ଖୁସି ରହିଲାନି ବେଶୀ ଦିନ, ବନ୍ଦ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ

ପାଟଣା ୨୧।୦୭ : ଖୁସି ରହିଲାନି ବେଶୀ ଦିନ । ବିବାହର କିଛି ଦିନ ପରେ ବନ୍ଦ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗାଁରେ ଘଟିଛି ଘଟଣା । ମୃତକ ହେଲେ ଦୀପା ନାଏକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜୁନ୍‌ ୧୮ ତାରିଖରେ ଗୋଡିପୋଖରୀ ଗାଁର ଦିଲ୍ଲୀପ ନାଏକଙ୍କୁ ବିବାହ କରିଥିଲେ ଦୀପା । କିଛି ଦିନ ଉଭୟଙ୍କ ସଂସାର ଠିକ୍‌ଠାକ୍‌ ଚାଲିଥିଲା । ହେଲେ ରବିବାର ଦିନ ହଠାତ୍‌ ଦୀପାଙ୍କ ଝୁଲନ୍ତା ମୃତଦେହ ବନ୍ଦ ଘରୁ ଠାବ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ୍‌ କାରଣ ଜଣାପଡିନାହିଁ । ତୁରୁମୁଙ୍ଗା ପୋଲିସର ତଦନ୍ତ ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

ଖୁସି ରହିଲାନି ବେଶୀ ଦିନ, ବନ୍ଦ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ

ପାଟଣା ୨୧।୦୭ : ଖୁସି ରହିଲାନି ବେଶୀ ଦିନ । ବିବାହର କିଛି ଦିନ ପରେ ବନ୍ଦ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗାଁରେ ଘଟିଛି ଘଟଣା । ମୃତକ ହେଲେ ଦୀପା ନାଏକ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ଜୁନ୍‌ ୧୮ ତାରିଖରେ ଗୋଡିପୋଖରୀ ଗାଁର ଦିଲ୍ଲୀପ ନାଏକଙ୍କୁ ବିବାହ କରିଥିଲେ ଦୀପା । କିଛି ଦିନ ଉଭୟଙ୍କ ସଂସାର ଠିକ୍‌ଠାକ୍‌ ଚାଲିଥିଲା । ହେଲେ ରବିବାର ଦିନ ହଠାତ୍‌ ଦୀପାଙ୍କ ଝୁଲନ୍ତା ମୃତଦେହ ବନ୍ଦ ଘରୁ ଠାବ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ୍‌ କାରଣ ଜଣାପଡିନାହିଁ । ତୁରୁମୁଙ୍ଗା ପୋଲିସର ତଦନ୍ତ ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।