ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା

ଗୋପାଳପୁର,୨୮ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଓ ନୂଆବକ୍ସିପଲ୍ଲୀ ଗ୍ରାମ ମଧ୍ୟଭାଗରେ ଶୁକ୍ରବାର ରାତିରେ ଏକ ଗାଈ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଖାଦ୍ୟ ପୁଡ଼ିଆକୁ ଚୋବାଇ ଖାଇବା ବେଳେ ମୁହଁରେ ବୋମା ଫୁଟି ଗୁରୁତର ହୋଇଥିବା ଜଣାପଡ଼ିଛି। ଗାଈଟି ଖାଦ୍ୟ ପୁଡ଼ିଆ ଚୋବାଉଥିବା ବେଳେ ହଠାତ୍‌ ବୋମା ଫୁଟି ଗାଈର ଦାନ୍ତ ଓ ମାଢ଼ି କ୍ଷତାକ୍ତ ହୋଇଥିଲା। ଶବ୍ଦ ଶୁଣି ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସେତେବେଳକୁ ଗାଈଟି ଯନ୍ତ୍ରଣାରେ ଛଟପଟ ହେଉଥିଲା। ପରେ […] The post ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା appeared first on Dharitri Odia News.

ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା

ଗୋପାଳପୁର,୨୮ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଓ ନୂଆବକ୍ସିପଲ୍ଲୀ ଗ୍ରାମ ମଧ୍ୟଭାଗରେ ଶୁକ୍ରବାର ରାତିରେ ଏକ ଗାଈ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଖାଦ୍ୟ ପୁଡ଼ିଆକୁ ଚୋବାଇ ଖାଇବା ବେଳେ ମୁହଁରେ ବୋମା ଫୁଟି ଗୁରୁତର ହୋଇଥିବା ଜଣାପଡ଼ିଛି। ଗାଈଟି ଖାଦ୍ୟ ପୁଡ଼ିଆ ଚୋବାଉଥିବା ବେଳେ ହଠାତ୍‌ ବୋମା ଫୁଟି ଗାଈର ଦାନ୍ତ ଓ ମାଢ଼ି କ୍ଷତାକ୍ତ ହୋଇଥିଲା। ଶବ୍ଦ ଶୁଣି ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସେତେବେଳକୁ ଗାଈଟି ଯନ୍ତ୍ରଣାରେ ଛଟପଟ ହେଉଥିଲା। ପରେ ଗ୍ରାମବାସୀ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରିଥିଲେ। ଶନିବାର ସକାଳେ ଡାକ୍ତର ଘଟଣାସ୍ଥଳରେ ପହଞ୍ଚତ୍ ଗାଈର ଚିକିତ୍ସା କରିଥିଲେ। ଉକ୍ତ ବୋମା କିଭଳି ଏହି ସ୍ଥାନକୁ ଆସିଲା କିମ୍ବା କିଏ ଆଣି ଏଠାରେ ପକାଇଥିଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ କେହି ବାର୍‌ହା କି ଘୁଷୁରି ଶିକାର ପାଇଁ ଏଭଳି ବୋମା ପକାଇଥିବା ଆଲୋଚନା ହେଉଛି।

The post ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା appeared first on Dharitri Odia News.