ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧା ବେହେରାସାହି ଗ୍ରାମରେ। ମୃତ ମହିଳା ହେଲେ ଅଖିଲତା ବେହେରା(୨୫)। ପୋଲିସ ଏକ ମାମଲା (ନଂ.୧୯୭/୨୪) ରୁଜୁ କରି ମୃତା ଅଖିଲତାଙ୍କ ଶାଶୁ ଭାଗ୍ୟବତୀ ବେହେରା, ଶ୍ୱଶୁର ଗଣେଶ ବେହେରା ଓ ସ୍ବାମୀ ମଧୁସୂଦନ ବେହେରାଙ୍କୁ […] The post ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା appeared first on Dharitri Odia News.

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧା ବେହେରାସାହି ଗ୍ରାମରେ। ମୃତ ମହିଳା ହେଲେ ଅଖିଲତା ବେହେରା(୨୫)। ପୋଲିସ ଏକ ମାମଲା (ନଂ.୧୯୭/୨୪) ରୁଜୁ କରି ମୃତା ଅଖିଲତାଙ୍କ ଶାଶୁ ଭାଗ୍ୟବତୀ ବେହେରା, ଶ୍ୱଶୁର ଗଣେଶ ବେହେରା ଓ ସ୍ବାମୀ ମଧୁସୂଦନ ବେହେରାଙ୍କୁ ମଙ୍ଗଳବାର ଗିରଫ ପରେ କୋର୍ଟଚାଲାଣ କରିଛି। ଅଖିଲତାଙ୍କ ଶାଶୁ ଓ ଶ୍ୱଶୁର ଅପରାଧ ସ୍ବୀକାର କରିବା ପରେ ପୋଲିସ ସେମାନଙ୍କୁ ଗ୍ରାମକୁ ନେଇ ସିନ୍‌ ରିକ୍ରିଏଶନ କରାଇଛି। ତିହିଡ଼ି ଥାନା ପରିସରରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଚାନ୍ଦବାଲି ଏସ୍‌ଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ଯେ, ସୋମବାର ମହରମପୁର ପଞ୍ଚାୟତ ଅଧୀନ ସାନ୍ତରାପୁର ଦଳେଇସାହି ଗ୍ରାମର ସାନ୍ତନୁ ଦଳେଇ ତାଙ୍କ ଭଉଣୀ ଅଖିଲତାଙ୍କୁ ଅଧିକ ଯୌତୁକ ଦାବିରେ ଶାଶୁ, ଶ୍ୱଶୁର ଓ ସ୍ବାମୀ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରିଥିଲେ। ୨୦୧୯ରେ ତାଙ୍କ ଭଉଣୀ ପାଳିଆବିନ୍ଧା ବେହେରାସାହି ଗ୍ରାମର ମଧୁସୂଦନଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ତାଙ୍କ ଭଉଣୀକୁ ଅଧିକ ୫୦ହଜାର ଟଙ୍କା ଯୌତୁକ ଦାବି କରି ନିର୍ଯାତନା ଦିଆଯାଉଥିଲା। ଯୌତୁକ ଦେଇ ନ ପାରିବାରୁ ତାଙ୍କ ଭଉଣୀଙ୍କ ତଣ୍ଟି ଚିପି ବେକରେ ଶାବଳ ପକାଇ ହତ୍ୟା କରାଯାଇଥିବା ସେ ଏତଲାରେ ଦର୍ଶାଇଥିଲେ। ଏହି ଅଭିଯୋଗ ପରେ ପୋଲିସ ଉକ୍ତ ଗ୍ରାମକୁ ଯାଇ ଅଖିଲତାଙ୍କ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରିଥିଲା।

The post ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା appeared first on Dharitri Odia News.