ଖୁବ୍ଶୀଘ୍ର ଆସିବ ଭାଜପାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା! ଏକାଧିକ ଆଶାୟୀ ଥିବାରୁ…
ଭୁବନେଶ୍ୱର,୪।୪: ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇ ଚାଲିଛି। ଭାଜପା ପୂର୍ବରୁ ୧୧୨ ବିଧାନସଭା ଓ ସମସ୍ତ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବୁଧବାର ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ, ଖୁବଶୀଘ୍ର ଭାଜପା ମଧ୍ୟ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ବାକି ଥିବା ୩୫ ବିଧାନସଭା ଆସନରେ ଟିକେଟ ବଣ୍ଟନ ପାଇଁ ଦଳର ତୁଙ୍ଗ ନେତା କସରତ ଚଳାଇଛନ୍ତି । ଆସନ ଗୁଡିକରେ ଏକାଧିକ […] The post ଖୁବ୍ଶୀଘ୍ର ଆସିବ ଭାଜପାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା! ଏକାଧିକ ଆଶାୟୀ ଥିବାରୁ… appeared first on Dharitri Odia News.
ଭୁବନେଶ୍ୱର,୪।୪: ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇ ଚାଲିଛି। ଭାଜପା ପୂର୍ବରୁ ୧୧୨ ବିଧାନସଭା ଓ ସମସ୍ତ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବୁଧବାର ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ, ଖୁବଶୀଘ୍ର ଭାଜପା ମଧ୍ୟ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ।
ବାକି ଥିବା ୩୫ ବିଧାନସଭା ଆସନରେ ଟିକେଟ ବଣ୍ଟନ ପାଇଁ ଦଳର ତୁଙ୍ଗ ନେତା କସରତ ଚଳାଇଛନ୍ତି । ଆସନ ଗୁଡିକରେ ଏକାଧିକ ଆଶାୟୀ ଥିବା ବେଳେ ସମସ୍ତଙ୍କ ସହମତି ନେଇ ଗୋଟିଏ ନାଁ ଉପରେ ମୋହର ମାରିବାକୁ ଦଳ ସମୟ ନେଉଛି । ତେବେ ଦିନେ ଦୁଇ ଦିନ ଭିତରେ ଭାଜପା ବାକି ରହିଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି କୁହାଯାଉଛି ।
ଅପରପକ୍ଷେ ୩୫ ବିଧାନସଭା ଆସନରେ କାହାକୁ ଟିକେଟ ମିଳିବ, କାହାର ଟିକେଟ କଟିବ ତାକୁ ନେଇ ଆଶାୟୀଙ୍କ ଉତ୍କଣ୍ଠା ବଢ଼ିଛି। ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ପ୍ରଚାର କରିପାରୁ ନ ଥିବାକୁ ନେଇ ଚିନ୍ତାରେ ରହିଛନ୍ତି ଆଶାୟୀ ପ୍ରାର୍ଥୀ ।
The post ଖୁବ୍ଶୀଘ୍ର ଆସିବ ଭାଜପାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା! ଏକାଧିକ ଆଶାୟୀ ଥିବାରୁ… appeared first on Dharitri Odia News.