍ କରିବାରେ ଶାହଙ୍କ ହାତ ଥିବା ୱାଶିଂଟନ ପୋଷ୍ଟ ରିପୋର୍ଟ ପ୍ରକାଶ କରିଥିଲା। ଯାହାକୁ  କାନାଡ଼ା ସୁରକ୍ଷା ଓ ଗୁଇନ୍ଦା ବିଭାଗର ଉପଦେଷ୍ଟା ନାଥାଲି ଡ୍ରୋୟନ ଏବଂ ଉପବୈଦେଶିକ ବ୍ୟାପାର ମନ୍ତ୍ରୀ ଡାଭିଡ୍ ମୋରିସନ ଓ କାନାଡା ସଂସଦର ଜାତୀୟ ସୁରକ୍ଷା କମିଟିର ସଦସ୍ୟମାନେ ଠିକ୍ ବୋଲି ଦର୍ଶାଇଥିଲେ। ୱାଶିଂଟନ ପୋଷ୍ଟ ସମ୍ପର୍କରେ ମୋରିସନଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ ମୁଁ ୱାଶିଂଟନ ପୋଷ୍ଟକୁ ଶାହଙ୍କ ନା କହିଥିଲି। ଏନେଇ ସେ କହିଥିଲେ ଯେ ୱାଶିଂଟନ୍ ପୋଷ୍ଟର ଜଣେ ସାମ୍ବାଦିକ ତାଙ୍କୁ ଫୋନ୍ କରି ଶାହଙ୍କ ନାଁ ଧରି ପଚାରିଥିଲେ ଯେ ଇଏ ସେହି ବ୍ୟକ୍ତି କି? ମୁଁ କହିଥିଲେ ହଁ ସେହି ବ୍ୟକ୍ତି।"

ଖଲିସ୍ତାନ ବିଚ୍ଛିନ୍ନତାବାଦୀଙ୍କୁ ଟାର୍ଗେଟ୍ ପଛରେ ଶାହଙ୍କ ହାତ ! କାନାଡ଼ାର ଅଭିଯୋଗ ପରେ ଆମେରିକା କହିଲା...

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କାନାଡ଼ା ଆଣିଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ଦେଇଛି ଆମେରିକା। କାନାଡ଼ାର ଅଭିଯୋଗ ଚିନ୍ତାଜନକ। ଏନେଇ କାନାଡ଼ା ସରକାର ସହିତ ଆଲୋଚନା ଜାରି ରହିଛି ବୋଲି ବୁଧବାର ଆମେରିକା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ମାଥ୍ୟୁ ମିଲର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।   

ନିକଟରେ କାନାଡ଼ା ଗୁଇନ୍ଦା ବିଭାଗରୁ ଖବର ନେଇ ଆମେରିକାର ଖବର କାଗଜ ୱାଶିଂଟନ ପୋଷ୍ଟ ଶାହାଙ୍କ ସମ୍ପୃକ୍ତି ନେଇ ଖବର ଛାପିଥିଲା। କାନାଡ଼ାରେ ଖଲିସ୍ତାନୀ ବିଛିନ୍ନତବାଦୀଙ୍କୁ ଟାର୍ଗେଟ୍ କରିବାରେ ଶାହଙ୍କ ହାତ ଥିବା ୱାଶିଂଟନ ପୋଷ୍ଟ ରିପୋର୍ଟ ପ୍ରକାଶ କରିଥିଲା। ଯାହାକୁ  କାନାଡ଼ା ସୁରକ୍ଷା ଓ ଗୁଇନ୍ଦା ବିଭାଗର ଉପଦେଷ୍ଟା ନାଥାଲି ଡ୍ରୋୟନ ଏବଂ ଉପବୈଦେଶିକ ବ୍ୟାପାର ମନ୍ତ୍ରୀ ଡାଭିଡ୍ ମୋରିସନ ଓ କାନାଡା ସଂସଦର ଜାତୀୟ ସୁରକ୍ଷା କମିଟିର ସଦସ୍ୟମାନେ ଠିକ୍ ବୋଲି ଦର୍ଶାଇଥିଲେ। 

ୱାଶିଂଟନ ପୋଷ୍ଟ ସମ୍ପର୍କରେ ମୋରିସନଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ ମୁଁ ୱାଶିଂଟନ ପୋଷ୍ଟକୁ ଶାହଙ୍କ ନା କହିଥିଲି। ଏନେଇ ସେ କହିଥିଲେ ଯେ ୱାଶିଂଟନ୍ ପୋଷ୍ଟର ଜଣେ ସାମ୍ବାଦିକ ତାଙ୍କୁ ଫୋନ୍ କରି ଶାହଙ୍କ ନାଁ ଧରି ପଚାରିଥିଲେ ଯେ ଇଏ ସେହି ବ୍ୟକ୍ତି କି? ମୁଁ କହିଥିଲେ ହଁ ସେହି ବ୍ୟକ୍ତି।"