ଖୁଣ୍ଟ ଅଛି, ଷ୍ଟିଟ ଲାଇଟ ନାହିଁ
ବ୍ରାହ୍ମଣୀଗାଁ,୧୨ା୬(ମନୋରଞ୍ଜନରଣା):ଷ୍ଟିଟ୍ ଲାଇଟି ଲଗା ଯାଉ ନ ଥିବାରୁ ବ୍ରହ୍ମଣୀଗାଁ ମୁଖ୍ୟ ବଜାର ଅନ୍ଧାର ହେଇଯାଉଛି। ପ୍ରାୟ ବର୍ଷେ ପରେ ହେବ ରାସ୍ତା ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକୁ ରାସ୍ତା ସମ୍ପ୍ରସାରଣ କରିବା ପାଇଁ ପୁରୁଣା ଖୁଣ୍ଟ ଘୁଞ୍ଚା ଯାଇ ରାସ୍ତା କଡ଼ରେ ନୂତନ ଖୁଣ୍ଟ ବସା ଗଲା କିନ୍ତୁ ଏପର୍ଯ୍ୟନ୍ତ କଢ଼ା ଯାଇଥିବା ଷ୍ଟିଟ ଲାଇଟ ଗୁଡ଼ିକୁ ଲଗାଯାଇ ନ ଥିବାରୁ ରାତି ହେଲେ ଅନ୍ଧାର ରହୁଛି। ରାତିରେ କୌଣସି ଜରୁରୀ କାମ ପଡ଼ିଲେ ଲୋକେ […] The post ଖୁଣ୍ଟ ଅଛି, ଷ୍ଟିଟ ଲାଇଟ ନାହିଁ appeared first on Dharitri Odia News.
ବ୍ରାହ୍ମଣୀଗାଁ,୧୨ା୬(ମନୋରଞ୍ଜନରଣା):ଷ୍ଟିଟ୍ ଲାଇଟି ଲଗା ଯାଉ ନ ଥିବାରୁ ବ୍ରହ୍ମଣୀଗାଁ ମୁଖ୍ୟ ବଜାର ଅନ୍ଧାର ହେଇଯାଉଛି। ପ୍ରାୟ ବର୍ଷେ ପରେ ହେବ ରାସ୍ତା ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକୁ ରାସ୍ତା ସମ୍ପ୍ରସାରଣ କରିବା ପାଇଁ ପୁରୁଣା ଖୁଣ୍ଟ ଘୁଞ୍ଚା ଯାଇ ରାସ୍ତା କଡ଼ରେ ନୂତନ ଖୁଣ୍ଟ ବସା ଗଲା କିନ୍ତୁ ଏପର୍ଯ୍ୟନ୍ତ କଢ଼ା ଯାଇଥିବା ଷ୍ଟିଟ ଲାଇଟ ଗୁଡ଼ିକୁ ଲଗାଯାଇ ନ ଥିବାରୁ ରାତି ହେଲେ ଅନ୍ଧାର ରହୁଛି। ରାତିରେ କୌଣସି ଜରୁରୀ କାମ ପଡ଼ିଲେ ଲୋକେ ଯିବାଆସିବା ସମୟରେ ଅଘଟଣର ସମ୍ମୁଖୀନ ହେଉଛନ୍ତି। କାହିଁକି ଷ୍ଟିଟ ଲାଇଟ ଲଗାଯାଇନି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ଧକାର ଯୋଗୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ପଡୁଥିବାରୁ ପ୍ରଶାସନକୁ ତୁରନ୍ତ ବ୍ରାହ୍ମଣୀଗାଁ ମୁଖ୍ୟ ବଜାରର ଷ୍ଟିଟ ଲାଇଟ ଲଗାଇବାକୁ ଦାବି ହେଉଛି।
The post ଖୁଣ୍ଟ ଅଛି, ଷ୍ଟିଟ ଲାଇଟ ନାହିଁ appeared first on Dharitri Odia News.