ଖଲିସ୍ତାନୀ ଆତଙ୍କୀ ପନ୍ନୁ ହତ୍ୟା ମାମଲା; ଚେକ୍ ଗଣରାଜ୍ୟରୁ ଅଭିଯୁକ୍ତ ନିଖିଲ ଗୁପ୍ତା ଆମେରିକା ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ଗୁରପତଓ୍ବାନ୍ତ ସିଂହ ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୁକ୍ତ ଭାରତୀୟ ନାଗରିକ ନିଖିଲ୍ ଗୁପ୍ତାକୁ ଚେକ୍ ରିପବ୍ଲିକରୁ ଆମେରିକା ପ୍ରତ୍ୟର୍ପିତ କରାଯାଇଛି । ନ୍ୟୁଜ୍ ଏଜେନ୍ସି ରୟଟର୍ସର ରିପୋର୍ଟ ମୁତାବକ, ବ୍ୟୁରୋ ଅଫ୍ ପ୍ରିଜନ୍ସ ଓ୍ବେବସାଇଟ୍ ଜଣାପଡ଼ିଛି ଯେ ନିଖିଲ୍ ଗୁପ୍ତା ଜୁନ ୧୬ ତାରିଖରେ ଚେକ୍ ରିପବ୍ଲିକରୁ ଅଣାଯାଇ ଆମେରିକାର ବ୍ରୁକଲିନ୍ ମେଟ୍ରୋପଲିଟାନ ଡିଣ୍ଟସନ ସେଣ୍ଟରରେ ରଖାଯାଇଛି । ଏହା ପରେ ଏକ ବିଶେଷ ସୂତ୍ରରୁ ନିଖିଲଙ୍କ ପ୍ରତ୍ୟର୍ପିତ ଖବର ମିଳିଛି ।ସୂଚନା ଅନୁଯାୟୀ, ଗତ ବର୍ଷ ଚେକ୍ ରିପବ୍ଲିକ କୋର୍ଟ ନିଖିଲ ଗୁପ୍ତାଙ୍କୁ ଆମେରିକା ପ୍ରତ୍ୟର୍ପିତ କରିବା ରୋକ୍ ଆବେଦନକୁ ଖାରଜ୍ କରି ଦେଇଥିଲେ । ଯାହା ପରେ ପନ୍ନୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିଖିଲ ଗୁପ୍ତାକୁ ଆମେରିକା ଫେରାଇ ଆଣିବା ରାସ୍ତା ସଫା ହୋଇଥିଲା । ଆମେରିକାର ଅନୁରୋଧ କ୍ରମେ ଗତ ବର୍ଷ ଜୁନ୍ ୩୦ ତାରିଖରେ ନିଖିଲ ଗୁପ୍ତାକୁ ଚେକ୍ ରିପବ୍ଲିକ୍‌ରୁ ଗିରଫ କରାଯାଇଥିଲା । ନିଖିଲ ଗିରଫ ପରେ ତତ୍କାଳୀନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍ ବାଗଚୀ କହିଥିଲେ, ଜଣେ ଭାରତୀୟ ନାଗରିକ ଚେକ୍ ଗଣରାଜ୍ୟରେ ଅଟକ ଅଛନ୍ତି । ତାଙ୍କର ପ୍ରତ୍ୟର୍ପଣ ପାଇଁ କୋର୍ଟ ଆବେଦନ ହୋଇଛି ବୋଲି ସେ କହିଥିଲେ । ସେତେବେଳେ ୩ଦିନ କାଉନସିଲର ଆକ୍ସେସ୍ ମିଳିଥିଲା । ନିଖିଲ ଗୁପ୍ତା ହତ୍ୟା ବଦଳରେ ପଇସା ନେଇ ଷଡ଼ଯନ୍ତ୍ର ରଚିଥିଲ

