ଖସିଲା ପାରଦ, ବଢ଼ିଲା ଶୀତ:୧୦ ଡିଗ୍ରୀ ତଳେ ପାରଦ
ଦାରିଙ୍ଗବାଡି,୨।୧(ଅରୁଣ ସାହୁ): ପୁଣି ବାହୁଡ଼ିଲା ଶୀତ। ଲଘୁଚାପ ଜନିତ ବର୍ଷା କିଛିଦିନ ଲାଗିରହିଥିଲା। ଫଳରେ ଦିନରେ କୋହଲା ପାଗ ସହ ରାତିରେ ତାପମାତ୍ରା ବୃଦ୍ଧି ପାଇ ୧୮ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଯାଇଥିଲା। ପୁଣି ଏବେ ପାଗ ଶୁଖିଲା ରହିବା ସହ ପାରଦ ତଳ ମୁହାଁ ହୋଇଛି ପ୍ରବଳ ଜାଡ଼ ଅନୁଭୂତି ସହ ଅସହ୍ୟ ଯନ୍ତ୍ରଣା ଦେଇଛି ଶୀତ। ଗରିବରେଖା ତଳେ ଥିବା ଲୋକଙ୍କୁ ଶୀତ କଷ୍ଟ ଦେଉଥିବାବେଳେ ବାହାରୁ ଶୀତର ମଜା ନେବାକୁ ପର୍ଯ୍ୟଟକ ଦାରିଙ୍ଗବାଡି […] The post ଖସିଲା ପାରଦ, ବଢ଼ିଲା ଶୀତ:୧୦ ଡିଗ୍ରୀ ତଳେ ପାରଦ appeared first on Dharitri Odia News.
ଦାରିଙ୍ଗବାଡି,୨।୧(ଅରୁଣ ସାହୁ): ପୁଣି ବାହୁଡ଼ିଲା ଶୀତ। ଲଘୁଚାପ ଜନିତ ବର୍ଷା କିଛିଦିନ ଲାଗିରହିଥିଲା। ଫଳରେ ଦିନରେ କୋହଲା ପାଗ ସହ ରାତିରେ ତାପମାତ୍ରା ବୃଦ୍ଧି ପାଇ ୧୮ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଯାଇଥିଲା। ପୁଣି ଏବେ ପାଗ ଶୁଖିଲା ରହିବା ସହ ପାରଦ ତଳ ମୁହାଁ ହୋଇଛି ପ୍ରବଳ ଜାଡ଼ ଅନୁଭୂତି ସହ ଅସହ୍ୟ ଯନ୍ତ୍ରଣା ଦେଇଛି ଶୀତ। ଗରିବରେଖା ତଳେ ଥିବା ଲୋକଙ୍କୁ ଶୀତ କଷ୍ଟ ଦେଉଥିବାବେଳେ ବାହାରୁ ଶୀତର ମଜା ନେବାକୁ ପର୍ଯ୍ୟଟକ ଦାରିଙ୍ଗବାଡି ଆସି ବଣ ଭୋଜି ସହ ବୁଲାବୁଲି କରି ମଜା ନେଉଛନ୍ତି। ସକାଳ ସମୟରେ ଚା’ଦୋକାନରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ହାତ ଜାଡ଼ରେ କାଲୁଆ ହୋଇଯାଉଛି ବୋଲି ଭୋର ସମୟରେ ଗାଡ଼ି ଚଳାଉଥିବା ଚାଳକମାନେ ମତ ପ୍ରକାଶ କରିଛନ୍ତି। ଶୀତ ବସ୍ତ୍ର ବିନା ଦିନ ରାତି ଚଳିବା ମୁସ୍କିଲ ହୋଇପଡିଛି। ଠାଏ ଠାଏ ନିଆଁ ଲଗାଇ ଲୋକ ନିଆଁର ଆଶ୍ରୟ ନେଉଛନ୍ତି। ଆଗକୁ ଆହୁରି କିଛିଦିନ ଥଣ୍ଡା ବଢିବା ନେଇ ଆଶଙ୍କା କରାଯାଇଛି।
The post ଖସିଲା ପାରଦ, ବଢ଼ିଲା ଶୀତ:୧୦ ଡିଗ୍ରୀ ତଳେ ପାରଦ appeared first on Dharitri Odia News.