ବଲାଙ୍ଗୀରରେ ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ସୋମନାଥ ଆଚେଲାର
ବଲାଙ୍ଗୀର ୧୬।୩: ନିର୍ବାଚନ ପୂର୍ବରୁ ହାର୍ଡକୋର ମାଓବାଦୀ ସୋମନାଥ ଆଚେଲାର ଓରଫ ମହେଶର ଆତ୍ମସମର୍ପଣ I ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଯୋଜନାରେ ଆକର୍ଷିତ ହୋଇ ମାଓ ସଂଗଠନ ଛାଡିଥିବା କହିଛି ଆତ୍ମସମର୍ପଣ କରିଥିବା ମାଓବାଦୀ । ତେବେ ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ (ବିବିଏମ) ଡିଭିଜନର ଏସିଏମ ରାଙ୍କର ହାର୍ଡକୋର ମାଓବାଦୀ ସୋମନାଥ ଆଚେଲାର ଓରଫ ମହେଶ । ଗତ ୧୪ବର୍ଷ ଧରି ମାଓ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ । ଛତିଶଗଡ କାଙ୍କେର ଜିଲ୍ଲାରେ ସୋମନାଥର ଘର I ମହିଳା ଓ ନୂଆ କରି ମାଓ ସଂଗଠନକୁ ଆସୁଥିବା ଯୁବତୀ ମାନଙ୍କ ପ୍ରତି ଅଶ୍ଳୀଳ ଆଚରଣ ଓ ନିର୍ଯାତନା ଦେଖି ମାଓ ସଂଗଠନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ I ବରଗଡ଼ ମାଓ ହିଂସା ପରେ ସେ ଗନ୍ଧମାର୍ଦ୍ଦନ ପାହାଡ଼ ଦେଇ ବଲାଙ୍ଗୀର ସୀମାକୁ ଆସି ଆତ୍ମସମର୍ପଣ କରିଥିଲେ I ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ ସୋମନାଥ ଖୁସି ପ୍ରକାଶ କରିଛନ୍ତି ବୋଲି ବଲାଙ୍ଗୀର ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ବିଲନୀରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି I ୨୦୦୬ ମସିହାରେ ସୋମନାଥ ଓରଫ ମହେଶ ମାଓ ସଂଗଠନରେ ସାମିଲ ହୋଇଥିଲେ I ୨୦୧୧ ମସିହାରେ ତାଙ୍କୁ ପଦୋନ୍ନତି ମିଳି ଏରିଆ କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ I ଓଡିଶାର ବିବିଏମ ଡିଭିଜନରେ ସାମିଲ ହୋଇ ବିଭିନ୍ନ ମାଓ ହିଂସାକାଣ୍ଡରେ ସାମିଲ ଥିଲେ I ମହେଶ ନାଁ
ବଲାଙ୍ଗୀର ୧୬।୩: ନିର୍ବାଚନ ପୂର୍ବରୁ ହାର୍ଡକୋର ମାଓବାଦୀ ସୋମନାଥ ଆଚେଲାର ଓରଫ ମହେଶର ଆତ୍ମସମର୍ପଣ I ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଯୋଜନାରେ ଆକର୍ଷିତ ହୋଇ ମାଓ ସଂଗଠନ ଛାଡିଥିବା କହିଛି ଆତ୍ମସମର୍ପଣ କରିଥିବା ମାଓବାଦୀ । ତେବେ ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ (ବିବିଏମ) ଡିଭିଜନର ଏସିଏମ ରାଙ୍କର ହାର୍ଡକୋର ମାଓବାଦୀ ସୋମନାଥ ଆଚେଲାର ଓରଫ ମହେଶ ।
ଗତ ୧୪ବର୍ଷ ଧରି ମାଓ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ । ଛତିଶଗଡ କାଙ୍କେର ଜିଲ୍ଲାରେ ସୋମନାଥର ଘର I ମହିଳା ଓ ନୂଆ କରି ମାଓ ସଂଗଠନକୁ ଆସୁଥିବା ଯୁବତୀ ମାନଙ୍କ ପ୍ରତି ଅଶ୍ଳୀଳ ଆଚରଣ ଓ ନିର୍ଯାତନା ଦେଖି ମାଓ ସଂଗଠନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ I ବରଗଡ଼ ମାଓ ହିଂସା ପରେ ସେ ଗନ୍ଧମାର୍ଦ୍ଦନ ପାହାଡ଼ ଦେଇ ବଲାଙ୍ଗୀର ସୀମାକୁ ଆସି ଆତ୍ମସମର୍ପଣ କରିଥିଲେ I ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ ସୋମନାଥ ଖୁସି ପ୍ରକାଶ କରିଛନ୍ତି ବୋଲି ବଲାଙ୍ଗୀର ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ବିଲନୀରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି I ୨୦୦୬ ମସିହାରେ ସୋମନାଥ ଓରଫ ମହେଶ ମାଓ ସଂଗଠନରେ ସାମିଲ ହୋଇଥିଲେ I ୨୦୧୧ ମସିହାରେ ତାଙ୍କୁ ପଦୋନ୍ନତି ମିଳି ଏରିଆ କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ I ଓଡିଶାର ବିବିଏମ ଡିଭିଜନରେ ସାମିଲ ହୋଇ ବିଭିନ୍ନ ମାଓ ହିଂସାକାଣ୍ଡରେ ସାମିଲ ଥିଲେ I ମହେଶ ନାଁରେ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ I
ତେବେ ଆଦିବାସୀ ମାନଙ୍କ ଉପରେ ମାଓ ସଂଗଠନର ସିନିଅର ନେତୃତ୍ୱ ମାନେ ଅତ୍ୟାଚାର କରିବା ସହ ତାମିଲ, ତେଲୁଗୁ ଅଣଓଡ଼ିଆ ମାଓ ସଂଗଠନର ନେତୃତ୍ୱ ନେଇ ଓଡିଶା, ଛତିଶଗଡ଼ର ମାଓବାଦୀ ସହ ମହିଳା ମାଓବାଦୀ ଉପରେ ଅତ୍ୟାଚାର କରୁଥିବାରୁ ମାଓ ସଂଗଠନ ଛାଡି ଆତ୍ମସମର୍ପଣ କରିଥିବା କହିଛନ୍ତି ମହେଶ I ସେହିପରି ବଲାଙ୍ଗୀର ପୋଲିସ ଜିଲ୍ଲାର ବିଭିନ୍ନ ମାଓ ଅଞ୍ଚଳରେ ଗନ୍ଧମାର୍ଦ୍ଦନରେ କମ୍ବିଂ ଅପରେସନ ଜାରି ରହିଥିବା ସହ ନିର୍ବାଚନକୁ ଆଖି ଆଗରେ ରଖି ବର୍ଡର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢାଯାଇଥିବା କହିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ I ସେହିପରି ଅନ୍ୟ ମାଓ ଭାଇ-ଭଉଣୀ ମାନଙ୍କୁ ମଧ୍ୟ ମହେଶ ସରକାରଙ୍କ ପାଖରେ ଆତ୍ମସମର୍ପଣ କରିବାକୁ କହିବା ସହ ସେଠାରେ ଜୀବନ ବିପଦ ଥିବା କହିଛି।
You Can Read :