ବଡ଼ ଦୁର୍ଘଟଣା: ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧୀନ ରେଳ ଟନେଲ୍

ହରଭଙ୍ଗା,୨୬।୫(ନରେନ୍ଦ୍ର କୁମାର ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଏହି ଟନେଲ୍‌ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏହି ଘଟଣା ଫଳରେ ପ୍ରାୟ ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସୋମବାର ଆଡେଣିଗଡ ନିକଟ କଖାରୁଫାଳ ଠାରେ ନୀର୍ମାଣଧିନ ଟନେଲରେ ୩୦ ଫୁଟର ଏକ ଗାତ ହୋଇଥିବା ଦେଖିବାକୁ ମିଳିଛି। ଟନେଲର ଲମ୍ବ ୫ କିମି ଦୁରତା ଥିବା […] The post ବଡ଼ ଦୁର୍ଘଟଣା: ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧୀନ ରେଳ ଟନେଲ୍ appeared first on Dharitri Odia News.

ବଡ଼ ଦୁର୍ଘଟଣା: ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧୀନ ରେଳ ଟନେଲ୍

ହରଭଙ୍ଗା,୨୬।୫(ନରେନ୍ଦ୍ର କୁମାର ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଏହି ଟନେଲ୍‌ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏହି ଘଟଣା ଫଳରେ ପ୍ରାୟ ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସୋମବାର ଆଡେଣିଗଡ ନିକଟ କଖାରୁଫାଳ ଠାରେ ନୀର୍ମାଣଧିନ ଟନେଲରେ ୩୦ ଫୁଟର ଏକ ଗାତ ହୋଇଥିବା ଦେଖିବାକୁ ମିଳିଛି। ଟନେଲର ଲମ୍ବ ୫ କିମି ଦୁରତା ଥିବା ବେଳେ ନିର୍ମାଣଧିନ ଟନେଲର ୩୦ ଫୁଟର ଗାତ ସୃଷ୍ଟି ହୋଇଛି। କାମଟିକୁ ଗିଲ ଠିକା ସଂସ୍ଥା କରୁଥିବା ବେଳେ କେଉଁ ପରିସ୍ଥିତିରେ ଟନେଲ ଭୁଷୁଡିଛି ତାହା ଜଣାପଡିନାହିଁ। ଘଟଣା ସ୍ଥଳକୁ ରେଳବିଭାଗର ଅଧିକାରୀ ଯାଉଥିବା ଜଣାପଡିଛି । କୌଣସି ଶ୍ରମିକ ଆଘାତ କିମ୍ବା ମୃତାହତ ହୋଇ ନ ଥିବା ଜଣାପଡିଛି।

The post ବଡ଼ ଦୁର୍ଘଟଣା: ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧୀନ ରେଳ ଟନେଲ୍ appeared first on Dharitri Odia News.