ଖଳିଖାତରେ ଚାଲିଛି ଦନ୍ତା ଉଦ୍ଧାର ଅଭିଯାନ, ଲୋକଙ୍କ ଗହଳି ଯୋଗୁ ବାଧା ସୃଷ୍ଟି ହେଉଛି

ଆଠଗଡ ୧୬/୬: ଖାଦ୍ୟ ଖୋଜି ଖୋଜି ଆସି ପଙ୍କରେ ଫସିଛନ୍ତି ୩ଟି ଦନ୍ତା ହାତୀ । ଉଦ୍ଧାର କରିବାକୁ ଯାଇ ନାକେଦମ ହେଲେଣି ବନ କର୍ମଚାରୀ, ଅଗ୍ନିଶମବାହିନୀ ଓ ପୋଲିସ । ଆଠଗଡ ବଡମ୍ବା ରେଞ୍ଜ ବେଲିଆପାଳ ଖଳିଖାତରେ ଚାଲିଛି ଦନ୍ତା ଉଦ୍ଧାର ଅଭିଯାନ । ଖାଦ୍ୟ ଅନ୍ବେଷଣରେ ଆସି ପଙ୍କରେ ଫସିଯାଇଛନ୍ତି ୩ଟି ଦନ୍ତା ହାତୀ । ଖବର ପାଇ ବନବିଭାଗ କର୍ମଚାରୀ,ଅଗ୍ନିଶମ ବାହିନୀ,ପୋଲିସ କର୍ମଚାରୀ ଉପସ୍ଥିତ ରହି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ଖାତର ଚାରିପଟେ ଥିବା ସ୍ଥାନୀୟ ଲୋକଙ୍କ ଗହଳି ଯୋଗୁ ଉଦ୍ଧାର କାମରେ ବାଧା ସୃଷ୍ଟି ହେଉଛି । You Can Read:କରଞ୍ଜିଆ ବନଖଣ୍ଡକୁ ପୁଣି ଫେରିଲେ ହାତୀ, ଭୟରେ ଅଞ୍ଚଳବାସୀ

ଖଳିଖାତରେ ଚାଲିଛି ଦନ୍ତା ଉଦ୍ଧାର ଅଭିଯାନ, ଲୋକଙ୍କ ଗହଳି ଯୋଗୁ ବାଧା ସୃଷ୍ଟି ହେଉଛି

ଆଠଗଡ ୧୬/୬: ଖାଦ୍ୟ ଖୋଜି ଖୋଜି ଆସି ପଙ୍କରେ ଫସିଛନ୍ତି ୩ଟି ଦନ୍ତା ହାତୀ । ଉଦ୍ଧାର କରିବାକୁ ଯାଇ ନାକେଦମ ହେଲେଣି ବନ କର୍ମଚାରୀ, ଅଗ୍ନିଶମବାହିନୀ ଓ ପୋଲିସ । ଆଠଗଡ ବଡମ୍ବା ରେଞ୍ଜ ବେଲିଆପାଳ ଖଳିଖାତରେ ଚାଲିଛି ଦନ୍ତା ଉଦ୍ଧାର ଅଭିଯାନ । ଖାଦ୍ୟ ଅନ୍ବେଷଣରେ ଆସି ପଙ୍କରେ ଫସିଯାଇଛନ୍ତି ୩ଟି ଦନ୍ତା ହାତୀ । ଖବର ପାଇ ବନବିଭାଗ କର୍ମଚାରୀ,ଅଗ୍ନିଶମ ବାହିନୀ,ପୋଲିସ କର୍ମଚାରୀ ଉପସ୍ଥିତ ରହି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ଖାତର ଚାରିପଟେ ଥିବା ସ୍ଥାନୀୟ ଲୋକଙ୍କ ଗହଳି ଯୋଗୁ ଉଦ୍ଧାର କାମରେ ବାଧା ସୃଷ୍ଟି ହେଉଛି । 

You Can Read:
କରଞ୍ଜିଆ ବନଖଣ୍ଡକୁ ପୁଣି ଫେରିଲେ ହାତୀ, ଭୟରେ ଅଞ୍ଚଳବାସୀ