ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT, ୩୦ ଦିନ ମଧ୍ୟରେ ଦାଖଲ ହେବ ଚାର୍ଜସିଟ୍
ଭୁବନେଶ୍ୱର : ଗଞ୍ଜାମ ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ SIT । ଏସଆଇଟି ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଫରେନସିକ୍ ପ୍ରମାଣ ସଂଗ୍ରହ କରିବ । ଏସଆଇଟି ୩୦ ଦିନ ମଧ୍ୟରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବ। ଏଥି ସହିତ ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଏଡିଜିପି ( […]

ଭୁବନେଶ୍ୱର : ଗଞ୍ଜାମ ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ଜଣଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ SIT । ଏସଆଇଟି ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଫରେନସିକ୍ ପ୍ରମାଣ ସଂଗ୍ରହ କରିବ । ଏସଆଇଟି ୩୦ ଦିନ ମଧ୍ୟରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିବ।
ଏଥି ସହିତ ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଏଡିଜିପି ( ହେଡ୍ କ୍ୱାର୍ଟର୍ସ ) ରାଧାକୃଷ୍ଣ ଶର୍ମା ଛତ୍ରପୁରରେ କ୍ୟାମ୍ପ କରିବେ । ଏଡିଜି ଆର.କେ ଶର୍ମା ଛତ୍ରପୁରରେ କ୍ୟାମ୍ପ ଅଫିସ୍ କରି ସେଠାକାର ଆଇନଶୃଙ୍ଖଳା ଉପରେ ଧ୍ୟାନ ଦେବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ନିର୍ବାଚନୀ ପୋଷ୍ଟର ମରାକୁ କେନ୍ଦ୍ରକରି ବୁଧବାର ରାତିରେ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ରାଜନୈତିକ ହିଂସାକାଣ୍ଡରେ ଉଭୟ ପକ୍ଷର ୭ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲେ। ଏଣେ ଏଯାଏ ଏହି ମାମଲାରେ ୯ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହିଂସାକାଣ୍ଡକୁ ଦୃଢ଼ ନିନ୍ଦା କରିଛନ୍ତି।