ଚାଷୀଙ୍କୁ ଦଳି ଦେଲା ଦନ୍ତା

ଆଜି ସନ୍ଧ୍ୟାରେ ସେ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ।

ଚାଷୀଙ୍କୁ ଦଳି ଦେଲା ଦନ୍ତା

ଚାଷୀଙ୍କୁ ଦଳି ଦେଲା ଦନ୍ତା। ଘଟଣାସ୍ଥଳରେ ଚାଲିଗଲା ଜୀବନ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ କାଞ୍ଜିଆମ ଗାଁରେ ଘଟିଛି ଏହି ଘଟଣା।

ମୃତକଙ୍କ ନାଁ ଯାତ୍ରାକର ପ୍ରଧାନ। ତାଙ୍କୁ ୪୫ ବର୍ଷ ହୋଇଥିଲା। ଆଜି ସନ୍ଧ୍ୟାରେ ସେ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଆକ୍ରମଣ କରି ଥିଲା। ହାତୀ ତାଙ୍କୁ ଗୋଡ଼ରେ ଦଳି ଦେବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୁଲିସ ସେଠାରେ ପହଞ୍ଚିଥିଲେ। ତେବେ ଘଟଣାସ୍ଥଳରେ ମୃତ ଯାତ୍ରାକରଙ୍କ ନିକଟରେ ବେଶ୍ କିଛି ସମୟ ଧରି ହାତୀଟି ଉପସ୍ଥିତ ରହିଥିଲା। ତେଣୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।