ଖୁବଶୀଘ୍ର ପୂରଣ ହେବ ୧୫୦୦ ପ୍ରାଧ୍ୟାପକ ପଦ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଖୁବଶୀଘ୍ର ପୂରଣ ହେବ ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରାଧ୍ୟାପକ ପଦବୀ। ଏଥିପାଇଁ ଶୁକ୍ରବାର ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏହି ବୈଠକରେ ଶିକ୍ଷାବିତ୍, ପୂର୍ବତନ କୁଳପତି, ୟୁଜିସି ସଦସ୍ୟ  ସାମିଲ ହୋଇଥିଲେ।ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଖୁବ୍ ଶୀଘ୍ର ପଦବୀ ପୂରଣ ପାଇଁ ବୈଠକ‌ରେ ନିଷ୍ପତ୍ତି ହୋଇଛି। ସରକାର କିମ୍ବା ପ୍ରଶାସନ ନୁହେଁ, ଶିକ୍ଷକ ନିଯୁକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଶିକ୍ଷାବିତ୍ । ୨୦୨୦ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷକ ନିଯୁକ୍ତିରେ ସୃଷ୍ଟି ସମସ୍ୟା ହେଉଥିଲା।  ବୈଠକରେ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ପରେ ନିଷ୍କର୍ଷ ହୋଇଛି। ଖୁବ୍ ଶୀଘ୍ର ଖାଲି ପଡ଼ିଥିବା ୧୫ ଶହ ପଦବୀ ପୂରଣ ହେବ ।

ଖୁବଶୀଘ୍ର ପୂରଣ ହେବ ୧୫୦୦ ପ୍ରାଧ୍ୟାପକ ପଦ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଖୁବଶୀଘ୍ର ପୂରଣ ହେବ ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରାଧ୍ୟାପକ ପଦବୀ। ଏଥିପାଇଁ ଶୁକ୍ରବାର ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏହି ବୈଠକରେ ଶିକ୍ଷାବିତ୍, ପୂର୍ବତନ କୁଳପତି, ୟୁଜିସି ସଦସ୍ୟ  ସାମିଲ ହୋଇଥିଲେ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଖୁବ୍ ଶୀଘ୍ର ପଦବୀ ପୂରଣ ପାଇଁ ବୈଠକ‌ରେ ନିଷ୍ପତ୍ତି ହୋଇଛି। ସରକାର କିମ୍ବା ପ୍ରଶାସନ ନୁହେଁ, ଶିକ୍ଷକ ନିଯୁକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଶିକ୍ଷାବିତ୍ । ୨୦୨୦ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷକ ନିଯୁକ୍ତିରେ ସୃଷ୍ଟି ସମସ୍ୟା ହେଉଥିଲା।  ବୈଠକରେ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ପରେ ନିଷ୍କର୍ଷ ହୋଇଛି। ଖୁବ୍ ଶୀଘ୍ର ଖାଲି ପଡ଼ିଥିବା ୧୫ ଶହ ପଦବୀ ପୂରଣ ହେବ ।