ଶନିମନ୍ଦିର ପ୍ରାଙ୍ଗଣ ସଫେଇ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟମାନେ, ବାଣ୍ଟିଲେ ସଚେତନତା ବାର୍ତ୍ତା

କୋରାଇ : ଦଶହରା ଛୁଟି ସମୟରେ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ ସଂଗଠନର ସଦସ୍ୟମାନେ ଦଶହରା ଅବସରରେ ଏକାଠି ହୋଇ ଯାଜପୁର ଜିଲ୍ଲା କୋରାଇ ବ୍ଳକ ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତରେ ଥିବା ପ୍ରସିଦ୍ଧ ଶନିମନ୍ଦିର ପ୍ରାଙ୍ଗଣକୁ ଅତି ସୁନ୍ଦର୍ ଭାବେ ସଫେଇ କରିଛନ୍ତି । ଦଶହରା ସମୟରେ ସମସ୍ତେ ଛୁଟି କଟାଇବାକୁ ଘରକୁ ଆସିଥିବାବେଳେ କେବଳ ସାଙ୍ଗସାଥୀଙ୍କ ସହ ବୁଲାବୁଲି, ମଉଜ ମଜଲିସ୍ ନ କରି ଦଶହରା […] The post ଶନିମନ୍ଦିର ପ୍ରାଙ୍ଗଣ ସଫେଇ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟମାନେ, ବାଣ୍ଟିଲେ ସଚେତନତା ବାର୍ତ୍ତା appeared first on KNews Odisha.

ଶନିମନ୍ଦିର ପ୍ରାଙ୍ଗଣ ସଫେଇ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟମାନେ, ବାଣ୍ଟିଲେ ସଚେତନତା ବାର୍ତ୍ତା
korei

କୋରାଇ : ଦଶହରା ଛୁଟି ସମୟରେ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ ସଂଗଠନର ସଦସ୍ୟମାନେ ଦଶହରା ଅବସରରେ ଏକାଠି ହୋଇ ଯାଜପୁର ଜିଲ୍ଲା କୋରାଇ ବ୍ଳକ ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତରେ ଥିବା ପ୍ରସିଦ୍ଧ ଶନିମନ୍ଦିର ପ୍ରାଙ୍ଗଣକୁ ଅତି ସୁନ୍ଦର୍ ଭାବେ ସଫେଇ କରିଛନ୍ତି ।

ଦଶହରା ସମୟରେ ସମସ୍ତେ ଛୁଟି କଟାଇବାକୁ ଘରକୁ ଆସିଥିବାବେଳେ କେବଳ ସାଙ୍ଗସାଥୀଙ୍କ ସହ ବୁଲାବୁଲି, ମଉଜ ମଜଲିସ୍ ନ କରି ଦଶହରା ଛୁଟିଦିନରେ ଏକ ମହତ କାର୍ଯ୍ୟ କରି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ସଂଗଠନର ସଦସ୍ୟମାନେ । ପରିବେଶକୁ ସଫାସୁତୁରା ରଖିବା ସହ ବଞ୍ଚିବା ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ ବୋଲି ଫାଉଣ୍ଡେସନ ତରଫରୁ ସଚେତନ କରାଯାଇଛି । ମଧୁବାବୁଙ୍କ ଆଦର୍ଶକୁ ଅନୁସରଣ କରି ଦଶହରା ଛୁଟିରେ ସାଙ୍ଗସାଥୀଙ୍କୁ ଏକାଠି କରି ସମାଜର ମଙ୍ଗଳ ପାଇଁ କାମ କରି ଉଦାହରଣ ସୃଷ୍ଟି କରିଛନ୍ତି ଉକ୍ତ ସଂଗଠନର ସଦସ୍ୟମାନେ ।

ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଦସ୍ୟ ଅଜୟ କୁମାର ଯେନା, ରାଜେନ୍ଦ୍ର ତରାଇ, ଗଣେଶ ତରାଇ, ବର୍ଷା ରାଣୀ ଧିର, ରାକ୍ଷୀ ରାଣୀ ତରାଇ, ନିହାର ରଞ୍ଜନ ଯେନା, ଅଭିଷେକ ସାହୁ, ପ୍ରଦୀପ କୁମାର ଦାସ୍, ଶ୍ରୀରାମ ଚନ୍ଦ୍ର ସାହୁ, ମନୋଜ କୁମାର ଦାସ, ଅରବିନ୍ଦ ସାହୁ, କୃଷ୍ଣଚନ୍ଦ୍ର ସାହୁ, ପ୍ରଦୀପ କୁମାର ଯେନା, ଅନନ୍ତ ତରାଇ, ସୁନିଲ୍ କୁମାର ଯେନା, ଲୋକନାଥ ସେନାପତି, ଚିନ୍ମୟ କୁମାର ଦାସ୍, ପ୍ରତାପ କେଶରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବାବେଳେ ବହୁ ସ୍ଥାନୀୟ ବାସିନ୍ଦା ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ସଭିଙ୍କୁ ଉତ୍ସାହିତ କରିଥିଲେ । ଫାଉଣ୍ଡେସନ ତରଫରୁ ଆଗକୁ ଏପରି ଆହୁରି ଉତ୍ତମ କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି ।

The post ଶନିମନ୍ଦିର ପ୍ରାଙ୍ଗଣ ସଫେଇ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟମାନେ, ବାଣ୍ଟିଲେ ସଚେତନତା ବାର୍ତ୍ତା appeared first on KNews Odisha.