ଖୁଣ୍ଟୁଣି ଥାନା ଡାଳଭାଗ ଗାଁରେ ବଜ୍ରପାତ, ଜଣେ ମୃତ

ଆଠଗଡ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗ୍ରାମରେ ବଜ୍ରପାତରେ ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ଡାଳଭାଗ ଗ୍ରାମର ନାରାୟଣ ବାରିକ ସନ୍ଧ୍ୟାରେ ଘର ସମ୍ମୁଖରେ ବସିଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା। ବଜ୍ରପାତରେ ଗୁରୁତର ଆହତ ହୋଇଥିବା ନାରାୟଣଙ୍କୁ ପରିବାର ଲୋକ ତୁରନ୍ତ ବାଇକରେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଆରତୀ ଷ୍ଟିଲ କମ୍ପାନୀରେ କାର୍ଯ୍ୟରତ ଥିଲେ। ପୁଲିସ […]

ଖୁଣ୍ଟୁଣି ଥାନା ଡାଳଭାଗ ଗାଁରେ ବଜ୍ରପାତ, ଜଣେ ମୃତ

ଆଠଗଡ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗ୍ରାମରେ ବଜ୍ରପାତରେ ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ଡାଳଭାଗ ଗ୍ରାମର ନାରାୟଣ ବାରିକ ସନ୍ଧ୍ୟାରେ ଘର ସମ୍ମୁଖରେ ବସିଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା।

ବଜ୍ରପାତରେ ଗୁରୁତର ଆହତ ହୋଇଥିବା ନାରାୟଣଙ୍କୁ ପରିବାର ଲୋକ ତୁରନ୍ତ ବାଇକରେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଆରତୀ ଷ୍ଟିଲ କମ୍ପାନୀରେ କାର୍ଯ୍ୟରତ ଥିଲେ। ପୁଲିସ ମୃତଦେହ ଜବତ କରି ଆସନ୍ତାକାଲି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ସଂରକ୍ଷିତ ରଖିଥିବା ଜଣାପଡିଛି ।