ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମରେ ସାଂସଦ ଅଚ୍ୟୁତ ସାମନ୍ତ
ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମରେ ସାଂସଦ ଅଚ୍ୟୁତ ସାମନ୍ତ ଆଜି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା ଆଦି ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ । ସାଂସଦ ଲୋକଙ୍କ ସମସ୍ୟା ସବୁ ବୁଝିବା ସହ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ବାଲିଗୁଡ଼ାରେ ବାଲିଗୁଡ଼ା ବିଧାୟକ ତଥା ଜିଲ୍ଲା […] The post ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମରେ ସାଂସଦ ଅଚ୍ୟୁତ ସାମନ୍ତ appeared first on KNews Odisha.

ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମରେ ସାଂସଦ ଅଚ୍ୟୁତ ସାମନ୍ତ ଆଜି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା ଆଦି ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ । ସାଂସଦ ଲୋକଙ୍କ ସମସ୍ୟା ସବୁ ବୁଝିବା ସହ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ବାଲିଗୁଡ଼ାରେ ବାଲିଗୁଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଚକ୍ରମଣି କହଁର, ବାଲିଗୁଡ଼ା ବିଜେଡ଼ି ସଭାପତି ଟୁନା ଦାସ ଓ ସାଂସଦଙ୍କ ଉପସ୍ଥିତିରେ ୨ଶହରୁ ଊର୍ଦ୍ଧ୍ୱ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ ।
The post ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମରେ ସାଂସଦ ଅଚ୍ୟୁତ ସାମନ୍ତ appeared first on KNews Odisha.