ଖୁବଶୀଘ୍ର ଟ୍ରାଙ୍କୁଲାଇଜ ହେବ ଜିନ୍ନତ

ମୟୁରଭଞ୍ଜ : ନାକେଦମ କଲାଣି ଜିନ୍ନତ । ଜିନ୍ନତ ଚିନ୍ତାରେ ବନ ବିଭାଗ । ଦିନକୁ ଦିନ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଛି । ବର୍ତ୍ତମାନ ଝାରଖଣ୍ଡରୁ ୧୦ ରୁ ୧୨ କିଲୋମିଟର ଜିନ୍ନତ ଦୂରରେ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏପରି ଆଗକୁ ଗଲେ ଖୁବଶୀଘ୍ର ଭାରତ ସୀମା ପାର ହୋଇ ବାଂଲାଦେଶ ଚାଲି ଯିବା ସମ୍ଭାବନା ରହିଛି । ତେଣୁ ଖୁବଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ […]

ଖୁବଶୀଘ୍ର ଟ୍ରାଙ୍କୁଲାଇଜ ହେବ ଜିନ୍ନତ
ଖୁବଶୀଘ୍ର ଟ୍ରାଙ୍କୁଲାଇଜ ହେବ ଜିନ୍ନତ

ମୟୁରଭଞ୍ଜ : ନାକେଦମ କଲାଣି ଜିନ୍ନତ । ଜିନ୍ନତ ଚିନ୍ତାରେ ବନ ବିଭାଗ । ଦିନକୁ ଦିନ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଛି । ବର୍ତ୍ତମାନ ଝାରଖଣ୍ଡରୁ ୧୦ ରୁ ୧୨ କିଲୋମିଟର ଜିନ୍ନତ ଦୂରରେ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏପରି ଆଗକୁ ଗଲେ ଖୁବଶୀଘ୍ର ଭାରତ ସୀମା ପାର ହୋଇ ବାଂଲାଦେଶ ଚାଲି ଯିବା ସମ୍ଭାବନା ରହିଛି ।

ତେଣୁ ଖୁବଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ ଯୋଜନା କରୁଛି ବନବିଭାଗ । ୪ ଥର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇନାହିଁ । ଏବେ ଜିନତ୍ ପଶ୍ଚିମ ମେଦିନାପୁର ଝାରଗ୍ରାମ ଡେଇଁ ପୁରିଲିଆ ଜିଲ୍ଲା ବୁଦୱାନରେ ପହଂଚିଛି । ଏଥିପାଇଁ ହାଇଆଲର୍ଟରେ ଅଛି ପୁରୁଲିଆ ଜିଲ୍ଲା । ଗତ ୧୯ ତାରିଖରେ ଝାଡଖଣ୍ଡ ଛାଡି ପଶ୍ଚିମବଙ୍ଗରେ ପହଂଚିଥିଲା ଜିନତ୍ । ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ବାଘୁଣୀକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ତେବେ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡି ଝାଡ଼ଖଣ୍ଡ ପଳାଇଥିଲା। ୧୯ ତାରିଖ ରାତିରେ ସେ ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳ ଝାର ଗ୍ରାମରେ ଦେଖା ଦେଇଥିଲା। ଝରଗ୍ରାମ ବନ ବିଭାଗ ପକ୍ଷରୁ ଜିନ୍ନତକୁ ଖୋଜାଖୋଜି କରିଥିଲେ ମଧ୍ୟ ଜିନ୍ନତ ସେଠାରୁ ଫେରି ପୁରୁଲିଆ ବେଲପାହାଡ଼ି ଜଙ୍ଗଲକୁ ପଳାଇଥିଲା। ଏହି ଦୁଇ ଜିଲ୍ଲା ସ୍ଥିତ ଜଙ୍ଗଲ ପାଖାପାଖି ଗାଁର ଲୋକେ ଜିନ୍ନତ ଥିବା ଖବର ପାଇ ଭୟଭୀତ ଓ ଆତଙ୍କିତ ହୋଇ ପଡିଛନ୍ତି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।