ଖଲିସ୍ତାନୀ ଆତଙ୍କୀ ପନ୍ନୁ ହତ୍ୟା ମାମଲା; ଚେକ୍ ଗଣରାଜ୍ୟରୁ ଅଭିଯୁକ୍ତ ନିଖିଲ ଗୁପ୍ତା ଆମେରିକା ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ଗୁରପତଓ୍ବାନ୍ତ ସିଂହ ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୁକ୍ତ ଭାରତୀୟ ନାଗରିକ ନିଖିଲ୍ ଗୁପ୍ତାକୁ ଚେକ୍ ରିପବ୍ଲିକରୁ ଆମେରିକା ପ୍ରତ୍ୟର୍ପିତ କରାଯାଇଛି । ନ୍ୟୁଜ୍ ଏଜେନ୍ସି ରୟଟର୍ସର ରିପୋର୍ଟ ମୁତାବକ, ବ୍ୟୁରୋ ଅଫ୍ ପ୍ରିଜନ୍ସ ଓ୍ବେବସାଇଟ୍ ଜଣାପଡ଼ିଛି ଯେ ନିଖିଲ୍ ଗୁପ୍ତା ଜୁନ ୧୬ ତାରିଖରେ ଚେକ୍ ରିପବ୍ଲିକରୁ ଅଣାଯାଇ ଆମେରିକାର ବ୍ରୁକଲିନ୍ ମେଟ୍ରୋପଲିଟାନ ଡିଣ୍ଟସନ ସେଣ୍ଟରରେ ରଖାଯାଇଛି । ଏହା ପରେ ଏକ ବିଶେଷ ସୂତ୍ରରୁ ନିଖିଲଙ୍କ ପ୍ରତ୍ୟର୍ପିତ ଖବର ମିଳିଛି ।

ସୂଚନା ଅନୁଯାୟୀ, ଗତ ବର୍ଷ ଚେକ୍ ରିପବ୍ଲିକ କୋର୍ଟ ନିଖିଲ ଗୁପ୍ତାଙ୍କୁ ଆମେରିକା ପ୍ରତ୍ୟର୍ପିତ କରିବା ରୋକ୍ ଆବେଦନକୁ ଖାରଜ୍ କରି ଦେଇଥିଲେ । ଯାହା ପରେ ପନ୍ନୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିଖିଲ ଗୁପ୍ତାକୁ ଆମେରିକା ଫେରାଇ ଆଣିବା ରାସ୍ତା ସଫା ହୋଇଥିଲା । ଆମେରିକାର ଅନୁରୋଧ କ୍ରମେ ଗତ ବର୍ଷ ଜୁନ୍ ୩୦ ତାରିଖରେ ନିଖିଲ ଗୁପ୍ତାକୁ ଚେକ୍ ରିପବ୍ଲିକ୍‌ରୁ ଗିରଫ କରାଯାଇଥିଲା । ନିଖିଲ ଗିରଫ ପରେ ତତ୍କାଳୀନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍ ବାଗଚୀ କହିଥିଲେ, ଜଣେ ଭାରତୀୟ ନାଗରିକ ଚେକ୍ ଗଣରାଜ୍ୟରେ ଅଟକ ଅଛନ୍ତି । ତାଙ୍କର ପ୍ରତ୍ୟର୍ପଣ ପାଇଁ କୋର୍ଟ ଆବେଦନ ହୋଇଛି ବୋଲି ସେ କହିଥିଲେ । ସେତେବେଳେ ୩ଦିନ କାଉନସିଲର ଆକ୍ସେସ୍ ମିଳିଥିଲା । ନିଖିଲ ଗୁପ୍ତା ହତ୍ୟା ବଦଳରେ ପଇସା ନେଇ ଷଡ଼ଯନ୍ତ୍ର ରଚିଥିଲା ବୋଲି ଆମେରିକା ଅଭିଯୋଗ କରିଥିଲା । ଏହି ମାମଲାରେ ସର୍ବନିମ୍ନ ୧୦ ବର୍ଷ  ଜେଲଦଣ୍ଡ ପ୍ରାବଧାନ ରହିଛି । 

ଖଲିସ୍ତାନୀ ଆତଙ୍କୀ ଗୁରପତଓ୍ବାନ୍ତ ସିଂହ ପନ୍ନୁ ହତ୍ୟାକାଣ୍ଡ ମାମଲାରେ ଜଣେ ଭାରତୀୟ ନାଗରିକ ନିଖିଲ ଗୁପ୍ତା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା । ଆମେରିକା ଗୁଇନ୍ଦା ସଂସ୍ଥାର ଜଣେ ଅଧିକାରୀ ଅଭିଯୋଗ ଆଣିଥିଲେ ଯେ, ଅଜ୍ଞାତ ଭାରତୀୟ ସରକାରୀ କର୍ମଚାରୀଙ୍କ ନିର୍ଦ୍ଦେଶରେ ନିଖିଲ ଗୁପ୍ତା ଗୁରପତଓ୍ବାନ୍ତ ସିଂହ ପନ୍ନୁଙ୍କୁ ହତ୍ୟା କରିବା ନେଇ ଷଡ଼ଯନ୍ତ୍ର କରିଥିଲା । ଏହାପରେ ଆମେରିକା ନିଖିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।