ଖୁବ୍ ଶୀଘ୍ର ଆସିବ କ୍ଯାନ୍ସର ଭାକ୍ସିନ, ଋଷ ରାଷ୍ଟ୍ରପତିଙ୍କ ସୂଚନା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ କ୍ଯାନସର ଭାକ୍ସିନ। ଋଷର ବୈଜ୍ଞାନିକମାନେ ଭାକ୍ସିନ ତିଆରିରେ ଲାଗିଛନ୍ତି ଏବଂ ଖୁବ୍ ଶୀଘ୍ର ଏହା... The post ଖୁବ୍ ଶୀଘ୍ର ଆସିବ କ୍ଯାନ୍ସର ଭାକ୍ସିନ, ଋଷ ରାଷ୍ଟ୍ରପତିଙ୍କ ସୂଚନା appeared first on .

ଖୁବ୍ ଶୀଘ୍ର ଆସିବ କ୍ଯାନ୍ସର ଭାକ୍ସିନ, ଋଷ ରାଷ୍ଟ୍ରପତିଙ୍କ ସୂଚନା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ କ୍ଯାନସର ଭାକ୍ସିନ। ଋଷର ବୈଜ୍ଞାନିକମାନେ ଭାକ୍ସିନ ତିଆରିରେ ଲାଗିଛନ୍ତି ଏବଂ ଖୁବ୍ ଶୀଘ୍ର ଏହା ଉପଲବ୍ଧ ହେବ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ କହିଛନ୍ତି- କ୍ଯାନସର ଭାକ୍ସିନ ତିଆରି ନେଇ ଚାଲିଥିବା ଗବେଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୂଆ ପିଢି ଲାଗି ଉପଲବ୍ଧ ହେବ ଇମୁନୋମୋଡୁଲାଟୋରୀ ଔଷଧ।

ଯଦିଓ ପୁଟିନ କେଉଁ ପ୍ରକାରର କର୍କଟ ଲାଗି ଟିକା ତିଆରି ହେଉଛି ତାହାର ସୂଚନା ଦେଇନାହାନ୍ତି ତଥାପି ଏହା ଯେ କର୍କଟ ରୋଗର ବିନାଶ ଲାଗି ଏକ ପ୍ରମୁଖ ଅସ୍ତ୍ର ହେବ ତାହାର ଆଶା କରାଯାଉଛି। ବର୍ତ୍ତମାନ ବହୁ ଦେଶ ଓ କମ୍ପାନି ଏହି ଧରଣର ଭାକସିନ ପ୍ରସ୍ତୁତିରେ ଲାଗିଛନ୍ତି। ଗତବର୍ଷ କ୍ୟାନସର ଚିକିତ୍ସା ସଂକ୍ରାନ୍ତରେ ବ୍ରିଟେନ ଓ ଜର୍ମାନୀର ବାୟୋଏନଟେକ ସହ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ସେହିପରି ମଡର୍ଣ୍ଣା ଓ ମର୍କ ଆଣ୍ଡ କୋ ମଧ୍ଯ କ୍ୟାନସର ଭାକ୍ସିନ ପ୍ରସ୍ତୁତି ଲାଗି ଉଦ୍ୟମ ଚଳାଇଛନ୍ତି। ବର୍ତ୍ତମାନ ସର୍ଭିକାଲ କ୍ଯାନ୍ସର ସମେତ ଅନ୍ଯାନ୍ୟ କ୍ୟାନ୍ସରର କାରଣ ସାଜୁଥିବା ହ୍ୟୁମାନ ପାପିଲୋମାଭାଇରସ ବା ଏଚପିଭି ବିରୋଧରେ ୬ଟି ଲାଇସେନ୍ସପ୍ରାପ୍ତ ଭାକସିନ ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି। ସେହିପରି ଲିଭର କ୍ୟାନସରର କାରଣ ସାଜୁଥିବା ହେପାଟାଇଟିସ ବି ବା ଏଚପିଭି ବିରୋଧରେ ମଧ୍ଯ ଭାକ୍ସିନ ରହିଛି। କୋଭିଡ କାଳରେ ଋଷୀୟ କମ୍ପାନି ସ୍ପୁଟନକି ଭି ଭାକ୍ସିନ ଅନେକ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା।

The post ଖୁବ୍ ଶୀଘ୍ର ଆସିବ କ୍ଯାନ୍ସର ଭାକ୍ସିନ, ଋଷ ରାଷ୍ଟ୍ରପତିଙ୍କ ସୂଚନା appeared first on .