ଖାଇବାପରେ ମିଠା ଖାଉଥିଲେ

ଖାଇବା ପରେ ମିଠା ଖାଇବାକୁ ଖୁବ ଭଲ ଲାଗେ । ଏହା ଖାଦ୍ୟର ସ୍ୱାଦକୁ ଆହୁରି ବଢାଇଦେଇଥାଏ । ହେଲେ ରାତି ଖାଇବା ପରେ ମିଠା ଖାଇବା ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ଏହି କାରଣରୁ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ରାତି ଖାଇବାପରେ ମିଠା ଖାଇଲେ କ’ଣ କ’ଣ ସମସ୍ୟା ଦେଖାଦେଇଥାଏ । – ରାତି ଖାଇବାପରେ ଅଧିକ ଚିନି ଥିବା ମିଠାଖାଦ୍ୟ ଖାଇବା ଦ୍ୱାରା ବ୍ଲଡ୍‌ ସୁଗାର […]

ଖାଇବାପରେ ମିଠା ଖାଉଥିଲେ
ଖାଇବାପରେ ମିଠା ଖାଉଥିଲେ

ଖାଇବା ପରେ ମିଠା ଖାଇବାକୁ ଖୁବ ଭଲ ଲାଗେ । ଏହା ଖାଦ୍ୟର ସ୍ୱାଦକୁ ଆହୁରି ବଢାଇଦେଇଥାଏ । ହେଲେ ରାତି ଖାଇବା ପରେ ମିଠା ଖାଇବା ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାରକ
ହୋଇଥାଏ । ଏହି କାରଣରୁ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ରାତି ଖାଇବାପରେ ମିଠା ଖାଇଲେ କ’ଣ କ’ଣ ସମସ୍ୟା ଦେଖାଦେଇଥାଏ ।
– ରାତି ଖାଇବାପରେ ଅଧିକ ଚିନି ଥିବା ମିଠାଖାଦ୍ୟ ଖାଇବା ଦ୍ୱାରା ବ୍ଲଡ୍‌ ସୁଗାର ଲେବଲ ବଢିବାର ଆଶଙ୍କା ରହିଥାଏ । ତେଣୁ ରାତିରେ ମିଠା ଖାଇବା ଉଚିତ୍‌ ନୁହେଁ ।
– ଡିନର ପରେ ମିଠା ଖାଇବା ଦ୍ୱାରା ଆମର ନିଦ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ସ୍ଲିପ୍‌ ପାର୍ଟନ ଉପରେ ମିଠାର ପ୍ରଭାବ ପଡିଥାଏ, ଯାହାଫଳରେ ନିଦ୍ରା ହିନତା ସମସ୍ୟା ଦେଖିବାକୁ
ମିଳିଥାଏ । କେତେକଙ୍କ କ୍ଷେତ୍ରରେ ରାତିରେ ମିଠା ଖାଇଲେ ଯମାରୁ ନିଦ ହୋଇ ନଥାଏ ।
– ଅତ୍ୟଧୀକ ମିଠା ଖାଇବା କାରଣରୁ ବ୍ଲୋଟିଂ, ଏସିଡ୍‌ ରିଫ୍ଲକ୍ସ, ବଦହଜମି ଆଦି ଦେଖିବାକୁ ମିଳିଥାଏ । ତେଣୁ ଡିନର ପରେ ମିଠା ଖାଇବାରୁ ନିବୃତ ରୁହନ୍ତୁ ।
– ସବୁବେଳେ ରାତିରେ ମିଠା ଖାଇବା ଦ୍ୱାରା ଦାନ୍ତରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ । ସାଧାରଣତଃ ସମସ୍ତେ ରାତିରେ ଦାନ୍ତ ଘଷି ନଥାଆନ୍ତି । ତେଣୁ ଅଧିକ ସମୟ ପର୍ଯ୍ୟନ୍ତ ଦାନ୍ତ
ମୂଳରେ ମିଠା ଯମିରହିଥାଏ, ଯାହା କ୍ଷତିକାରକ ହୋଇଥାଏ ।
– ମିଠା କାରଣରୁ ଆମର ବ୍ଲଡରେ ସୁଗାର ଲେବଲ ଉପର ତଳ ହୋଇଥାଏ, ଯେଉଁ କାରଣରୁ ମୁଡ ସୁଇଂ ହେବାର ଆଶଙ୍କା ରହିଥାଏ ।